୧୧ ରାଉଣ୍ଡ: ବିଜେଡି ପ୍ରାର୍ଥୀ ସନ୍ତୋଷ ଖଟୁଆ ଆଗରେ

ନୀଳଗିରି, ୨୩।୫(ଡି.ଏନ.ଏ.)-୧୧ରାଉଣ୍ଡ ସୁଦ୍ଧା ବିଜେଡି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ ୨୭ହଜାର ୫୪୫, ଭାଜପା ବିଧାୟକ ପ୍ରାର୍ଥୀ ସୁକାନ୍ତ ନାୟକଙ୍କୁ ୨୫ହଜାର ୫୩୭ ଭୋଟ ମିଳିଛି। ବିଜେଡି ପ୍ରାର୍ଥୀ ୨ହଜାର ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ସେହିପରି ଲୋକସଭା ଭାଜପା ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ୨୭ ହଜାର ୬୯୦ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଜେନା ୨୬ ହଜାର ୬୬୭ ଭୋଟ ପାଇଛନ୍ତି। ଭାଜପା ୧ହଜାର ୨୩ ଖଣ୍ଡ ଭୋଟରେ ଆଗୁଆ ଅଛି।