୨୦୧୯ ଭୋଟ ଲାଗି ସର୍ବାଧିକ ଫୋର୍ସ: ୨.୭ ଲକ୍ଷ ଯବାନ, ୨୦ ଲକ୍ଷ ପୋଲିସ ମୁତୟନ

ନୂଆଦିଲ୍ଲୀ,୨୯ା୪(ପି.ଟି.): ଭାରତରେ ୭ ପର୍ଯ୍ୟାୟବିଶିଷ୍ଟ ଲୋକ ସଭା ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ଶେଷକରିବା ଲାଗି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏଥିଲାଗି ଦେଶବ୍ୟାପୀ ମୋଟ ୨.୭ ଲକ୍ଷ ପାରାମିଲିଟାରୀ ଫୋର୍ସ, ୨୦ ଲକ୍ଷରୁ ଊର୍ଦ୍ଧ୍ୱ ରାଜ୍ୟ ପୋଲିସ ଓ ହୋମ୍‌ଗାର୍ଡମାନଙ୍କୁ ନିୟୋଜିତ କରାଯାଇଛି। ୨୦୧୯ ନିର୍ବାଚନରେ ପୂର୍ବାପେକ୍ଷା ସର୍ବାଧିକ ଫୋର୍ସ ମୁତୟନ କରାଯାଇଥିବା କୁହାଯାଇଛି।
ନିର୍ବାଚନ କମିଶନଙ୍କ ସୁପାରିସ୍‌ରେ ୨,୭୧୦ କମ୍ପାନୀ ପାରାମିଲିଟାରୀ ଫୋର୍ସ ଲୋକ ସଭା ନିର୍ବାଚନ ଲାଗି ମୁତୟନ କରାଯାଇଛି ବୋଲି ଗୃହ ମନ୍ତ୍ରଣାଳୟର ଅଧିକାରୀ କହିଛନ୍ତି। ଏଥିସହ ପ୍ରତ୍ୟେକ ରାଜ୍ୟର ପୋଲିସ ଫୋର୍ସ ଓ ହୋମ୍‌ଗାର୍ଡଙ୍କୁ ନେଇ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ସୁରକ୍ଷା କର୍ମୀଙ୍କୁ ବିଭିନ୍ନ ମତଦାନ କେନ୍ଦ୍ର, ନିର୍ବାଚନ ଅଧିକାରୀଙ୍କ ପରିବହନ, ଇଭିଏମ ଥିବା ଷ୍ଟ୍ରଙ୍ଗରୁମର ସୁରକ୍ଷା ଆଦି କାର୍ଯ୍ୟରେ ନିୟୋଜିତ କରାଯାଇଛି। ଗୋଟିଏ ପର୍ଯ୍ୟାୟ ଭୋଟ ଶେଷହେବା ପରେ ପାରାମିଲିଟାରୀ ଫୋର୍ସ ପରବର୍ତ୍ତୀ ପର୍ଯ୍ୟାୟ ଲାଗି ଅନ୍ୟ ରାଜ୍ୟକୁ ଯାଉଥିବା ଅଧିକାରୀ ପ୍ରକାଶ କରିଛନ୍ତି। ଏଥିଲାଗି ଟ୍ରକ, ରେଲଓ୍ବେ କୋଚ୍‌, ହେଲିକପ୍ଟରର ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି। ପ୍ରକାଶଥାଉକି, ଏପ୍ରିଲ ୧୧ ତାରିଖରୁ ଲୋକ ସଭା ନିର୍ବାଚନ ଆରମ୍ଭ ହୋଇଥିଲାବେଳେ ମେ ୧୯ ତାରିଖରେ ଏହି ପର୍ବ ଶେଷ ହେବ। ମେ ୨୩ ତାରିଖରେ ଭୋଟ ଗଣତି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

SIR ଡ୍ୟୁଟିରେ ଥିବା ବିଚାରପତିଙ୍କୁ ସୁରକ୍ଷା ଦେବା ପାଇଁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ/କୋଲକାତା,୨ା୪: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (SIR) ପାଇଁ ନିଯୁକ୍ତ ନ୍ୟାୟିକ ବିଚାରପତିମାନଙ୍କ ପ୍ରତି ସୃଷ୍ଟି ହୋଇଥିବା ବିପଦକୁ ସୁପ୍ରିମକୋର୍ଟ ଗୁରୁବାର ଗମ୍ଭୀର ଭାବରେ…

ରାଘବ ଚଢାଙ୍କୁ ବଡ଼ ଝଟକା , ଉପନେତା ପଦରୁ ହଟାଇଲା AAP

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି (ଏଏପି) ରାଘବ ଚଢାଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଦଳ ରାଜ୍ୟ ସଭା ସଚିବାଳୟକୁ ଚିଠି ଲେଖି ତାଙ୍କୁ ଗୃହର ଉପନେତା…

SIR ଅଧିକାରୀଙ୍କୁ ବନ୍ଧକ ରଖିବା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ କଠୋର ଆଭିମୁଖ୍ୟ: ମମତା ବାନାର୍ଜୀ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ

ନୂଆଦିଲ୍ଲୀ,୨।୪: ପଶ୍ଚିମବଙ୍ଗରେ ଏକ ସ୍ବତନ୍ତ୍ର ସଘନ ସମୀକ୍ଷା (SIR) କରିବାକୁ ଯାଇଥିବା ଅଧିକାରୀମାନଙ୍କୁ ବନ୍ଧକ ରଖିବା ମାମଲାରେ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ମାମଲାରେ…

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri