୧ ବିଲିୟନ ଡଲାର କ୍ଲବରେ ‘ମାଇକେଲ୍‌’

ଲସ୍‌ ଆଞ୍ଜେଲସ୍‌, ୧୪।୭: କିଙ୍ଗ୍‌ ଅଫ୍‌ ପପ୍‌ ଭାବେ ପରିଚିତ ମାଇକେଲ୍‌ ଜ୍ୟାକସନ୍‌ଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ମାଇକେଲ୍‌’ ବିଶ୍ୱ ବକ୍ସ ଅଫିସରେ ନୂଆ ରେକର୍ଡ ସୃଷ୍ଟି କରିଛି। ସିନେମାଟି ବିଶ୍ୱବ୍ୟାପୀ ୧ ବିଲିୟନ ଆମେରିକୀୟ ଡଲାର (୧୦୦ କୋଟିରୁ ଅଧିକ) ଆୟ କରି ଦୁନିଆର ପ୍ରଥମ ସଫଳ ବାୟୋପିକ୍‌ରେ ପରିଣତ ହୋଇଛି।
ମାଇକେଲଙ୍କ ପୁତୁରା ଜାଫର୍‌ ଜ୍ୟାକସନ୍‌ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।
ଫୁକ୍ୱାଙ୍କ ନିର୍ଦ୍ଦେଶିତ ଏବଂ ଲାୟନ୍ସଗେଟ ଓ ୟୁନିଭର୍ସାଲ୍‌ ପିକ୍ଚର୍ସ୍‌ ଦ୍ୱାରା ନିର୍ମିତ ଏହି ଫିଲ୍ମଟି ଗତ ଏପ୍ରିଲ ୨୪ରେ ମୁକ୍ତିଲାଭ କରିଥିଲା। ପ୍ରସିଦ୍ଧ ପତ୍ରିକା ‘ଭେରାଇଟି’ ଅନୁଯାୟୀ ଫିଲ୍ମଟି ଆମେରିକା ବାହାରେ ୬୨୯.୮ ମିଲିୟନ ଡଲାର ଓ ଘରୋଇ ବଜାରରେ ୩୭୧.୮ ମିଲିୟନ ଡଲାର ସହ ମୋଟ ୧.୦୦୧ ବିଲିୟନ ଡଲାର ଆୟ କରିଛି।
ସଂସ୍ଥା ଲାୟନ୍ସଗେଟ ଇତିହାସରେ ୧ ବିଲିୟନ ଡଲାର ଆୟ କରିବାରେ ଏହା ହେଉଛି ପ୍ରଥମ ଚଳଚ୍ଚିତ୍ର।
ଏହାପୂର୍ବରୁ ‘ଦି ହଙ୍ଗର ଗେମ୍ସ’ (୮୫ ମିଲିୟନ ଡଲାର ସହିତ) ସଂସ୍ଥାର ସବୁଠାରୁ ସଫଳ ଫିଲ୍ମ ଥିଲା। ଏହି ଚଳଚ୍ଚିତ୍ରରେ ସଙ୍ଗୀନ ଦୁନିଆର ମହାନାୟକ ମାଇକେଲ୍‌ ଜ୍ୟାକ୍‌ସନଙ୍କ ପିଲାଦିନର ସଙ୍ଗୀତ ଗ୍ରୁପ ‘ଜ୍ୟାକସନ୍‌ ୫’ ଠାରୁ ଆରମ୍ଭ କରି ୧୯୮୦ ଦଶକର ପ୍ରସିଦ୍ଧ ‘ବ୍ୟାଡ୍‌ ଟୁର୍‌’ ପର୍ଯ୍ୟନ୍ତ ରୋମାଞ୍ଚକର ଜୀବନଯାତ୍ରାକୁ ଦେଖାଯାଇଛି।

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ ପ୍ରଣାଳୀରେ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ପରେ ଆକ୍ସନରେ ଭାରତ ସରକାର

ନୂଆଦିଲ୍ଲୀ,୧୪।୭: ହର୍ମୁଜ ପ୍ରଣାଳୀରେ ୟୁଏଇ ଟ୍ୟାଙ୍କର ଉପରେ ଆକ୍ରମଣ ପରେ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ହୋଇଛି, ଯାହା ଭାରତ ସରକାରଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ…

ରୋହିତ ଶର୍ମାଙ୍କ ଆଖିରେ ଲୁହ: ଜାଣନ୍ତୁ ପୂରା ଘଟଣା…

ନୂଆଦିଲ୍ଲୀ,୧୪।୭: ଆଜିଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ। ଟି-୨୦ ସିରିଜ୍‌ ହାରିବା ପରେ ଦିନିକିଆ ସିରିଜ୍‌ ହାତେଇବାକୁ ପଡ଼ିଆକୁ ଓହ୍ଲାଇବ ଭାରତ।…

ଟ୍ରେନରେ ଚତୁର୍ଥୀ ପରେ ଏବେ ରୁଦ୍ରାଭିଷେକ, ଭାଇରାଲ ହୋଇଛି ଭିଡିଓ

ନୂଆଦିଲ୍ଲୀ,୧୪ା୭: ନିକଟରେ, ଏକ ଟ୍ରେନରେ ଫୁଲ ସଜା ହୋଇ ଚତୁର୍ଥୀ ରାତି ପାଇଁ ଆୟୋଜନ ହୋଇଥିବା ଭିଡିଓ ଭାଇରାଲ ହୋଇଥିଲା । ବର୍ତ୍ତମାନ ଚଳନ୍ତା ଟ୍ରେନରେ ପୂଜା…

ଶାବର ଶ୍ରୀକ୍ଷେତ୍ରରେ ନବଯୌବନ ବେଶରେ ମହାପ୍ରଭୁ: ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ସମାଗମ

କୋରାପୁଟ, ୧୪।୭ (ଅମିତାଭ ବେହେରା): ପବିତ୍ର ନେତ୍ର ଉତ୍ସବ ଅବସରରେ ମଙ୍ଗଳବାର କୋରାପୁଟସ୍ଥିତ ଶାବର ଶ୍ରୀକ୍ଷେତ୍ରରେ ନବଯୌବନ ବେଶରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସକାଳଠାରୁ ଭକ୍ତଙ୍କ ପ୍ରବଳ…

ଜାତିସଂଘ ସୁରକ୍ଷା ପରିଷଦରେ ସଦସ୍ୟତା ପାଇଁ ଅଣ୍ଟା ଭିଡ଼ିଲା ଭାରତ

ନୂଆଦିଲ୍ଲୀ,୧୪।୭:ଭାରତ ୨୦୨୮-୨୯ କାର୍ଯ୍ୟକାଳ ପାଇଁ ଜାତିସଂଘ ସୁରକ୍ଷା ପରିଷଦ (UNSC)ର ଅସ୍ଥାୟୀ ସଦସ୍ୟ ହେବା ପାଇଁ ନିର୍ବାଚନ ଅଭିଯାନ ଆରମ୍ଭ କରିଛି। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର…

ନା ଘର ନା ଗାଡ଼ି…, ଭାଜପା ପ୍ରାର୍ଥୀ ନୀରଜ ସିହ୍ନାଙ୍କ ସମ୍ପତ୍ତି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ପାଟନା,୧୪।୭: ବାଙ୍କିପୁର ବିଧାନସଭା ଉପନିର୍ବାଚନ ପାଇଁ ସୋମବାର (ଜୁଲାଇ ୧୩) ଭାଜପା ପ୍ରାର୍ଥୀ ନୀରଜ ସିହ୍ନା ତାଙ୍କର ନାମାଙ୍କନ ଦାଖଲ କରିଥିଲେ। ତାଙ୍କ ଶପଥପତ୍ରରୁ କିଛି ବିବରଣୀ…

ଶେଷ ପର୍ଯ୍ୟାୟରେ ରଥଯାତ୍ରା ପ୍ରସ୍ତୁତି: ଯୋଗ ଦେବେ କନ୍ଧମାଳ ଏମ୍‌ପି

ରାଇକିଆ, ୧୪।୭(ପ୍ରଦିପ ବେହେରା): କନ୍ଧମାଳ ଜିଲା ରାଇକିଆ ଜଗନ୍ନାଥ ମନ୍ଦିରରେ ମଙ୍ଗଳବାର ନେତ୍ରୋତ୍ସବ ଅନୁଷ୍ଠିତ ହେବା ସହ ମହାପ୍ରଭୁ ଜଗନ୍ନାଥ ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି ।…

ଗୌରୀଙ୍କ ସହ ବିବାହର ୧୦ ଦିନ ଭିତରେ ଗୁଡ୍‌ନ୍ୟୁଜ୍‌ ଦେଲେ ଆମିର, ଖବର ଶୁଣି ସମସ୍ତେ ଚକିତ

ମୁମ୍ବାଇ: ବଲିଉଡ ଅଭିନେତା ଆମିର ଖାନ ଗତ ଜୁଲାଇ ୫ ତାରିଖରେ ନିଜ ଗର୍ଲଫ୍ରେଣ୍ଡ ଗୌରୀ ସ୍ପ୍ରାଟ୍‌ଙ୍କୁ ବିବାହ କରିଛନ୍ତି। ବିବାହ ପରେ ଏହି ନବଦମ୍ପତି ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri