ୟେସ୍‌ ବ୍ୟାଙ୍କ ଉପରେ ଲାଗିଲା ଆର୍‌ବିଆଇ କଟକଣା

ନୂଆଦିଲ୍ଲୀ,୬-୩: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ୟେସ୍‌ ବ୍ୟାଙ୍କ କାରବାର ଉପରେ କଟକଣା ଜାରି କରିଛି। ବ୍ୟାଙ୍କର ଆର୍ଥତ୍କ ସ୍ଥିତି ବିଗିଡି ଥିବା ଯୋଗୁ କେନ୍ଦ୍ରୀୟ ବ୍ୟାଙ୍କ ଏଭଳି ପନ୍ଥା ଗ୍ରହଣ କରିଛି। ବ୍ୟାଙ୍କ ବୋର୍ଡକୁ ଆର୍‌ବିଆଇ ବରଖାସ୍ତ କରିଛି। ଏହା ସହ ଏସ୍‌ବିଆଇର ପୂର୍ବତନ ସିଏଫ୍‌ଓ ପ୍ରଶାନ୍ତ କୁମାରଙ୍କୁ ୟେସ୍‌ ବ୍ୟାଙ୍କର ଆଡମିନିଷ୍ଟ୍ରେଟର ନିଯୁକ୍ତ କରାଯାଇଛି। ବ୍ୟାଙ୍କରୁ ଉଠାଣ ଉପରେ ଏପ୍ରିଲ ୩ ଯାଏ କଟକଣା ଲାଗିଛି। ମୋରାଟୋରିୟମ ସମୟ ମଧ୍ୟରେ ଗ୍ରାହକଙ୍କ ପାଇଁ ଉଠାଣ ସୀମା ୫୦ ହଜାର ଟଙ୍କା କରାଯାଇଛି। ମେଡିକାଲ ଏମର୍ଜେନ୍ସି ଏବଂ ବିବାହ କ୍ଷେତ୍ରରେ ଏହାକୁ କୋହଳ କରାଯାଇଛି। ଏକ୍ଷେତ୍ରରେ ଲୋକମାନେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉଠାଣ କରିପାରିବେ। ଜମାକାରୀଙ୍କ ସ୍ବାର୍ଥ ଉପରେ କୌଣସି ପ୍ରତିକୂଳ ପ୍ରଭାବ ନାହିଁ। ଏଣୁ ଏ ନେଇ କୌଣସି ପ୍ରକାରର ଭୟଭୀତ ନ ହେବାକୁ ରିଜର୍ଭ ବ୍ୟାଙ୍କ ଗ୍ରାହକଙ୍କୁ କହିଛି।
୬ ମାସ ପୂର୍ବରୁ ପଞ୍ଜାବ ମହାରାଷ୍ଟ୍ର କୋଅପରେଟିଭ୍‌ ବ୍ୟାଙ୍କ (ପିଏମ୍‌ସି)ରେ ବଡ ଧରଣର ଠକେଇ ସାମ୍ନାକୁ ଆସିବା ପରେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ସେଠାରେ ଉଠାଣ ସୀମା ଉପରେ କଟକଣା ଜାରି ହୋଇଥିଲା। ୟେସ୍‌ ବ୍ୟାଙ୍କ ପ୍ରଦାନ କରିଥିବା ଋଣ ଏନ୍‌ପିଏ ହେବା ଯୋଗୁ ଏହା ଗତ କିଛି ବର୍ଷ ହେବ ବିଭିନ୍ନ ସମସ୍ୟା ସାମ୍ନା କରୁଛି। ଏହି ବ୍ୟାଙ୍କକୁ ସମସ୍ୟାରୁ ବାହାର କରିବା ଲାଗି ଏସ୍‌ବିଆଇ ସମେତ ଅନ୍ୟ କିଛି ସଂସ୍ଥାକୁ ସରକାର ଅନୁମତି ଦେଇଥିଲେ। ଅପରପକ୍ଷରେ ୟେସ ବ୍ୟାଙ୍କକୁ ଏସ୍‌ବିଆଇ ନେତୃତ୍ୱାଧିନ କନର୍ସୋଟିୟମ ଅଧିଗ୍ରହଣ କରିବା ନେଇ ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏ ନେଇ ଶୀଘ୍ର ଘୋଷଣା ହେବ ବୋଲି ଶୁଣାଯାଉଛି।
ମୁମ୍ବାଇରେ ମୁଖ୍ୟ କାର୍ଯ୍ୟାଳୟ ଥିବା ୟେସ୍‌ ବ୍ୟାଙ୍କ ୨୦୧୮ ଅଗଷ୍ଟ ପରଠାରୁ ସମସ୍ୟାରେ ବୁଡି ରହିଛି। ବ୍ୟାଙ୍କର ପରିଚାଳନା ଏବଂ ଋଣ ସମସ୍ୟା ଯୋଗୁ ରିଜର୍ଭ ବ୍ୟାଙ୍କ ସେହି ସମୟରେ ତତ୍କାଳୀନ ମୁଖ୍ୟ ଥିବା ରାଣା କପୁରଙ୍କୁ ୨୦୧୯ରେ ପଦ ଛାଡିବାକୁ କହିଥିଲା। ତାଙ୍କ ପରେ ବ୍ୟାଙ୍କର ନେତୃତ୍ୱ ନେଇଥିବା ରବନୀତ ଗିଲ୍‌ ଏନ୍‌ପିଏ ସମସ୍ୟା ଏବଂ ବ୍ୟାଙ୍କର ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ୨୦୧୯ ମାର୍ଚ୍ଚ ତ୍ରୈମାସରେ ବ୍ୟାଙ୍କକୁ ପ୍ରଥମ ଥର ଲାଗି ବୃହତ୍ତ ପରିମାଣର କ୍ଷତି ସହିବାକୁ ପଡିଥିଲା। ପ୍ରାଥମିକ ପର୍ଯ୍ୟାୟରେ ବ୍ୟାଙ୍କ ୨ ବିଲିୟନ ଡଲାରର ପୁଞ୍ଜି ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଥିଲା। ଏହି ପ୍ରସ୍ତାବ ଉପରେ ମଧ୍ୟ ବିଭିନ୍ନ ବିଚାର ବିମର୍ଶ ହୋଇଥିଲା। ମାତ୍ର କୌଣସି ନିଷ୍କର୍ଷ ବାହାରି ପାରି ନ ଥିଲା। ୟେସ ବ୍ୟାଙ୍କ ଦେଶର ଘରୋଇ ବ୍ୟାଙ୍କଗୁଡିକ ମଧ୍ୟରେ ୪ର୍ଥ ବଡ ବ୍ୟାଙ୍କ। ୨୮ ରାଜ୍ୟ ଏବଂ ୯ କେନ୍ଦ୍ର ଶାସିତ ଅଞ୍ଚଳରେ ଏହାର ଶାଖା ରହିଛି। ସାରା ଦେଶରେ ୧୦୦୦ରୁ ଅଧିକ ଶାଖା ଏବଂ ୧୮୦୦ ଏଟିଏମ୍‌ ଦ୍ୱାରା ସେବା ଯୋଗାଇ ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri