୧୦ନିୟୁତ ଡଲାରର ପୁଞ୍ଜି ଉଠାଇଲା ମିଲ୍କ ମନ୍ତ୍ରା

ମୁମ୍ବାଇ,୨୦।୬: ପ୍ରମୁଖ ଦୁଗ୍ଧ ଷ୍ଟାର୍ଟ ଅପ୍‌ କମ୍ପାନୀ ମିଲ୍କ ମନ୍ତ୍ରାରେ ଆମେରିକାର ଇଣ୍ଟରନ୍ୟାଶନାଲ ଡେଭଲମେଣ୍ଟ ଫାଇନାନ୍ସ କର୍ପୋରେଶନ (ଡିଏଫସି) ୧୦ ନିୟୁତ ଡଲାର ପୁଞ୍ଜି ନିବେଶ କରିବାକୁ ଘୋଷଣା କରିଛି। ୫୦ ବିଲିୟନ ଡଲାର ବିଶିଷ୍ଟ ଭାରତୀୟ ଡେରୀ ଉଦ୍ୟୋଗରେ ଖାଦ୍ୟ ଓ ଗ୍ରାହକଙ୍କ ମଧ୍ୟରେ ହ୍ରାସ ପାଉଥିବା ଭରସାକୁ ପୂରଣ କରିବା ଲକ୍ଷ୍ୟରେ ଏହି ଷ୍ଟାର୍ଟ ଅପ୍‌ କମ୍ପାନୀ ଆରମ୍ଭ କରାଯାଇଛି। ଡିଏଫସି ମଧ୍ୟ ମିଲ୍କ ମନ୍ତ୍ରାରେ ନିଜ ନିବେଶର ପ୍ରଭାବ ବୃଦ୍ଧି କରିବାକୁ ୩୭୧,୦୦୦ଡଲାର (୨.୮କୋଟି)ଟଙ୍କା ବୈଷୟକ ସହାୟତା ଭାବେ ଋଣ ଆକାରରେ ମଞ୍ଜୁର କରିଛି। ୟୁଏସ୍‌ ଡିଏଫସି ପକ୍ଷରୁ ଏହି ୮୦ କୋଟିର ପୁଞ୍ଜି ନିବେଶ ଓଡିଶାରେ ପ୍ରଥମ ଓ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ବୋଲି ଜଣାପଡିଛି। ଏହି ନିବେଶକୁ ମିଶାଇ କମ୍ପାନୀ ବର୍ତ୍ତମାନ ସୁଦ୍ଧା ୩ଶହ କୋଟିର ପୁଞ୍ଜି ହାସଲ କରିଛି। ଡିଏଫ୍‌ସି ମିଲ୍କ ମନ୍ତ୍ରାର କୃଷି ସମ୍ପ୍ରସାରଣ ଓ ନୀତିପୂର୍ଣ୍ଣ ଦୁଗ୍ଧ ସଂଗ୍ରହ କାର୍ଯ୍ୟକ୍ରମକୁ ସହାୟତା କରିବାକୁ ଏହି ସହାୟତା ରାଶି ମଞ୍ଜୁର କରିଛି। କମ୍ପାନୀ ବର୍ତ୍ତମାନ ସୁଦ୍ଧା ୪ଟି ପର୍ଯ୍ୟାୟର ପୁଞ୍ଜି ନିବେଶ, ୮ଟି ରୋଡ୍ସ, ଆବିଷ୍କାର ଓ ନିଭ୍‌ ପାଣ୍ଠି ପ୍ରାପ୍ତ କରି ପାରିଛି ବୋଲି କମ୍ପାନୀର ପ୍ରତିଷ୍ଠାତା ଶ୍ରୀକୁମାର ମିଶ୍ର ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri