୧୧୫୭ ପ୍ରବାସୀଙ୍କ ମଧ୍ୟରୁ ୫୮ କରୋନା ନେଗେଟିଭ୍‌

କେନ୍ଦ୍ରାପଡ଼ା ଅଫିସ, ୬ା୫: ଗତ ୪ ତାରିଖରୁ ଅଦ୍ୟାବଧି ୧୧୫୭ ପ୍ରବାସୀ ଜିଲାକୁ ଫେରିଛନ୍ତି। ସେମାନଙ୍କଠାରୁ ସଂଗୃହୀତ ସ୍ବାବ୍‌ ଟେଷ୍ଟିଂ ପରେ ୫୮ ଜଣ କରୋନା ନେଗେଟିଭ୍‌ ବୋଲି ଜିଲା ପ୍ରଶାସନ ବୁଧବାର ଗଣମାଧ୍ୟମକୁ ସୂଚନା ଦେଇଛି। ଜିଲାର ୪ଟି ସ୍ଥାନରେ କରୋନା ଭୂତାଣୁ ନମୁନା ସଂଗ୍ରହ କେନ୍ଦ୍ର ଖୋଲାଯାଇ ସ୍ବାବ୍‌ ସଂଗ୍ରହ ଚାଲିଥିବା ଜିଲାପାଳ ସମର୍ଥ ବର୍ମା ପ୍ରକାଶ କରିଛନ୍ତି ା କେନ୍ଦ୍ରାପଡା ଜିଲାର ଲକ୍ଷାଧିକ ଲୋକ ଫେରିବା ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ଏଥିମଧ୍ୟରୁ ୫ ତାରିଖ ସୁଦ୍ଧା ୫୭୧ ଜଣ ଆସିଥିବା ବେଳେ ୬ ତାରିଖ ମଧ୍ୟାହ୍ନ ସୁଦ୍ଧା ୬୨୬ ଜଣ ଆସିଛନ୍ତି। ପଟ୍ଟାମୁଣ୍ଡାଇ ବ୍ଲକକୁ ୨୦୨ଜଣ ଫେରିଥିବାବେଳେ ଗରଦପୁରକୁ ୩୧, ମହାକାଳପଡାକୁ ୨୯୮, ଡେରାବିଶକୁ ୬୯, କେନ୍ଦ୍ରାପଡାକୁ ୧୦୨, ମାର୍ଶାଘାଇକୁ ୧୩୦, ଆଳିକୁ ୩୮, ରାଜନଗରକୁ ୨୧୬ ଓ ରାଜକନିକାକୁ ୯୧ ଜଣ ଆସିଛନ୍ତି। ପଶ୍ଚିମବଙ୍ଗ, ଆନ୍ଧ୍ର, କେରଳ ଓ ସୁରଟରୁ ଆସିଥିବା ଏହି ବ୍ୟକ୍ତିଙ୍କୁ ବ୍ଲକ ଅଞ୍ଚଳର ବିଭିନ୍ନ ସଙ୍ଗରୋଧ ଗୃହରେ ରଖାଯାଇଛି ା ଜିଲାର ୨୪୯ ପଞ୍ଚାୟତରେ କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ୧୧୧୧ଟି ସଙ୍ଗରୋଧ କେନ୍ଦ୍ର ଖୋଲାଯାଇଥିବା ଏଡିଏମ୍‌ ବସନ୍ତ କୁମାର ରାଉତ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଜିଲାରେ ଥିବା ୧୧୧୧ ସଙ୍ଗରୋଧ ଗୃହରେ ୪୧୬୯୩ଟି ଶଯ୍ୟା ପ୍ରସ୍ତୁତ ହୋଇଛି। ପ୍ରତ୍ୟେକ ପ୍ରବାସୀଙ୍କଠାରୁ ସ୍ବାବ୍‌ ଟେଷ୍ଟିଂ ପାଇଁ ନମୁନା ସଂଗ୍ରହ ସହ ୧୪ ଦିନିଆ ସଙ୍ଗରୋଧ ନିୟମ ପାଳନକୁ ଗୁରୁତ୍ୱ ଦିଆଯାଇଛି। ସେହିପରି ଏଡିଏମ୍‌ଓ ଡା. ମିର୍ଜା ବାବର ବେଗ୍‌ କହିଛନ୍ତି, ଜିଲାରେ ୧୫୦୪ଟି କରୋନା ଭୂତାଣୁ ପରୀକ୍ଷା ପାଇଁ ନମୁନା ସଂଗ୍ରହ ହୋଇଛି। ଇତିମଧ୍ୟରେ ୧୪୪୭ଟି ନମୁନା ପରୀକ୍ଷା କରାଯାଇ ୨ଟି ପଜିଟିଭ ଥିବାବେଳେ ଅନ୍ୟସବୁ ନେଗେଟିଭ୍‌ ଥିବା ଗତ ଏପ୍ରିଲ ୭ ଓ ୧୨ ତାରିଖରେ ଜଣାପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri