୧୪ଦିନରେ ମା’ ତାରାଦେବୀ ଠାକୁରାଣୀ ଯାତ୍ରା : ମନମୋହୁଛି ବିଭିନ୍ନ ସାହି ରଥ, କଳାକୁଞ୍ଜ

ବ୍ରହ୍ମପୁର ଅଫିସ,୨ା୬-ବ୍ରହ୍ମପୁରର ଅନ୍ୟତମ ପ୍ରସିଦ୍ଧ ମା’ ତାରାଦେବୀଙ୍କ ଦ୍ୱିବାର୍ଷିକ ଯାତ୍ରା ଶନିବାର ୧୪ ଦିନରେ ପହଞ୍ଚିଛି ା ଏହା ଆଉ ୯ ଦିନ ଯାତ୍ରା ବାକି ରହିଥିବା ବେଳେ ଏବେ ଲାଞ୍ଜିପଲ୍ଳୀ ଅଞ୍ଚଳ ଉତ୍ସବ ମୁଖର ହୋଇଉଠିଛି ା ରଙ୍ଗୀନ ଆଲୋକମାଳା ଓ ସାଜସଜ୍ଜାରେ ପ୍ରତି ସାହି ଝଲସୁଥିବା ବେଳେ ଯାତ୍ରା ଦାଣ୍ଡକୁ ଓହ୍ଲାଇଛି ବିିଭିନ୍ନ ସାହିର ରଥ ଓ କଳାକୁଞ୍ଜ ା ଶନିବାର ସୁଦ୍ଧା ୩ ସାହିରେ ୩ ରଥ ଓ ଗୋଟିଏ କଳାକୁଞ୍ଜ ଯାତ୍ରା ଦାଣ୍ଡକୁ ଆସିଛି ା ରଥ ଓ କଳାକୁଞ୍ଜ ଦେଖିବାକୁ ଏବେ ସାହିଗୁଡିକରେ ଭିଡ ଜମୁଥିବା ଦେଖିବାକୁ ମିଳିଛି ା ଅନ୍ୟପକ୍ଷରେ ୧୪ତମ ଦିନରେ ସନ୍ଧ୍ୟାରେ ମା’ଙ୍କ ୧୦୮ ଆଳତି ପରେ ବିଭିନ୍ନ ସାହିରେ ଘଟ ପରିକ୍ରମା ଅନୁଷ୍ଠିତ ହୋଇଯାଇଛି ା
ଅନୁସାରେ ଅସ୍ଥାୟୀ ପୀଠ ରଘୁନାଥ ମଠ ସାହିରେ ଭୋରରୁ ମା’ଙ୍କ ପୂଜାର୍ଚ୍ଚନା ସହ ବାଳଭୋଗ, ଦହି ଅନ୍ନଭୋଗ ଲାଗୁ କରାଯାଇଥିଲା। ସନ୍ଧ୍ୟାରେ ମା’ଙ୍କ ୧୦୮ ଆଳତି ପରେ ଅସ୍ଥାୟୀ ପୀଠରୁ ଘଟ ଶୋଭାଯାତ୍ରା ବାହାରିଥିଲା ା ମା’ଙ୍କ ବାପା କୁହାଯାଉଥିବା ଦେଶୀବେହେରା ସାହିର କୁନା ସାବତ ମା’ଙ୍କ ମୁଖ୍ୟଘଟକୁ ମୁଣ୍ଡାଇଥିଲେ। ବାଦ୍ୟ, ବାଜଣା, ଘଣ୍ଟ, ମହିଳାଙ୍କ ହୁଳହୁଳି ନାଦ ମଧ୍ୟ ଅସ୍ଥାୟୀ ପୀଠରୁ ଘଟ ପ୍ରଥମେ ରାଜା ଭାଗବତ ପ୍ରସାଦ ଦେଓ ବାସଭବନକୁ ଯାଇଥିଲା। ସେଠାରେ ପୂଜାର୍ଚ୍ଚନା ପରେ ଘଟ ବିଭିନ୍ନ ସାହି ପରିକ୍ରମା କରିଥିଲା ା ଘଟ ପ୍ରଥମେ ବ୍ରହ୍ମଣସାହି, କାଳିଞ୍ଜି ସାହି ଓ କାଞ୍ଜିଆମ୍ମା ମନ୍ଦିର ଦେଇ ଚାଣକ୍ୟ ନଗର ଦ୍ୱିତୀୟ, ତୃତୀୟ ଲାଇନ, ସାନଭଦ୍ରା ହୁଡା ସାହି ପରିକ୍ରମା କରିଥିଲା ା ଏହାପରେ ଘଟ ପୁଣି ଚାଣକ୍ୟନଗର ଦ୍ୱିତୀୟ, ତୃତୀୟ ଲାଇନ, ପ୍ରଥମ ଲାଇନ, ମାର୍କଣ୍ଡେଶ୍ୱର ନଗର ଦେଇ ଅସ୍ଥାୟୀ ପୀଠକୁ ବାହୁଡି ଥିଲା ା ଉପରୋକ୍ତ ସାହି ପରିକ୍ରମା ବେଳେ ମହିଳାମାନେ ନିଜସ୍ବ ବାସଗୃହ ଆଗରେ ଜଳକୁମ୍ଭ ସ୍ଥାପନ ସହ ମୁଖ୍ୟ ଘଟଧାରୀଙ୍କ ପାଦରେ ହଳଦୀ, କର୍ପୁର ମିଶା ପାଣି ଢାଳି ପୂଜାର୍ଚ୍ଚନା କରିଥିଲେ ା ଅନ୍ୟପକ୍ଷରେ ଯାତ୍ରା ପରମ୍ପରା ଅନୁସାରେ ବିଭିନ୍ନ ସାହି ପକ୍ଷରୁ ପ୍ରସ୍ତୁତ ରଥ ଓ କଳାକୁଞ୍ଜ ଯାତ୍ରା ଦାଣ୍ଡକୁ ଓହ୍ଲାଇବା ଆରମ୍ଭ ହୋଇଛି ା
ଶନିବାର ସୁଦ୍ଧା ଚାଣକ୍ୟ ନଗରର ରାମ ରଥ, ତୋଟା ସାହିରେ ହନୁମାନ ରଥ ଓ ସାନ ଜ୍ୱଳାମୁଖୀ ରଥ ଏବଂ କେଶବ ନଗରର ଠାକୁରାଣୀ କଳାକୁଞ୍ଜ ଯାତ୍ରା ଦାଣ୍ଡକୁ ଓହ୍ଲାଇଥିବା ଯାତ୍ର କମିଟି ପକ୍ଷରୁ କୁହାଯାଇଛି। ମା’ ତାରାଦେବୀ ଠାକୁରାଣୀ ଯାତ୍ରା କମିଟି ସଭାପତି ଭଗବତ ପ୍ରସାଦ ସିଂ ଦେଓ, ସମ୍ପାଦକ ହୃଷୀକେଶ ପାତ୍ର, ସଂଗଠକ କାହ୍ନୁଚରଣ ଚୌଧୁରୀ, ସହକାରୀ ସମ୍ପାଦକ ସୀମାଦ୍ରୀ ପାତ୍ର, ସଦସ୍ୟ ଲଡୁକିଶୋର ପାଣିଗ୍ରାହୀଙ୍କ ସମେତ ସମସ୍ତ କମିଟି ସଦସ୍ୟ ଯାତ୍ରା ପରିଚାଳନା ସହଯୋଗ କରୁଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

କଲ୍ୟାଣ ମଣ୍ଡପ ନିର୍ମାଣରେ ଖର୍ଚ୍ଚ ହେବ ୬୦ ଲକ୍ଷ ଟଙ୍କା, ଆଜି ସରପଞ୍ଚଙ୍କ ସମେତ…

ଗଞ୍ଜାମ,୩ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟସ୍ଥିତ ମା’ ଶୀତଳl ଠାକୁରାଣୀ ମନ୍ଦିର ନିକଟରେ ନିର୍ମାଣ ହେବ ଅତ୍ୟାଧୁନିକ କଲ୍ୟାଣ ମଣ୍ଡପ। ଏଥିପାଇଁ ସରପଞ୍ଚ ମମତା…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ମେ ୪ରୁ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଶେଷ ସପ୍ତାହରେ ଜମିବ ‘ଛତ୍ରପୁର ମହୋତ୍ସବ’

ଛତ୍ରପୁର, ୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରସିଦ୍ଧ ଉତ୍ସବ, ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ…

ଦିଗପହଣ୍ଡିରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ: ସେନସସ ୱେବସାଇଟ୍‌ରେ ତଥ୍ୟ ପ୍ରଦାନ କଲେ ନଗରପାଳ

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରାଞ୍ଚଳରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଗୁରୁବାରଠାରୁ…

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri