୧୯ ହଜାର ଟପିଲା କରୋନା ମୃତ୍ୟୁ

ପ୍ୟାରିସ୍‌/ମାଡ୍ରିଡ,୨୬ା୩: କରୋନା ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ବୁଧବାର ୧୯,୭୪୮ରେ ପହଞ୍ଚତ୍ଛି। ଡିସେମ୍ବରରେ ଚାଇନାରୁ ଆରମ୍ଭ ହୋଇଥିବା କୋଭିଡ୍‌-୧୯ ବର୍ତ୍ତମାନ ସୁଦ୍ଧା ୧୯୬ ଦେଶକୁ ବ୍ୟାପିଲାଣି ଓ ଏଥିରେ ୪ ଲକ୍ଷ ୪୦ ହଜାର ୧୪୫ ଜଣ ସଂକ୍ରମିତ ହୋଇଛନ୍ତି। ଏହି ଭୂତାଣୁ ସ୍ପେନ୍‌ରେ ଗୋଟିଏ ଦିନରେ ୭୩୮ ଜଣଙ୍କ ଜୀବନ ନେଇଛି। ସେଠାରେ ମୃତ୍ୟୁସଂଖ୍ୟା ୩୪୩୪କୁ ବୃଦ୍ଧି ପାଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୪୭,୬୧୦ରେ ପହଞ୍ଚତ୍ଛି। ଇଟାଲୀରେ ଫେବୃୟାରୀ ମାସରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଏବେ ସେଠାରେ ମୃତ୍ୟୁ ସଂଖ୍ୟା ୬,୮୨୦ରେ ପହଞ୍ଚତ୍ଛି। ଏହି ଦେଶରେ ୬୯,୧୭୬ ଜଣ ସଂକ୍ରମିତ ଥିବାବେଳେ ୮,୩୨୬ ଜଣ ସୁସ୍ଥ ହେଲେଣି। ଚାଇନାରେ ମୃତ୍ୟୁସଂଖ୍ୟା ୩,୨୮୧ ଏବଂ ସଂକ୍ରମିତଙ୍କ ସଂଖ୍ୟା ୮୧,୨୧୮ ରହିଛି। ଅନ୍ୟମାନଙ୍କ ମଧ୍ୟରେ ଇରାନରେ ମୃତ୍ୟୁସଂଖ୍ୟା ୨,୦୭୭ ରହିଥିବାବେଳେ ଆକାନ୍ତଙ୍କ ସଂଖ୍ୟା ୨୭,୦୧୭, ଫ୍ରାନ୍ସରେ ମୃତ୍ୟୁସଂଖ୍ୟା ୧୧୦୦ ଏବଂ ସଂକ୍ରମିତଙ୍କ ସଂଖ୍ୟା ୨୨,୩୦୨ ରହିଛି। ଆମେରିକାରେ ୬୦୦ରୁ ଅଧିକ ପ୍ରାଣ ହରାଇଥିବାବେଳେ ୫୫,୨୨୫ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି।
ମହାଦେଶ ଅନୁଯାୟୀ ଦେଖିଲେ, ୟୁରୋପରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ୨,୨୬,୩୪୦ ଓ ମୃତ୍ୟୁସଂଖ୍ୟା ୧୨,୭୧୯ ରହିଛି। ସେହିପରି ଏସିଆରେ ସଂକ୍ରମିତଙ୍କ ସଂଖ୍ୟା ୯୯,୮୦୫ ଏବଂ ମୃତକଙ୍କ ସଂଖ୍ୟା ୩,୫୯୩ ରହିଛି। ମଧ୍ୟପ୍ରାଚ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨,୧୧୮ ରହିଥିବାବେଳେ ମୃତ୍ୟୁସଂଖ୍ୟା ୨,୨୨୯ରେ ପହଞ୍ଚତ୍ଛି। ଉତ୍ତର ଆମେରିକା ଓ କାନାଡାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୭,୩୦୪ ରହିଥିବାବେଳେ ମୃତ୍ୟୁସଂଖ୍ୟା ୬୨୪। ସେହିପରି ଦକ୍ଷିଣ ଆମେରିକା ଓ କାରିବିୟାନ ଦେଶରେ ୭୩୩୭ ମାମଲା ହୋଇଥିବାବେଳେ ୧୧୮ ଜଣଙ୍କ ଜୀବନ ଯାଇଛି। ଆଫ୍ରିକାରେ ୨୩୮୨ ଜଣ ଆକ୍ରାନ୍ତ ହେବା ସହ ୬୪ ଜଣଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri