Posted inଜାତୀୟ

୧୨ ଦେଶରେ ଚିଦାମ୍ବରମ୍‌ଙ୍କ ୧୭ ଆକାଉଣ୍ଟ

ନୂଆଦିଲ୍ଲୀ,୨୭ା୮(ପି.ଟି.): ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କର ୧୨ଟି ଦେଶରେ ୧୭ଟି ବ୍ୟାଙ୍କ୍‌ ଆକାଉଣ୍ଟ ରହିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚାଞ୍ଚଲ୍ୟକର ତଥ୍ୟ ଦେଇଛି। ଶେଲ୍‌ ଓ୍ବେବ୍‌ କମ୍ପାନୀ ଖୋଲି ଚିଦାମ୍ବରମ ଓ ତାଙ୍କ ସହଯୋଗୀମାନେ ଭାରତ ଓ ଭାରତ ବାହାରେ ବ୍ୟାପକ ଅର୍ଥ ହେରଫେର କରିଥିବା ଇଡି ସତ୍ୟପାଠରେ ଦର୍ଶାଇଛି। ଶେଲ୍‌ କମ୍ପାନୀ ଚଳାଇଥିବା ଷଡ଼ଯନ୍ତ୍ରକାରୀ ଏବେ ବି ଚାଦାମ୍ବରମ୍‌ଙ୍କ ସହ ଯୋଗାଯୋଗରେ ଥିବା ଜଣାପଡ଼ିଛି। ବେଆଇନ ଭାବେ ବିପୁଳ ଟଙ୍କା ଏହି କମ୍ପାନୀରେ ଲଗାଯାଇଛି। ୧୭ଟି ବେନାମୀ ବିଦେଶୀ ବ୍ୟାଙ୍କ ଆକାଉଣ୍ଟରେ ଏହା ରହିଛି। ଏ ସମ୍ପର୍କରେ ଚିଦାମ୍ବରମ ତଥ୍ୟ ଲୁଚାଉଛନ୍ତି ଓ ସହଯୋଗ କରୁନାହାନ୍ତି ବୋଲି ଇଡି କୋର୍ଟରେ ଦର୍ଶାଇଛି।
ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଦିଲ୍ଲୀର ଏକ ଅଦାଲତ ଚିଦାମ୍ବରମଙ୍କୁ ଆଉ ୪ ଦିନ ସିବିଆଇ ରିମାଣ୍ଡରେ ପଠାଇଛନ୍ତି। ୩୦ ପର୍ଯ୍ୟନ୍ତ ସିବିଆଇ ଚିଦାମ୍ବରମଙ୍କୁ ହାଜତରେ ଜେରା କରିବ। ତେବେ ଚିଦାମ୍ବରମଙ୍କୁ ହାଜତରେ ତାଙ୍କ ପରିବାର ସଦସ୍ୟ ଓ ଓକିଲ ଦିନକୁ ଅଧଘଣ୍ଟା ପାଇଁ ଦେଖା କରିପାରିବେ। ଦିଲ୍ଲୀ ହାଇକୋର୍ଟ ଚିଦାମ୍ବରମଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିଦେବା ପରେ ଗତ ବୁଧବାର ରାତିରେ ସିବିଆଇ ତାଙ୍କୁ ଗିରଫ କରିଥିଲା। ପରଦିନ କୋର୍ଟରେ ହାଜର କରିବା ପରେ ୪ ଦିନ ରିମାଣ୍ଡରେ ନେଇଥିଲା ସିବିଆଇ। ସୋମବାର ରିମାଣ୍ଡ ମିଆଦ ପୂରଣ ହେବା ପରେ ତାଙ୍କୁ କୋର୍ଟରେ ହାଜର କରି ତଦନ୍ତକାରୀ ସଂସ୍ଥା ରିମାଣ୍ଡ ଅବଧି ଆଉ ୫ ଦିନ ବଢ଼ାଇବା ପାଇଁ ଅନୁରୋଧ କରିଥିଲା। ଦିଲ୍ଲୀ ହାଇକୋର୍ଟ ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରିବା ପରେ ଚିଦାମ୍ବରମ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ପିଟିଶନ୍‌ ଖାରଜ ହେବା ପରେ ଚିଦାମ୍ବରମଙ୍କୁ ସିବିଆଇ ସ୍ବତନ୍ତ୍ର ଅଦାଲତରେ ହାଜର କରାଯାଇଥିଲା। ତେବେ ଏହି ମାମଲାରେ ଇଡି ତାଙ୍କୁ ୨୭ ତାରିଖ ପର୍ଯ୍ୟନ୍ତ ଗିରଫ କରିପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଳି ବ୍ରାହ୍ମଣୀ ନଦୀରେ ଭାସୁଛି ବିରାଟକାୟ କୁମ୍ଭୀର, ଆତଙ୍କିତ ସ୍ଥାନୀୟ ଲୋକେ

ପଟ୍ଟାମୁଣ୍ଡାଇ,୭।୭(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଳି ଦେଇ ବହିଯାଇଥିବା ବ୍ରାହ୍ମଣୀ ନଦୀର ପତ୍ରପୁର ସେତୁ ନିକଟରେ ଏକ ବିରାଟକାୟ ବଉଳା କୁମ୍ଭୀର ଭାସୁଥିବା ଦେଖିବାକୁ ମିଳିଛି…

ଝିଅ ଘରୁ ଫେରୁଥିବା ବେଳେ ବନ୍ୟା ପାଣିରେ ଭାସିଗଲେ ବୃଦ୍ଧ, ସିଧା ଗଛରେ…

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାର ପଡ଼ା ବ୍ଲକ ତେଲ ନଦୀର ବଢ଼ି ପାଣିରେ ଭାସି ମଙ୍ଗଳବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ…

ସାଧୁପଡାରୁ ବିଦେଶୀ ମଦ ଦୋକାନ ଉଠାଇବା ଦାବିରେ ଅଣ୍ଟା ଭିଡିଲେ ମହିଳା, ରାସ୍ତାରୋକୋ କରି….

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ସାଧୁପଡ଼ା ଗ୍ରାମରେ ମଦ ଦୋକାନ ଉଚ୍ଛେଦକୁ ନେଇ ମହିଳାମାନେ ରାସ୍ତାରୋକୋ କରିଛନ୍ତି ।…

ମୁଖ୍ୟମନ୍ତ୍ରୀ ବିଜୟଙ୍କ ବିରୋଧରେ DMKର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୭।୭: ତାମିଲନାଡୁର କରୁରରେ ଏକ ଦୁର୍ଘଟଣାରେ ୪୧ ଜଣ ପ୍ରାଣ ହରାଇଲେ। କ୍ଷମତାସୀନ ଟିଭିକେ (ତାମିଜାଗା ଭେଟ୍ରି କାଝାଗମ) ସରକାରଙ୍କ ବିରୁଦ୍ଧରେ DMK ଏକ ଆବେଦନ ଦାଖଲ…

ହାତକୁ ଦି’ ହାତ ହେଲେ ଅଂଶୁଲା: ଝୁମିଲେ ୨ ଭଉଣୀ

ପ୍ରଯୋଜକ ବୋନି କପୁର ତଥା ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ଭଉଣୀ ଅଂଶୁଲା କପୁର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ମୁମ୍ବାଇର ତାଜ ହୋଟେଲରେ ତାଙ୍କ…

MS Dhoni Net Worth: କୋଟି କୋଟି ଟଙ୍କା ରୋଜଗାର, ହେଲେ କ୍ରିକେଟ ବ୍ୟତୀତ ଧୋନୀଙ୍କ ଆଉ କ’ଣ ରହିଛି ରୋଜଗାର? ଜାଣନ୍ତୁ…

ନୂଆଦିଲ୍ଲୀ,୭।୭: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଜୁଲାଇ ୭ରେ ୪୫ ବର୍ଷ ବୟସରେ ପାଦ ଥାପିଛନ୍ତି। ‘କ୍ୟାପ୍ଟେନ କୁଲ’ ଭାବରେ ଜଣାଶୁଣା – କ୍ରିକେଟ…

ଗୁଜରାଟ ସିରିଏଲ ବିସ୍ଫୋରଣ ମାମଲାରେ ବଡ଼ ରାୟ: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ

ଅହମଦାବାଦ,୭।୭: ୨୦୦୮ ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ, ଗୁଜରାଟ ହାଇକୋର୍ଟ ନିମ୍ନ ଅଦାଲତର ନିଷ୍ପତ୍ତିକୁ ବଜାୟ ରଖିଛନ୍ତି। ହାଇକୋର୍ଟ ୩୮ ଜଣ…

Video: ବୈଭବ ସୂର୍ଯ୍ୟବଂଶୀ ଆହତ; ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ଧ୍ୟାନ ଦେଲେ ନାହିଁ କୋଚ; ତାଙ୍କ ଖେଳିବା ଉପରେ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୭।୭: ବୈଭବ ସୂର୍ଯ୍ୟବଂଶୀ ଶୀଘ୍ର ପ୍ରଶଂସକଙ୍କ ପ୍ରିୟ ହୋଇଗଲେ। ସମସ୍ତେ ତାଙ୍କ ଡେବ୍ୟୁକୁ ଅପେକ୍ଷା କରିଥିଲେ, ଯାହା ଏବେ ହୋଇଛି, ଏବଂ ସେ ତାଙ୍କର ଦ୍ୱିତୀୟ ଅନ୍ତର୍ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri