Posted inଜାତୀୟ

୧୦୦ ସ୍ପାଇସ୍‌ ବୋମା କିଣିବ ଭାରତ

ନୂଆଦିଲ୍ଲୀ,୮ା୬: ଇସ୍ରାଏଲ୍‌ରୁ ପାଖାପାଖି ୩୦୦ କୋଟି ଟଙ୍କା ବ୍ୟୟରେ ୧୦୦ରୁ ଅଧିକ ସ୍ପାଇସ୍‌ ୨୦୦୦ ବୋମା କିଣିବା ଲାଗି ଭାରତୀୟ ବାୟୁସେନା ଗୁରୁବାର ଚୁକ୍ତି ସ୍ବାକ୍ଷର କରିଛି। ଫେବୃୟାରୀ ୨୬ରେ ପାକିସ୍ତାନର ବାଲାକୋଟରେ ଥିବା ଜୈଶ-ଇ-ମହମ୍ମଦ (ଜେଇଏମ୍‌) ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିବା ଲାଗି ବାୟୁସେନା ଏୟାରଷ୍ଟ୍ରାଇକ୍‌ରେ ଏହି ବୋମା ବ୍ୟବହାର କରିଥିଲା। ଚୁକ୍ତିନାମା ଅନୁଯାୟୀ ଜରୁରିକାଳୀନ ଭିତ୍ତିରେ ଇସ୍ରାଏଲ ଆଗାମୀ ୩ ମାସ ମଧ୍ୟରେ ଏହି ବୋମା ଯୋଗାଇଦେବ। ସ୍ପାଇସ୍‌ ବୋମାର ଗତିରୋଧ ସୀମା ୬୦ କିଲୋମିଟର ରହିଛି ଏବଂ ଦୃଶ୍ୟ ମେଳକ ଆଲ୍‌ଗୋରିଦମ୍‌ ଅନୁଯାୟୀ ଏହା ଲକ୍ଷ୍ୟସ୍ଥଳକୁ ଭେଦ କରିଥାଏ। ଇସ୍ରାଏଲ୍‌ର ରାଫାଲ ଆଡଭାନ୍ସଡ୍‌ ଡିଫେନ୍ସ ସିଷ୍ଟମ୍ସ ଏହି ବୋମାର ନିର୍ମାତା। କେନ୍ଦ୍ରରେ ନୂଆ ସରକାରଙ୍କର ଏହା ପ୍ରଥମ ପ୍ରତିରକ୍ଷା ଡିଲ୍‌। ଫେବୃୟାରୀ ୧୪ରେ ଜେଇଏମ୍‌ ଆତଙ୍କବାଦୀ ଜମ୍ମୁ-କଶ୍ମୀରର ପୁଲ୍‌ଓ୍ବାମାରେ ଆକ୍ରମଣ କରିବା ପରେ ଏହାର ପ୍ରତିଶୋଧ ସ୍ବରୂପ ଭାରତୀୟ ବାୟୁସେନା ବାଲାକୋଟରେ ଏୟାରଷ୍ଟ୍ରାଇକ୍‌ କରିଥିଲା। ମିରାଜ-୨୦୦୦ ଯୁଦ୍ଧବିମାନ ବାଲାକୋଟର ତିନୋଟି ସ୍ଥାନକୁ ଟାର୍ଗେଟ କରି ୫ଟି ସ୍ପାଇସ୍‌ ବୋମା ମାଡ଼ କରିଥିଲା। ୯୦୦ କିଲୋଗ୍ରାମ ଓଜନର ଇସ୍ପାତ ଆବରଣ ଭିତରେ ଥିବା ଏହି ବୋମାରେ ୮୦ କିଲୋଗ୍ରାମ ବିସ୍ଫୋରକ ରହିଥାଏ। ବାୟୁସେନାର ଏୟାରଷ୍ଟ୍ରାଇକରେ ଅଭୂତପୂର୍ବ କ୍ଷୟକ୍ଷତି ହୋଇଥିଲେ ମଧ୍ୟ ପାକିସ୍ତାନ ଏହାକୁ ସ୍ବୀକାର କରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିବାହର କିଛି ଘଣ୍ଟା ପରେ ଏକ ସନ୍ତାନକୁ ଜନ୍ମ ଦେଲେ କନ୍ୟା, ଆଶ୍ଚର୍ଯ୍ୟ ହୋଇଗଲା ବର, ପୂରା ଘଟଣା ଜାଣିଲେ…

ଲକ୍ଷ୍ନୌ,୫।୨: ଉତ୍ତର ପ୍ରଦେଶର ରାମପୁର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆଜିମନଗର ଥାନା ଅଞ୍ଚଳ ଅନ୍ତର୍ଗତ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରୁ ଓଡ଼ିଶାକୁ ମିଳିବ ଫାଇଦା, ଏମାନେ ହେବେ ଉପକୃତ….

ଭୁବନେଶ୍ୱର,୫।୧: ଭାରତ-ଆମେରିକା ନୂତନ ବାଣିଜ୍ୟ ଚୁକ୍ତିରୁ ଓଡ଼ିଶାକୁ ଫାଇଦା। ଏନେଇ ଗୁରୁବାର ଏକ୍ସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ସାମୁଦ୍ରିକ…

ନଡ୍ଡା-ଖାର୍ଗେ କଥା କଟାକଟି: ରାହୁଲଙ୍କୁ ନେଇ ହଙ୍ଗାମା

ନୂଆଦିଲ୍ଲୀ,୫।୨: ସଂସଦର ବଜେଟ ଅଧିବେଶନର ସପ୍ତମ ଦିନରେ ମଧ୍ୟ ଗୃହରେ ହୋହଲ୍ଲା ଜାରି ରହିଛି। ଗୁରୁବାର ଲୋକ ସଭା କାର୍ଯ୍ୟ ସକାଳ ୧୧ଟାରେ ଆରମ୍ଭ ହୋଇଥିଲା। କିନ୍ତୁ…

ମମତା ସରକାରଙ୍କୁ ସୁପ୍ରିମକୋର୍ଟ ଝଟକା, ୨୦ ଲକ୍ଷ କର୍ମଚାରୀଙ୍କୁ ୨୫% DA ଦେବାକୁ ନିର୍ଦ୍ଦେଶ

କୋଲକାତା,୫।୨: ପଶ୍ଚିମବଙ୍ଗ ସରକାର ଏବଂ କର୍ମଚାରୀଙ୍କ ମଧ୍ୟରେ ମହଙ୍ଗା ଭତ୍ତା (ଡିଏ) ନେଇ ଦୀର୍ଘ ଦିନ ଧରି ଚାଲିଥିବା ବିବାଦରେ ସୁପ୍ରିମକୋର୍ଟ ଗୁରୁବାର ପ୍ରାୟ ୨୦ ଲକ୍ଷ…

ଆତ୍ମସମର୍ପଣ କଲେ କ୍ୟାଡର ମାଓବାଦୀ ମମିତା: ମିଳିବ ଏତିକି ଟଙ୍କା

କୋରାପୁଟ,୫।୨(ଅମିତାଭ ବେହେରା): ମାଓବାଦୀ ଏସିଏମ କ୍ୟାଡର ମମତା ପଡିଆମି ଓରଫ ମମିତା (୨୬)ଏସଏଲଆର ସହିତ ଗୁରୁବାର କୋରାପୁଟ ଦକ୍ଷିଣାପଶ୍ଚିମାଞ୍ଚଳ ଡିଆଇଜି କନୱାର ବିଶାଳ ସିଂ ନିକଟରେ ଆତ୍ମ…

ଏବେ ବି ଆପଣଙ୍କ ପାଖରେ ଅଛି କି ୨୦୦୦ ଟଙ୍କିଆ ନୋଟ: ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୫।୨: ଯଦି ଆପଣଙ୍କ ପାଖରେ ଏବେ ବି ୨୦୦୦ ଟଙ୍କିଆ ନୋଟ ଅଛି, ତେବେ ଭବିଷ୍ୟତରେ ଏହାକୁ ବ୍ୟବହାର କରିବା କଷ୍ଟକର ହୋଇଯିବ। ନଭେମ୍ବର ୨୦୧୬ରେ ସରକାର…

ଡାଉନ ହେଲା Instagram, ୟୁଜର୍ସ କହିଲେ…

ନୂଆଦିଲ୍ଲୀ,୫।୨: ମେଟାର ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଡାଉନ୍ । ହଜାର ହଜାର ୟୁଜର୍ସ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ କରିଥିଲେ । ବୁଧବାର ସକାଳେ,…

ଯଖପୁରା ଷ୍ଟେଶନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ, ମୃତାହତ…

ଯାଜପୁର,୫।୨: ଯାଜପୁର ରୋଡ୍ ଷ୍ଟେଶନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ । ଯଖପୁରା ଷ୍ଟେଶନ ନିକଟରେ ଟ୍ରାକରୁ ଖସିଛି ୩ଟି ବଗି । ଆରମ୍ଭରୁ ଦୁଇଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri