୧୪ରେ ବସିପାରେ ଜିଏସ୍‌ଟି ପରିଷଦ ବୈଠକ

ନୂଆଦିଲ୍ଲୀ,୧।୬: ସରକାରଙ୍କୁ ବର୍ତ୍ତମାନ ଟିକସ ସଂଗ୍ରହ କ୍ଷେତ୍ରରେ ଚାପର ସମ୍ମୁଖୀନ ହେବାକୁ ପଡୁଛି। ଏହି ପରିପ୍ରେକ୍ଷୀରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଲାଗି ସର୍ବୋଚ୍ଚ ସଂସ୍ଥା କୁହାଯାଉଥିବା ଜିଏସ୍‌ଟି ପରିଷଦ ବୈଠକ ଜୁନ ୍‌ମାସ ୧୪ରେ ବସିପାରେ। କୋଭିଡ୍‌-୧୯ ପରେ ଏହା ପ୍ରଥମ ବୈଠକ ହେବ। ମାର୍ଚ୍ଚ ୨୫ ପରଠାରୁ ସାରା ଦେଶରେ ଲକ୍‌ଡାଉନ ଘୋଷଣା ହେବା ଯୋଗୁ ଟିକସ ସଂଗ୍ରହ ବାଧାପ୍ରାପ୍ତ ହୋଇଛି। ଜିଏସ୍‌ଟି ପରିଷଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅଧ୍ୟକ୍ଷ ରହିଥିବା ବେଳେ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରୁ ପ୍ରତିନିଧି ଏଠାରେ ରହିଛି। ପରିଷଦର ବୈଠକ ଜୁନ୍‌ ୧୪ରେ ହେବା ନେଇ ଯୋଜନା ରହିଥିବା ପ୍ରକ୍ରିୟା ସହ ଜଡ଼ିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ମାର୍ଚ୍ଚରେ ବସିଥିବା ବୈଠକରେ କରୋନା ଭାଇରସ୍‌ର ପ୍ରଭାବ ଅର୍ଥ ବ୍ୟବସ୍ଥା ଉପରେ କ’ଣ ରହିବ ସେ ନେଇ କୌଣସି ଆଲୋଚନା ହୋଇ ନ ଥିଲା। ସେହି ସମୟରେ କରୋନା ମାମଲା କମ୍‌ ରହିଥିଲା। ଲକ୍‌ଡାଉନ ମଧ୍ୟ ଘୋଷଣା କରାଯାଇ ନ ଥିଲା। ବର୍ତ୍ତମାନ ଟିକସ ସଂଗ୍ରହରେ ବାଧା ରହୁଥିଲେ ମଧ୍ୟ ଟିକସ ହାର ବୃଦ୍ଧି ସପକ୍ଷରେ ସରକାର ନାହାନ୍ତି ବୋଲି କୁହାଯାଉଛି। କାରଣ ଅଣଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଟିକସ ବୃଦ୍ଧି ହେଲେ ଏହା ଚାହିଦାକୁ ଫେରାଇ ଆଣିବା ଦିଗରେ ବାଧା ଉପୁଜାଇବ। ଅର୍ଥ ବ୍ୟବସ୍ଥା ପ୍ରଭାବିତ ସ୍ଥିତିରେ ଥିବାରୁ ଏହାକୁ ଟ୍ରାକ୍‌କୁ ଫେରାଇ ଆଣିବା ଦିଗରେ ଏହା ଅସୁବିଧା ସୃଷ୍ଟି କରିବ। ଏ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ପରିଷଦ ଗ୍ରହଣ କରିବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ

ଭୁବନେଶ୍ୱର,୨୫।୪: ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ବିନ୍ଧ୍ୟ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ରିଲାଏନ୍ସ ଜୁଏଲ୍ସ ବିନ୍ଧ୍ୟ...

୫୦୦୦ ଟଙ୍କା କମିଲା ରୁପା, ୧୬୦୦ଟଙ୍କା କମିଲା ସୁନା

ଭୁବନେଶ୍ୱର,୨୫।୪ (ଅଭୟ ଦାଶ): କ୍ରମାଗତ ଭାବେ ସୁନା ଓ ରୁପା ଦରରେ ହ୍ରାସ ଘଟିବାରୁ ଅଳଙ୍କାର ବଜାରରେ ସୁଧାର ଆସିଛି। ଏପରିକି ଦରବୃଦ୍ଧିକୁ ନେଇ ଆଶା...

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ଦୁନିଆରେ ଜୀବନ ବିତାଇବେ ଆପଣ, ଜାଣନ୍ତୁ କାରଣ

ମୁମ୍ବାଇ,୨୪ା୪: ଭାରତରେ ଏକ ବଡ ସଂଖ୍ୟକ ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନ ଖୁବ ଶୀଘ୍ର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ...

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ: ନୂଆ ଗ୍ରାହକ ଯୋଡ଼ିବା, କ୍ରେଡିଟ୍ କାର୍ଡ ଦେବା ଉପରେ ଲାଗିଲା ରୋକ

ମୁମ୍ବାଇ,୨୨ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ମହିନ୍ଦ୍ରା ବଡ଼ କଟକଣା ଲଗାଇଛନ୍ତି। କଟକଣା ଲାଗିବା ପରେ ବ୍ୟାଙ୍କ ଏବେ ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ...

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri