୧୦ କୃଷି ପାଣିପାଗ ଅଞ୍ଚଳ ପାଇଁ ଆପତ୍‌କାଳୀନ ଯୋଜନା ପ୍ରସ୍ତୁତ

ପୁରୀ ଅଫିସ/କଟକ ଅଫିସ, ୧୧।୭: ପୁରୀ ବସ୍‌ଷ୍ଟାଣ୍ଡ ପରିସରସ୍ଥ ଏକ ଘରୋଇ ବସ୍‌ ଭିତରେ ଜଣେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ଘଟଣାକୁ ବିଭିନ୍ନ ମହଲରେ ଦୃଢ ନିନ୍ଦା କରାଯାଇଛି। ପୁରୀ ଘରୋଇ ବସ୍‌ ମାଲିକ ସଂଘ ମଧ୍ୟ ଏହି ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛି। ଜିଲା ପ୍ରଶାସନ ଓ ପୋଲିସର ଅପାରଗତାକୁ ସୋସିଆଲ ମିଡିଆରେ ଜନସାଧାରଣ ଦାୟୀ କରିଛନ୍ତି। ଏହି ଘଟଣାରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ପରିବହନ ବିଭାଗ ପକ୍ଷରୁ ସମ୍ପୃକ୍ତ ବସ୍‌ (ନଂ. ଓଡ଼ି୧୩ ଏଚ୍‌-୯୪୭୭)ର ସମସ୍ତ ରୁଟ୍‌ ପର୍‌ମିଟ୍‌କୁ ସାମୟିକ ସ୍ଥଗିତ ରଖାଯାଇଛି। ବସ୍‌ ଡ୍ରାଇଭର ରମେଶ ପଲାଇ ଓ ହେଲପର ନାରାୟଣ ମଲିକଙ୍କ ଡ୍ରାଇଭିଂ ଲାଇସେନ୍ସକୁ ରଦ୍ଦ କରିଦିଆଯାଇଛି।
ବିରୋଧୀଙ୍କ ସମାଲୋଚନା ପରେ ଘଟଣାର ତଦନ୍ତ ରିପୋର୍ଟ ୨୪ଘଣ୍ଟା ମଧ୍ୟରେ ଦାଖଲ କରିବା ଲାଗି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁଯାୟୀ ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଜୟ କୁମାର ମହାନ୍ତି ତଦନ୍ତ ରିପୋର୍ଟ ଦାଖଲ କରିଥିଲେ। ଏହାପରେ ସମ୍ପୃକ୍ତ ବସ୍‌ର ପରମିଟ୍‌କୁ ସାମୟିକ ସ୍ଥଗିତ ରଖିବା ଏବଂ ଡ୍ରାଇଭର ଓ କଣ୍ଡକ୍ଟରଙ୍କ ଲାଇସେନ୍ସ ରଦ୍ଦ କରିବାକୁ ପରିବହନ କମିଶନର ଅନିଲ କୁମାର ସାମଲ ପୁରୀ ଆର୍‌ଟିଓକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବସ୍‌ ମାଲିକ ବିଭୂତି ଭୂଷଣ ଛୋଟରାୟଙ୍କୁ କାହିଁକି ଉକ୍ତ ବସ୍‌ର ସ୍ଥାୟୀ ପରମିଟ୍‌କୁ ରଦ୍ଦ କରା ନ ଯିବ ସେଥିପାଇଁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ୧୫ ଦିନ ମଧ୍ୟରେ ଉକ୍ତ ନୋଟିସର ଉତ୍ତର ରଖିବାକୁ କୁହାଯାଇଛି। ଅନ୍ୟପଟେ ବୁଧବାର ଗଣମାଧ୍ୟମକୁ ସୂଚନା ଦେଇ ଏସ୍‌ପି ଡା. ଉମାଶଙ୍କର ଦାଶ କହିଛନ୍ତି ଯେ, ସମ୍ପୃକ୍ତ ବସ୍‌ ହେଲ୍‌ପରଙ୍କ ଉପରେ ବିଶ୍ୱାସ କରି ପୀଡ଼ିତା ବଳାତ୍କାରର ଶିକାର ହୋଇଛନ୍ତି। ଏହି ଘଟଣାରେ ପୀଡ଼ିିତାଙ୍କ ବୟାନ ରେକର୍ଡ କରାଯିବା ସହ ଅଭିଯୁକ୍ତ ନାରାୟଣ ମଲିକଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଏହି ଘଟଣାର ଚାର୍ଜଶିିଟ୍‌ ୪ଦିନ ମଧ୍ୟରେ କୋର୍ଟକୁ ପଠାଯିବ। ଅଭିଯୁକ୍ତ ହେଲ୍‌ପର ଯେପରି କୌଣସି ବସ୍‌ରେ କାମ କରିପାରିବେ ନାହିଁ, ସେଥିଲାଗି ଆର୍‌ଟିଓ ଏବଂ ବସ୍‌ ମାଲିକ ସଂଘକୁ ନିର୍ଦ୍ଦେଶ ଦିଆଯିବ। ସେହିପରି ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ପାର୍କିଂସ୍ଥାନ ଓ ବସ୍‌ଷ୍ଟାଣ୍ଡରେ ପ୍ରତି ୨ରୁ ୩ଘଣ୍ଟାରେ ଚେକିଂ କରାଯିବ। କୌଣସି ସ୍ଥାନରୁ ଏଭଳି ଅଭିଯୋଗ ଆସିଲେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପକ୍ଷରେ କ୍ଷତିପୂରଣ ଆଇନ ୨୦୧୮ ଅନୁଯାୟୀ ପୀଡ଼ିତାଙ୍କୁ କ୍ଷତିପୂରଣ ବାବଦରେ ତୁରନ୍ତ ୭ଲକ୍ଷ ଟଙ୍କା ପ୍ରଦାନ, ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାଯର୍ର୍‌ୟାନୁଷ୍ଠାନ ଗ୍ରହଣ ଏବଂ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସଚେତନ ନାଗରିକ ମଞ୍ଚ ସଭାପତି ତଥା ଆଇନଜୀବୀ ପ୍ରସନ୍ନ କୁମାର ଦାଶ ଦାବି କରିଛନ୍ତି। ଏ ନେଇ ସେ ବୁଧବାର ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଓଏସ୍‌ସିଆର୍‌ପିସି)ଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଏଥିସହ ଯେପରି ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ନ ଘଟିବ, ସେଥିଲାଗି ପଦକ୍ଷେପ ନେବାକୁ ପୁରୀ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ଆୟୋଗଙ୍କୁ ଦାଶ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri