୧୭ ଯାଏ ରିମାଣ୍ଡରେ ରହିବେ ପିଏମ୍‌ସି ପୂର୍ବତନ ଏମ୍‌ଡି

ମୁମ୍ବାଇ,୬-୧୦: ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋଅପରେଟିଭ (ପିଏମ୍‌ସି) ବ୍ୟାଙ୍କର ପୂର୍ବତନ ଏମ୍‌ଡି ଜୟ ଥୋମାସଙ୍କୁ ଚଳିତ ମାସ ୧୭ ଯାଏ ପୋଲିସ ହାଜତରେ ରଖିବ। ୪,୩୫୫ କୋଟି ଟଙ୍କା ବ୍ୟାଙ୍କ ଠକେଇ ମାମଲାରେ ଥୋମାସଙ୍କୁ ଶନିବାର ରିମାଣ୍ଡରେ ରଖିବ ବୋଲି ସୂଚନା ରହିଛି। ଥୋମାସ ବ୍ୟାଙ୍କର ଜଣେ କର୍ମଚାରୀ ହୋଇଥିବା ବେଳେ ଜଣେ ନିଷ୍ପତ୍ତି ଗ୍ରହଣକାରୀ ନୁହଁନ୍ତି। ଋଣ ଅନାଦାୟ ହେବାରୁ ତାଙ୍କୁ ବଦନାମ କରାଯାଇଥିବା ଜୟଙ୍କ ଓକିଲ ରାକେଶ ସିଂ ଯୁକ୍ତି ବାଢିଛନ୍ତି। ଶୁକ୍ରବାର ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖା ଜୟଙ୍କୁ ଗିରଫ କରିବା ସହ ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଏସ୍‌.ଜି. ଶେଖଙ୍କ ସାମ୍ନାରେ ହାଜର କରିଥିଲା। ଉକ୍ତ ମାମଲାରେ ଥୋମାଙ୍କ ସମ୍ପୃକ୍ତି ଅଭିଯୋଗ ଆସିଥିବାରୁ ତାଙ୍କୁ ଅଧିକ ପଚରାଉଚୁରା କରିବା ଲାଗି ରିମାଣ୍ଡ ଆବଶ୍ୟକତା ରହିଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri