Microscopic view of Coronavirus, a pathogen that attacks the respiratory tract. Analysis and test, experimentation. Sars. 3d render
ଭୁବନେଶ୍ୱର,୭।୬(ବ୍ୟୁରୋ): ରାଜ୍ୟରେ ଚିହ୍ନଟ ହୋଇଥିବା ୭୫ ନୂଆ ଆକ୍ରାନ୍ତ ୧୬ ଜିଲାରୁ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା-ସୁନ୍ଦରଗଡ଼ରୁ ସର୍ବାଧିକ ୧୮ ଅଛନ୍ତି। ସେହିଭଳି ଜଗତସିଂହପୁର-କୋରାପୁଟ-ଅନୁଗୋଳ-ଢ଼େଙ୍କାନାଳର ୨, ଯାଜପୁରର ୭, କେନ୍ଦୁଝର-ଗଞ୍ଜାମ-ପୁରୀ-ନୂଆପଡ଼ାର ୧, ନୟାଗଡ଼ର ୪, କଟକର ୫, ବଲାଙ୍ଗୀରର ୫, ସୋନପୁର-କେନ୍ଦ୍ରାପଡ଼ାର ୩ଜଣ ଲେଖାଏ ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ପ୍ରସାରଣ ବିଭାଗ ବିଭାଗ ପକ୍ଷରୁ ରବିବାର ସୂଚନା ଦିଆଯାଇଛି।
ପ୍ରକାଶ ଯେ, ରାଜ୍ୟରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୮୫୬ରେ ପହଞ୍ଚିଛି। ସଂକ୍ରମିତଙ୍କ ମଧ୍ୟରୁ ୧,୭୧୬ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧,୧୨୯ ଆକ୍ଟିଭ କେସ୍ ରହିଛି। ସେହିଭଳି କରୋନାରେ ୯ଜଣଙ୍କ ମୃତ୍ୟୁ ଘଟିଛି।