Mumbai city, along with adjoining suburbs, may witness heavy heavy spells of rain in Tuesday. Express Photo By Ganesh Shirsekar 17/09/2019
ଭୁବନେଶ୍ୱର,୧।୧୦(ବ୍ୟୁରୋ) : ଦକ୍ଷିଣ ପଶ୍ଚିମ ମୌସୁମୀ ସକ୍ରିୟ ରହିଛି। ଗୁଜରାଟ ଉପରେ ଥିବା ଘୂର୍ଣ୍ଣିବଳୟ ଆସନ୍ତା ୨ ତାରିଖରେ ଓଡ଼ିଶା ଆଡକୁ ଆସିବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨ରୁ ୪ ତାରିଖ ଯାଏ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ୭ ଏବଂ ୮ ତାରିଖରେ ଉପକୂଳ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପ୍ରବଳ ବର୍ଷା ନ ହେଲେ ମଧ୍ୟ ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ଦଶହରାକୁ ଭିଜେଇବ ବୋଲି ଅନୁମାନ କରାଯାଇଛି।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ, ଗଞ୍ଜାମ, ନୟାଗଡ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ୱର ଜିଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୪୮ ଘଣ୍ଟା ମଧ୍ୟରେ ବଲାଙ୍ଗୀରରେ ସର୍ବାଧିକ ୮୭.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ହୀରାକୁଦ ୫୬.୫, ଭବାନୀପାଟଣା ୩୩.୪, ସୁନ୍ଦରଗଡ ୨୯, ଝାରସୁଗୁଡା ୫୦.୬, କେନ୍ଦୁଝର ୧୨.୪, ସମ୍ବଲପୁର ୬୭.୩, ହୀରାକୁଦ ୫୬.୫, ଟିଟିଲାଗଡ ୧୭ , ବାଲେଶ୍ୱର ୯, ଗୋପାଳପୁରରେ ୩.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।