Posted inଜାତୀୟ

୧୦୦ ବିଲିୟନ ଡଲାର ନିବେଶ କରିବ ସୌଦି

ନୂଆଦିଲ୍ଲୀ,୩୦ା୯(ପି.ଟି.): ବିଶ୍ୱର ସର୍ବବୃହତ ତୈଳ ରପ୍ତାନିକାରୀ ରାଷ୍ଟ୍ର ସୌଦି ଆରବ ଭାରତର ପେଟ୍ରୋକେମିକାଲ, ଭିତ୍ତିଭୂମି ଓ ଖଣି ସେକ୍ଟରରେ ୧୦୦ ବିଲିୟନ ଡଲାର ପୁଞ୍ଜିନିବେଶ କରିବାକୁ ମନସ୍ଥ କରିଛି। ସୌଦି ପାଇଁ ଭାରତ ପୁଞ୍ଜି ବିନିଯୋଗର ଆକର୍ଷଣୀୟ ସ୍ଥାନ ବୋଲି ସୌଦି ରାଷ୍ଟ୍ରଦୂତ ଡ. ସୌଦ ବିନ୍‌ ମହମ୍ମଦ ଅଲ୍‌ ସାଟି କହିଛନ୍ତି। ତୈଳ, ଗ୍ୟାସ, ମାଇନିଂ ଭଳି ପ୍ରମୁଖ ସେକ୍ଟରରେ ସୌଦି ଆରବ ନୂଆଦିଲ୍ଲୀ ସହ ଦୀର୍ଘମିଆଦୀ ଭାଗିଦାରିତାରେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛି।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିଃ ସହ ସୌଦିର ବୃହତ୍‌ ତୈଳ କମ୍ପାନୀ ଆରାମକୋ ଅଂଶୀଦାର ହେବାକୁ ପ୍ରସ୍ତାବ ଦେଇଥିବା ଅଲ୍‌ ସାଟି କହିଛନ୍ତି। ଆରାମକୋ ପଶ୍ଚିମ ଉପକୂଳରେ ଥିତ୍ବା ରିଲାଏନ୍ସର ତୈଳ ବିଶୋଧନାଗାର ଓ ପେଟ୍ରୋକେମିକାଲ ପ୍ରୋଜେକ୍ଟରେ ୪୪ ବିଲିୟନ ଡଲାର ନିବେଶ କରିବ। ସୌଦି ଯୁବରାଜ ମହମ୍ମଦ ବିନ୍‌ ସଲମାନଙ୍କ ଭିଜନ ୨୦୩୦ ଯୋଜନାରେ ଭାରତ ସହ ବ୍ୟବସାୟ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟା ପରେ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

ଚାନ୍ଦବାଲି/ବାସୁଦେବପୁର,୧୯ା୬(ରତିକାନ୍ତ ବାରିକ/କାଳୀପଦ ରାୟ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମନ୍ତେଇ ନଦୀର ବାଲିଆପାଳ ଘାଟରେ ନିର୍ମାଣ ହେଉଥିବା ସେତୁର ରୋଡ୍‌ ସର୍ଭେ ବେଳେ ନଦୀରେ ଭାସିଯାଇଥିବା…

ସ୍ବାଧୀନତାର ୭୮ ବର୍ଷ ପରେ ଗାଁରେ ପହଞ୍ଚିଲା ସ୍ବାସ୍ଥ୍ୟ ସେବା: ପ୍ରଶାସନର ପ୍ରଚେଷ୍ଟାକୁ ସର୍ବସାଧାରଣରେ ପ୍ରଶଂସା

ଥୁଆମୂଳ ରାମପୁର, ୧୯।୯ (ଦୁର୍ଗା କୀର୍ତ୍ତି ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିନ୍ଧିପଦର ଗ୍ରାମ ପଞ୍ଚାୟତର ଉପାନ୍ତ ଅଞ୍ଚଳରେ ଏକ ମେଗା ସ୍ବାସ୍ଥ୍ୟ…

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା‘କକ୍ରୋଚ ଜନତା ପାର୍ଟି’, NEET ପ୍ରସଙ୍ଗରେ ଆତ୍ମହତ୍ୟା କରିଥିବା ପିଲାଙ୍କ ପାଇଁ ସରକାରଙ୍କ ନିକଟରେ କଲା ପ୍ରମୁଖ ଦାବି

ନୂଆଦିଲ୍ଲୀ,୧୯।୬: NEET ପେପର୍‌ ଲିକ ବିବାଦ ମଧ୍ୟରେ, ଆତ୍ମହତ୍ୟା ମାମଲା ସମ୍ପର୍କରେ ରାଜନୈତିକ ଏବଂ ସାମାଜିକ ଚାପ ବଢୁଛି। କୋକ୍ରୋଚ ଜନତା ପାର୍ଟି (CJP) ଏହି ପ୍ରସଙ୍ଗରେ…

ଆକାଶର ରାଜା ‘ଏୟାର ଫୋର୍ସ ୱାନ’ର ଯାତ୍ରା ଶେଷ, ୩୫ ବର୍ଷ ଧରି ଆମେରିକାର ରାଷ୍ଟ୍ରପତିଙ୍କ ସେବା କରିବା ପରେ ଅବସର ନେଲା ‘SAM 29000’

ଓ୍ବାଶିଂଟନ,୧୯।୬: ‘ଏୟାର ଫୋର୍ସ ୱାନ’ର ଇତିହାସରେ ଏକ ଚମତ୍କାର ଯୁଗ, ବିଶ୍ୱର ସବୁଠାରୁ ସୁରକ୍ଷିତ, ସବୁଠାରୁ ଅଭେଦ୍ୟ ଏବଂ ଶକ୍ତିଶାଳୀ ବିମାନର ଯାତ୍ରା ଶେଷ ହୋଇଛି। ତିନି…

ଇରାନ-ଆମେରିକା ଶାନ୍ତି ଚୁକ୍ତି ପରେ ଭାରତ ପାଇଁ ଆସିଲା ଖୁସି ଖବର,‘ଦିଶା’ ଆଣିଲା ୬୨୩୭୦ ମେଟ୍ରିକ ଟନ୍‌ LNG

ନୂଆଦିଲ୍ଲୀ,୧୯।୬: ଏଲଏନଜି ଟ୍ୟାଙ୍କର ‘ଦିଶା’ ସୁରକ୍ଷିତ ଭାବରେ ହର୍ମୁଜ ପ୍ରଣାଳୀ ଦେଇ ଅତିକ୍ରମ କରିବା ପରେ ଗୁଜରାଟର ଦହେଜ ବନ୍ଦରରେ ପହଞ୍ଚିଛି। ଏହି ମାଲ୍ଟା ପତାକାଯୁକ୍ତ ଟ୍ୟାଙ୍କର…

ଟେଲିଗ୍ରାମକୁ ବଡ଼ ଝଟକା; ଜୁନ ୨୨ପର୍ଯ୍ୟନ୍ତ ଲାଗୁ ହେବ ନିଷେଧ, ଆବେଦନ ଖାରଜ

ନୂଆଦିଲ୍ଲୀ,୧୯।୬: ଦିଲ୍ଲୀ ହାଇକୋର୍ଟ ଆପ ଉପରେ ଲାଗୁ ହୋଇଥିବା ଅସ୍ଥାୟୀ ପ୍ରତିବନ୍ଧକକୁ ଚ୍ୟାଲେଞ୍ଜ କରି ଟେଲିଗ୍ରାମର ଆବେଦନକୁ ଖାରଜ କରିଦେଇଛନ୍ତି। NEET-UG ପୁନଃପରୀକ୍ଷା ପୂର୍ବରୁ ଜୁନ ୨୨…

୫୬ ତମ ଜନ୍ମଦିନରେ ରାହୁଲଙ୍କୁ ଅଭିନନ୍ଦନ ଜଣାଇଲେ ମୋଦି, କହିଲେ ମୁଁ ତାଙ୍କର…

ନୂଆଦିଲ୍ଲୀ,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭାର ବିରୋଧୀ ଦଳ ନେତା ଏବଂ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ…

‘ବିକାଶର ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ

ମହାକାଳପଡ଼ା,୧୯ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ବିଡିଓ ରବି ନାରାୟଣ ଆଚାର୍ଯ୍ୟ, ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri