Posted inଫୁରସତ

୧୦ ବର୍ଷ ପରେ ପୃଥିବୀ ପ୍ରତି ମାଡ଼ିଆସୁଛି ଭୟଙ୍କର ବିପଦ: ଆଣ୍ଟାର୍କଟିକାରେ ଦେଖିବାକୁ ମିଳିଛି ଏହି ସଂକେତ

ଗ୍ଲୋବାଲ ଓ୍ବାର୍ମିଂ ବଢ଼ିଚାଲିଥିବାରୁ ଏହା ପୃଥିବୀ ପ୍ରତି ଭୟଙ୍କର ବିପଦ ସୃଷ୍ଟି କରୁଛି। ୧୦ ବର୍ଷ ମଧ୍ୟରେ ପୃଥିବୀ ପ୍ରତି ଏକ ଭୟଙ୍କର ବିପଦ ଅର୍ଥାତ ଜଳପ୍ରଳୟ ହେବ ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି। ପ୍ରତିବର୍ଷ ପ୍ରାୟ ୧.୩୦ ଫୁଟ ଉଚ୍ଚର ବରଫ ଦ୍ରୁତବେଗରେ ତରଳିବାରେ ଲାଗିଛି। ଆଜିପର୍ଯ୍ୟନ୍ତ ୫ ଫୁଟ ଉଚ୍ଚର ବରଫ ତରଳି ସାରିଲାଣି। ୨୦୩୦ ପର୍ଯ୍ୟନ୍ତ ଏକ ଭୟଙ୍କର ବିପଦ ପୃଥିବୀ ଆଡ଼କୁ ମାଡ଼ିଆସୁଛି ବୋଲି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି।


୧୧ ହଜାର ବୈଜ୍ଞାନିକ ଦେଇଛନ୍ତି ଏହି ଚେତାବନୀ:
ଆଣ୍ଟାର୍କଟିକାରେ ମହଜୁଦ୍‌ ଥିବା ସବୁଠୁ ପୁରୁଣା ଏବଂ ସ୍ଥିର ବରଫଖଣ୍ଡ ଖୁବ୍‌ ତୀବ୍ର ଗତିରେ ତରଳିବାରେ ଲାଗିଛି। ଏହି ଭୟାବହ ବିପଦ ୧୩୦ ଦେଶରେ ଦେଖିବାକୁ ମିଳିବ। ପ୍ରାୟ ୧୧ ହଜାର ବୈଜ୍ଞାନିକ ଏହି ଚେତାବନୀ ଦେଇଛନ୍ତି। ବୈଜ୍ଞାନିକଙ୍କ ଅନୁଯାୟୀ, ଆଣ୍ଟାର୍କଟିକାରେ ମହଜୁଦ୍‌ ଥିବା ବରଫ ଖଣ୍ଡକୁ ‘ଦ ଲାଷ୍ଟ ଆଇସ୍‌ ଏରିଆ’ କୁହାଯାଏ। ଏହି ବରଫ ଦ୍ୱିଗୁଣିତ ଗତିରେ ତରଳୁଅଛି। ୨୦୧୬ରେ ୪୧ ଲକ୍ଷ ୪୩ ହଜାର ୯୮୦ ବର୍ଗ କିମି ପର୍ଯ୍ୟନ୍ତ ବହିଥିଲା। ଯାହା ଏବେ ୯.୯୯ ଲକ୍ଷ ବର୍ଗ କିମି ବାକି ଅଛି। ୨୦୩୦ ସୁଦ୍ଧା ଏହି ବରଫ ପୃଥିବୀ ପ୍ରତି ଭୟଙ୍କର ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି।

ୟୁନିଭରସିଟି ଅଫ୍‌ ଟରୋଣ୍ଟୋ ବୈଜ୍ଞାନିକ କ୍ୟାଣ୍ଟ ମୁର୍‌ଙ୍କ ଅନୁସାରେ, ୧୯୭୦ମସିହା ପରଠାରୁ ଆଜିପର୍ଯ୍ୟନ୍ତ ଆଣ୍ଟାର୍କଟିକାରେ ପ୍ରାୟ ୫ ଫୁଟ ଉଚ୍ଚର ବରଫ ତରଳୁଛି। ପ୍ରତିବର୍ଷ ୧.୩୦ ଫୁଟ ଉଚ୍ଚ ବରଫ ତରଳୁଛି। ଏଥିଯୋଗୁ ସମୁଦ୍ର ଜଳସ୍ତର ବଢ଼ିବାରେ ଲାଗିଛି। ଆଣ୍ଟାର୍କଟିକାର ବରଫ ତରଳିବାରୁ ଗ୍ରୀନ୍‌ଲାଣ୍ଡ୍‌ ଏବଂ କାନାଡା ଆଖପାଖ ଅଞ୍ଚଳରେ ଋତୁ ପରିବର୍ତ୍ତନ ହେଉଛି। ଏଠାରେ ବି ଗରମ ବଢ଼ିବାରେ ଲାଗିଛି। ଏହାର ପ୍ରଭାବ ସମଗ୍ର ବିଶ୍ୱ ଉପରେ ପଡ଼ିବ। କିଛି ଦେଶ ମଧ୍ୟ ଜଳମଗ୍ନ ହୋଇଯିବ ବୋଲି ବୈଜ୍ଞାନିକମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍‌ ଓଡ଼ିଶା ଲିଲି କପ୍‌ ବାସ୍କେଟବଲ୍‌ ଟୁର୍ଣ୍ଣାମେଣ୍ଟ: ଏମ୍‌-୩ ପାନ୍ଥର୍ସ କଟକ ଚମ୍ପିୟାନ

କଟକ ସଦର,୨୭।୮(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ଲିଲି ଇଣ୍ଟରନ୍ୟାଶନାଲ ସ୍କୁଲ ପରିସରରେ ‘ଅଲ ଓଡ଼ିଶା ଲିଲି କପ୍‌’ ବାସ୍କେଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ…

ଗଭୀର ସମୁଦ୍ରରୁ ଉଦ୍ଧାର ହେଲା ଟ୍ରଲର: ବଞ୍ଚିଛନ୍ତି ମତ୍ସ୍ୟଜୀବୀ, ୩ ତାରିଖରୁ ଥିଲେ ନିଖୋଜ

ଭୋଗରାଇ,୨୭।୮(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ଉପକୂଳ ଗଭୀର ସମୁଦ୍ରରୁ ଆନ୍ଧ୍ରପ୍ରଦେଶର ଏକ ମାଛ ଧରା ଟ୍ରଲର ଭାସମାନ ଅବସ୍ଥାରେ ବିପଦରେ ଥିବା…

CJP ନିର୍ବାଚନ ଲଢିଲେ ଭୋଟ୍‌ ଦେବେ କି? ଚମକାଇଲା ସର୍ଭେ ରିପୋର୍ଟ…ଦିଲ୍ଲୀରେ ପଡିଲା ଚହଳ!

ନୂଆଦିଲ୍ଲୀ,୨୭।୮: ଦିଲ୍ଲୀର ଯନ୍ତର-ମନ୍ତରଠାରେ ହୋଇଥିବା ଛାତ୍ର ଆନ୍ଦୋଳନ ପରେ କକରୋଚ ଜନତା ପାର୍ଟି (CJP) ସାରା ଦେଶରେ ଚର୍ଚ୍ଚାରେ ଅଛି। CJP ପକ୍ଷରୁ ଆଉ ଥରେ ସେପ୍ଟେମ୍ୱର…

ନେପାଳ ବନ୍ୟା; ଖୋର୍ଦ୍ଧାର ଦମ୍ପତି ନିଖୋଜ, ସାନ ଭାଇ କହିଲେ…

ଖୋର୍ଦ୍ଧା,୨୭।୮(ପ୍ରଭାତ ପାଣିଗ୍ରାହୀ) : ନେପାଳ ବନ୍ୟାରେ ଖୋର୍ଦ୍ଧା ଜେମାଦେଇର ଦମ୍ପତି ସନ୍ଦିପ ମହାପାତ୍ର ଓ ସ୍ତ୍ରୀ ସିର୍ଦ୍ଧାର୍ଥୀ ସାହୁ ନିଖୋଜ ହୋଇଯାଇଛନ୍ତି । ଏନେଇ ତାଙ୍କ ସାନ…

ଉଡନ୍ତା ପାଉଁଶ ଗଦା ଉପରେ ବଡ଼ ଧରଣର ଚଢ଼ାଉ

କୁଆଁରମୁଣ୍ଡା,୨୭।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଉଡ଼ନ୍ତା ପାଉଁଶ ଗଦା କରାଯାଉଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ…

‘ଏମ୍‌ଭି ଓସେନ ୱିନର୍‌’ ଜାହାଜ ବୁଡ଼ି ଘଟଣା, ପାରାଦୀପରେ ପହଞ୍ଚିଲେ ୨ ନାବିକ

ପାରାଦୀପ,୨୭।୮(ଶରତ ରାଉତ): ଗତ ୨୨ ତାରିଖରେ ବଙ୍ଗୋପସାଗର ପୋର୍ଟବ୍ଲେୟାର ସୀମାରେ ବୁଡି ଯାଇଥିବା ପଣ୍ୟବାହୀ ଜାହାଜ ଏମଭି ଓସେନ୍ ଓ୍ବିନରର ୨ ଜଣ ଉଦ୍ଧାର ନାବିକ ଗୁରୁବାର…

PM ସୂର୍ଯ୍ୟ ଘର ଯୋଜନାରେ ନୂଆ ନିୟମ! ସବସିଡି ପାଇଁ ପୂରଣ କରିବାକୁ ପଡ଼ିବ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୭।୮: ସରକାର ‘ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା’ (PM Surya Ghar Muft Bijli Yojana) ର ପରବର୍ତ୍ତୀ ପର୍ଯ୍ୟାୟରେ ବଡ଼ ପରିବର୍ତ୍ତନ କରିବାକୁ…

କଲମ୍ବୋ ଟେଷ୍ଟ ଡ୍ର: ଭାରତର WTC ଫାଇନାଲ ଆଶାକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୭।୮: ଗାଲେ ଟେଷ୍ଟରେ ଦମଦାର ବିଜୟ ହାସଲ କରିବା ପରେ ଭାରତୀୟ ଦଳ ହାତରୁ ଖସିଯାଇଛି କଲମ୍ବୋ ଟେଷ୍ଟ। କୋଲମ୍ବୋରେ ଭାରତର ବିଜୟ ପ୍ରାୟ ସୁନିଶ୍ଚିତ ମନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri