୧୯ରେ ଆଉ ଏକ ଲଘୁଚାପ: ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୫।୬(ବ୍ୟୁରୋ)- ଆସନ୍ତା ୧୯ ତାରିଖରେ ପଶ୍ଚିମବଙ୍ଗ ଏବଂ ଉତ୍ତର-ପୂର୍ବ ବଙ୍ଗୋପସାଗରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷକରି ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ଢେଙ୍କନାଳ ଜିଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସମଗ୍ର ରାଜ୍ୟକୁ ଛୁଇଁ ସାରିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆପାଗ ସାଙ୍ଗକୁ ତୁହାକୁ ତୁହା ବର୍ଷା ଲାଗି ରହିଛି। ମୌସୁମୀ ସକ୍ରିୟ ରହିଛି। ଆସନ୍ତା ୧୯ ତାରିଖରୁ ବର୍ଷା ପରିମାଣ ଆହୁରି ବୃଦ୍ଧି ପାଇବ। ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବାରୁ ଆସନ୍ତା ୫ ଦିନ ଯାଏ ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ବରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଜିଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏଥିସହିତ କୋରାପୁଟ ଓ ରାୟଗଡ଼ା ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଏଲୋଓ୍ବାନର୍ିଂ ଜାରି କରାଯାଇଛି । ସେହିପରି ୧୯ ତାରିଖ ଯାଏ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି।
ରାଜ୍ୟରେ ମୌସୁମୀ ସକ୍ରିୟ ଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ପାରାଦୀପରେ ୨୨.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ କଟକ ୧୯.୨, ଅନୁଗୋଳ ୧୨.୬, ବାରିପଦା ୩୨.୬, ଝାରସୁଗୁଡ଼ା ୫୫.୧, ସମ୍ବଲପୁର ୩୯, ସୁନ୍ଦରଗଡ଼ ୧୫, ହୀରାକୁଦ ୫୪.୮, ତାଳଚେର ୬୩, ଟିଟିଲାଗଡ଼ ୨୨.୪, ବୌଦ୍ଧ ୨୫.୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲାଣି ରାସ୍ତାରେ ଅଘଟଣ: ଓଭରଟେକ୍‌ କରିବା ବେଳେ ଓଲଟି ପଡ଼ିଲା ବସ୍‌, ୧୪ ଯାତ୍ରୀ…

ଗଜପତି/ମୋହନା,୧୪।୨(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର )): ଗଜପତି ଜିଲା ଚାନ୍ଦିପୁଟ କଲେଜ ନିକଟରେ ଥିବା ବୁଲାଣି ରାସ୍ତାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ମାଟି ଅତଡ଼ାରେ…

ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କଲା କଂଗ୍ରେସ

କର୍ଲାମୁଣ୍ଡା:୧୪।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତ ବିଜାପାଟିଠାରେ କଂଗ୍ରେସ ଦଳର ନବ ନିଯୁକ୍ତ କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଶନିବାର…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ଲକ୍ଷ ଲକ୍ଷ ଟଙ୍କା ଠକେଇ: ଜୟଦୂର୍ଗା ଫାଉଣ୍ଡେସନ ଅଧ୍ୟକ୍ଷା ଗିରଫ

ହାଟଡିହୀ,୧୪।୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଳକଳଙ୍ଗ ଗ୍ରାମର ସୁରେଶରୀ ସାଗରିକା ଜେନା ନାମ୍ନୀ ଜଣେ ମହିଳାଙ୍କୁ କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ସହାୟତାରେ ଖଣ୍ଡଗିରି…

ପ୍ରେମ ସପ୍ତାହରେ ପଢ଼ାଉଥିଲେ ପ୍ରେମପାଠ, ଛାତ୍ରୀଙ୍କୁ ଗୁଲଗୁଲା-ସିଙ୍ଗଡ଼ା ଡାକି ବନ୍ଧାହେଲେ ବିଜ୍ଞାନ ଶିକ୍ଷକ

ଦେବଗଡ଼,୧୪ା୨(ଶଶାଙ୍କ ଶେଖର ଝାଙ୍କର): ପ୍ରେମ ସପ୍ତାହରେ ବିଜ୍ଞାନ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ପ୍ରେମର ପାଠ ପଢ଼ାଉଥିବା ଘଟଣାରେ ଶନିବାର ଗିରଫ ହେଇଥିବା ଜଣାପଡ଼ିଛି। ଖବର ମୁତାବକ କୁଣ୍ଢେଇଗୋଳା…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

ମହାମୁକାବିଲା ପୂର୍ବରୁ ଭାରତକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଲେ ପାକିସ୍ତାନ ଅଧିନାୟକ

କଲମ୍ବୋ,୧୪।୨:ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଟିମ୍‌ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଟି୨୦ ବିଶ୍ୱକପରେ ସମସ୍ତେ ଏହି ମ୍ୟାଚକୁ ଉତ୍ସାହର ସହିତ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri