Posted inଫୁରସତ

୧୦ ବର୍ଷ ପରେ ପୃଥିବୀ ପ୍ରତି ମାଡ଼ିଆସୁଛି ଭୟଙ୍କର ବିପଦ: ଆଣ୍ଟାର୍କଟିକାରେ ଦେଖିବାକୁ ମିଳିଛି ଏହି ସଂକେତ

ଗ୍ଲୋବାଲ ଓ୍ବାର୍ମିଂ ବଢ଼ିଚାଲିଥିବାରୁ ଏହା ପୃଥିବୀ ପ୍ରତି ଭୟଙ୍କର ବିପଦ ସୃଷ୍ଟି କରୁଛି। ୧୦ ବର୍ଷ ମଧ୍ୟରେ ପୃଥିବୀ ପ୍ରତି ଏକ ଭୟଙ୍କର ବିପଦ ଅର୍ଥାତ ଜଳପ୍ରଳୟ ହେବ ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି। ପ୍ରତିବର୍ଷ ପ୍ରାୟ ୧.୩୦ ଫୁଟ ଉଚ୍ଚର ବରଫ ଦ୍ରୁତବେଗରେ ତରଳିବାରେ ଲାଗିଛି। ଆଜିପର୍ଯ୍ୟନ୍ତ ୫ ଫୁଟ ଉଚ୍ଚର ବରଫ ତରଳି ସାରିଲାଣି। ୨୦୩୦ ପର୍ଯ୍ୟନ୍ତ ଏକ ଭୟଙ୍କର ବିପଦ ପୃଥିବୀ ଆଡ଼କୁ ମାଡ଼ିଆସୁଛି ବୋଲି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି।


୧୧ ହଜାର ବୈଜ୍ଞାନିକ ଦେଇଛନ୍ତି ଏହି ଚେତାବନୀ:
ଆଣ୍ଟାର୍କଟିକାରେ ମହଜୁଦ୍‌ ଥିବା ସବୁଠୁ ପୁରୁଣା ଏବଂ ସ୍ଥିର ବରଫଖଣ୍ଡ ଖୁବ୍‌ ତୀବ୍ର ଗତିରେ ତରଳିବାରେ ଲାଗିଛି। ଏହି ଭୟାବହ ବିପଦ ୧୩୦ ଦେଶରେ ଦେଖିବାକୁ ମିଳିବ। ପ୍ରାୟ ୧୧ ହଜାର ବୈଜ୍ଞାନିକ ଏହି ଚେତାବନୀ ଦେଇଛନ୍ତି। ବୈଜ୍ଞାନିକଙ୍କ ଅନୁଯାୟୀ, ଆଣ୍ଟାର୍କଟିକାରେ ମହଜୁଦ୍‌ ଥିବା ବରଫ ଖଣ୍ଡକୁ ‘ଦ ଲାଷ୍ଟ ଆଇସ୍‌ ଏରିଆ’ କୁହାଯାଏ। ଏହି ବରଫ ଦ୍ୱିଗୁଣିତ ଗତିରେ ତରଳୁଅଛି। ୨୦୧୬ରେ ୪୧ ଲକ୍ଷ ୪୩ ହଜାର ୯୮୦ ବର୍ଗ କିମି ପର୍ଯ୍ୟନ୍ତ ବହିଥିଲା। ଯାହା ଏବେ ୯.୯୯ ଲକ୍ଷ ବର୍ଗ କିମି ବାକି ଅଛି। ୨୦୩୦ ସୁଦ୍ଧା ଏହି ବରଫ ପୃଥିବୀ ପ୍ରତି ଭୟଙ୍କର ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି।

ୟୁନିଭରସିଟି ଅଫ୍‌ ଟରୋଣ୍ଟୋ ବୈଜ୍ଞାନିକ କ୍ୟାଣ୍ଟ ମୁର୍‌ଙ୍କ ଅନୁସାରେ, ୧୯୭୦ମସିହା ପରଠାରୁ ଆଜିପର୍ଯ୍ୟନ୍ତ ଆଣ୍ଟାର୍କଟିକାରେ ପ୍ରାୟ ୫ ଫୁଟ ଉଚ୍ଚର ବରଫ ତରଳୁଛି। ପ୍ରତିବର୍ଷ ୧.୩୦ ଫୁଟ ଉଚ୍ଚ ବରଫ ତରଳୁଛି। ଏଥିଯୋଗୁ ସମୁଦ୍ର ଜଳସ୍ତର ବଢ଼ିବାରେ ଲାଗିଛି। ଆଣ୍ଟାର୍କଟିକାର ବରଫ ତରଳିବାରୁ ଗ୍ରୀନ୍‌ଲାଣ୍ଡ୍‌ ଏବଂ କାନାଡା ଆଖପାଖ ଅଞ୍ଚଳରେ ଋତୁ ପରିବର୍ତ୍ତନ ହେଉଛି। ଏଠାରେ ବି ଗରମ ବଢ଼ିବାରେ ଲାଗିଛି। ଏହାର ପ୍ରଭାବ ସମଗ୍ର ବିଶ୍ୱ ଉପରେ ପଡ଼ିବ। କିଛି ଦେଶ ମଧ୍ୟ ଜଳମଗ୍ନ ହୋଇଯିବ ବୋଲି ବୈଜ୍ଞାନିକମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri