୧୨ ଘଣ୍ଟା ପରେ ବାଇକ୍‌ରେ ଗଲେ ୬ ପ୍ରବାସୀ

ଅନୁଗୋଳ ଅଫିସ, ୫।୫

ଓଡ଼ିଶା ଫେରିବାକୁ ଚାହଁୁଥିବା ପ୍ରବାସୀମାନଙ୍କୁ କିପରି ଅଣାଯାଇ କ୍ୱାରାଣ୍ଟାଇନ୍‌ରେ ରଖାଯିବ ସେ ନେଇ ରାଜ୍ୟ ସରକାର ସ୍ବତନ୍ତ୍ର ଯୋଜନା କରିଛନ୍ତି। ଯେଉଁମାନେ ଏଥିପାଇଁ ପଞ୍ଜୀକରଣ କରିନାହାନ୍ତି ସେମାନଙ୍କୁ ରାଜ୍ୟ ସୀମାନ୍ତ ଚେକ୍‌ଗେଟ୍‌ରେ ପଞ୍ଜୀକୃତ କରାଯାଇ ନିଜ ଅଞ୍ଚଳର ସଙ୍ଗରୋଧ କେନ୍ଦ୍ରରେ ରଖିବାର ବ୍ୟବସ୍ଥା ରହିଛି। କିନ୍ତୁ ଜିଲା ପ୍ରଶାସନକୁ ନ ଜଣାଇ ରବିବାର ସୁରଟ୍‌ରୁ ଫେରିଥିବା ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅଞ୍ଚଳର ୬ଜଣ ଯୁବକଙ୍କୁ ଅନୁଗୋଳ ଜିଲା ପ୍ରଶାସନ କିଛି ବି ସହାୟତା କରି ନ ଥିବା ଅଭିଯୋଗ ହୋଇଛି। ଦୀର୍ଘ ୧୨ ଘଣ୍ଟା ଧରି ସେମାନେ କିଆକଟା ଥାନା ସମ୍ମୁଖରେ ବସି ରହିବା ପରେ ଶେଷରେ ଘର ଲୋକଙ୍କ ସହ ବାଇକ୍‌ରେ ଯିବା ଜିଲାବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି।
ସୂଚନା ଅନୁଯାୟୀ, ସୋନପୁର ଓ ବୌଦ୍ଧ ଜିଲାର ଲୋକମାନେ ନିଜ ଖର୍ଚ୍ଚରେ ସୁରଟରୁ ଏକ ବସ୍‌ରେ ଆସିଥିଲେ। ସେମାନଙ୍କ ସହ ଆଠମଲ୍ଲିକ ବ୍ଲକ ଅଞ୍ଚଳର ସମ୍ପୃକ୍ତ ୬ ଜଣ ଥିଲେ। ସମସ୍ତଙ୍କ ନିକଟରେ ରେଢ଼ାଖୋଲ ପର୍ଯ୍ୟନ୍ତ ଆସିବାର ଅନୁମତି ଥିଲା। ଏହାଛଡ଼ା ଅନୁଗୋଳ ଆସୁଥିବା ନେଇ ସେମାନେ ପ୍ରଶାସନକୁ ଅବଗତ କରି ନ ଥିଲେ। ବସ୍‌ ସୋନପୁର ଓ ବୌଦ୍ଧ ଜିଲାର ଲୋକଙ୍କୁ ଓହ୍ଲାଇଦେବା ପରେ ଆଠମଲ୍ଲିକର ୬ଜଣଙ୍କୁ କିଆକଟା ଥାନା ଯାଏ ଆଣିଥିଲା। ପୂର୍ବାହ୍ନ ୧୦ଟାରେ ସମ୍ପୃକ୍ତ ୬ଜଣ ଓହ୍ଲାଇ ଥାନାକୁ ଯାଇଥିଲେ। କିନ୍ତୁ ପୋଲିସ ଏ କାର୍ଯ୍ୟ ପ୍ରଶାସନର କହି ଚୁପ୍‌ ବସିଯାଇଥିଲା। ନିରାଶ ହୋଇ ପ୍ରବାସୀମାନେ ଚାଲି ଚାଲି ଗଁା ଅଭିମୁଖେ ଯାଉଥିବା ବେଳେ ବାଟରେ ଅନ୍ୟ ଗ୍ରାମବାସୀ ଅଟକାଇ ସେମାନଙ୍କୁ ଫେରାଇ ଦେଇଥିଲେ। ଫଳରେ ସେମାନେ ପୁନର୍ବାର ଥାନାର ଦ୍ୱାରସ୍ଥ ହେବା ସହ ରାସ୍ତା ପାର୍ଶ୍ୱରେ ବସି ରହିଥିଲେ। ନଅଗାଁ ସରପଞ୍ଚ, ଆଠମଲ୍ଲିକ ବିଡିଓଙ୍କ ସହାୟତା ଲୋଡିଥିଲେ। କିନ୍ତୁ ସହାୟତା ନ ମିଳିବାରୁ ରାତି ୧୦ଟାରେ ପ୍ରବାସୀମାନେ ଘର ଲୋକଙ୍କ ସହ ୩ଟି ବାଇକ୍‌ରେ ଗାଁକୁ ଫେରିଥିଲେ। ଏହାପରେ ସେମାନଙ୍କୁ ନିକଟସ୍ଥ ବିଦ୍ୟାଳୟରେ ହୋଇଥିବା କ୍ବାରାଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଛି।
ଏ ସମ୍ପର୍କରେ ଆଠମଲ୍ଲିକ ବିଡିଓ ସଞ୍ଜୟ କୁମାର ଆଚାର୍ଯ୍ୟ କହିଛନ୍ତି, ପ୍ରଶାସନର ଜ୍ଞାତସାରରେ ଆସୁଥିବା ପ୍ରବାସୀଙ୍କୁ ସହଯୋଗ କରାଯିବ। ସୁରଟ୍‌ ଫେରନ୍ତାମାନେ ଏ ନେଇ ଆଗୁଆ ଜଣାଇ ନ ଥିଲେ। ଅନୁଗୋଳ ଜିଲା କରୋନା ନୋଡାଲ ଅଧିକାରୀ ତଥା ପିଡି ଅତୁଲ୍ୟ କୁମାର ଚମ୍ପତିରାୟ କହିଛନ୍ତି, ପ୍ରବାସୀମାନେ ଫେରୁଥିବା ସମ୍ପର୍କରେ ପ୍ରଶାସନକୁ ଅବଗତ କରିଥିଲେ ଏପରି ଅସୁବିଧା ହୋଇ ନ ଥାନ୍ତା। ତଥାପି ଘଟଣା ସମ୍ପର୍କରେ ଅନୁଧ୍ୟାନ କରାଯିବ ବୋଲି ନୋଡାଲ ଅଧିକାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri