The dead man's body. Focus on hand
ଠାକୁରମୁଣ୍ଡା,୯ା୧(ଡ଼ି.ଏନ୍.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଅଧୀନ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡକୁ ବୁଲି ଆସି ପାଣିରେ ଭାସି ନିଖୋଜ ଥିବା ଯୁବକଙ୍କ ଗଳିତ ମୃତଦେହ ୧୩ ଦିନ ପରେ ଉଦ୍ଧାର ହୋଇଛି। ମୃତକ ହେଲେ ପଶ୍ଚିମବଙ୍ଗ ଦୀଘା ଅଞ୍ଚଳ ମୈତ୍ରୀପୁରର ଓଁକାର ସମବାୟ ସମିତିର କର୍ମଚାରୀ ରାଜେନ୍ଦ୍ର ପ୍ରସାଦ ସିଂ। ଗତ ୨୫ ତାରିଖରେ ସେ ସହକର୍ମୀମାନଙ୍କ ସହ ଏଠାକୁ ବୁଲିବାକୁ ଆସି ଅସାବଧାନତା ଯୋଗୁ ଭାସି ଯାଇଥିଲେ। ତେବେ ଘଟଣାସ୍ଥଳରୁ ୭ କି.ମି ଦୂର ଦୁର୍ଗମ ପାହାଡ ତଳ ବୈତରଣୀ ନଦୀର ଡୁମୁରିଆ ଘାଟ ନିକଟରୁ ଆନନ୍ଦପୁର ପୋଲିସ ତାଙ୍କ ଗଳିତ ମୃତଦେହ ଉଦ୍ଧାର କରିବା ପରେ ପରିବାର ଲୋକ ଶବକୁ ଚିହ୍ନଟ କରିଥିଲେ। ଏନେଇ ଠାକୁରମୁଣ୍ଡା ଥାନାରେ ଏକ ମାମଲା ରୁଜୁ ହୋଇଥିଲା।