ୟୁଟ୍ୟୁବରୁ ଶିଖି ୫ ଏକର ଜମି କଲେ ଚାଷ: ଦୁଇମାସରେ…

ଭବାନୀପାଟଣା,୯ା୧୨(ଉତ୍ତମ କୁମାର ଦାଶ):ନେପିଆର୍‌ ଘାସ ଚାଷ କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ସିକେରଗୁଡା ଗାଁର ଅଜିତ ପ୍ରଧାନଙ୍କୁ ସ୍ବାବଲମ୍ବୀ କରିଛି। ଏଥିରେ ସେ ଆତ୍ମ ନିଯୁକ୍ତି ହେବା ସହ ଅନ୍ୟକୁ ରୋଜଗାର ଦେଉଛନ୍ତି। ଘାସ ଚାଷ ଯୋଗୁ ଅଜିତଙ୍କୁ ଗୋ ପାଳନର ନୂଆ ଦିଶା ମିଳିଛି। ପାରମ୍ପରିକ ଧାନ, ଆଖୁ, ମକା ଚାଷ କରୁଥିବା ଅଜିତ ଜଙ୍ଗଲି ଜନ୍ତୁ ଓ ପ୍ରାକୃତିକ ବିପର୍ଯ୍ୟୟ କ୍ଷୟକ୍ଷତି ଯୋଗୁ ୟୁଟ୍ୟୁବରୁ ଘାସ ଚାଷ ଦେଖି ଏହାକୁ ପ୍ରମୁଖ ଚାଷ ଭାବେ ଆପଣାଇଥିଲେ। ଭବାନୀପାଟଣା ସହର ସହ ଆଖପାଖ ଅଞ୍ଚଳରେ ଗୋରୁ ରଖିଥିବା ଓ କ୍ଷୀର ବେପାର କରୁଥିବା ଲୋକଙ୍କ ସମେତ ସ୍ଥାନୀୟ ଗୋଶାଳାଗୁଡ଼ିକରୁ ଲୋକେ ପ୍ରତିଦିନ ସକାଳୁ ତାଙ୍କଠାରୁ ଘାସ ନେଇଥାନ୍ତି। ସେହିପରି ଚାରା ପାଇଁ ମଧ୍ୟ ବିଭିନ୍ନ ଅଞ୍ଚଳରୁ ଲୋକେ ଆସିଥାନ୍ତି। ପରିବାର ପ୍ରତିପୋଷଣ ସାଙ୍ଗକୁ ଗାଁର ୧୦ଜଣ ଲୋକ ଦୈନିକ ନିୟୋଜିତ ହୋଇଥିବା ବେଳେ ପ୍ରତି ଦୁଇମାସରେ ଘାସ କାଟିବାରେ ପ୍ରାୟ ଶହେ ଜଣ ରୋଜଗାର ପାଇଥାନ୍ତି।
ଅଜିତ ସୁପର ଭେରାଇଟି ଘାସ ନେପିଆର ଘାସ ଚାଷ କରୁଛନ୍ତି। ନେପିଆର ଘାସ ସାଧାରଣତଃ ୯ ଡିଗ୍ରୀ ତାପମାତ୍ରାରେ ଚାଷ କରାଯାଇପାରିବ। ଏହା ଉଭୟ ଢିପ ଓ ଗହୀର କିସମ ଜମିରେ ହୋଇପାରିବ। ଏକ ଏକର ଜମିରୁ ୩ରୁ ୪ଶହ କୁଇଣ୍ଟାଲ ପର୍ଯ୍ୟନ୍ତ ଘାସ ଅମଳ ହୋଇପାରିବ। ସବୁଜ ଓ ଲାଲ ରଙ୍ଗର ନେପିଆର ଘାସ ୫ ଏକର ଜମିରେ ଲଗାଇଛନ୍ତି। ଅଜିତ କୁହନ୍ତି, ଆଖୁ ଚାଷ ଭଳି ଘାସ ଚାଷ ମଧ୍ୟ ଥରେ ଚାରା ରୋପଣ କଲେ ୭ବର୍ଷ ପର୍ଯ୍ୟନ୍ତ ରୋଜଗାର ଦେବ। ଘାସ କାଟିବା ପରେ ମେଶିନରେ ଛୋଟ ଛୋଟ କରି ଓଜନ କରି କୁଇଣ୍ଟାଲ ହିସାବରେ ଭବାନୀପାଟଣା ସହରର ଗାଈ ମାଲିକ ଓ ଗୋଶାଳା ଥିବା ବ୍ୟକ୍ତି ଆସି କିଣି ନେଇଥାନ୍ତି। ଏହାର ଯତ୍ନ ନେଲେ ପ୍ରତି ଦୁଇମାସରେ ଏକର ପ୍ରତି ୨୦-୨୫ ହଜାର ଟଙ୍କା ଆୟ ହେଉଛି। ଏହାଛଡା ବର୍ଷସାରା ଘାସ ଆଉ ଚାରା ବିକ୍ରି ହୋଇଥାଏ। ପ୍ରତି ଦୁଇ ମାସରେ ୫ ଏକର ଚାଷ ହୋଇଥିବା କାରଣରୁ ୧ଲକ୍ଷ ଟଙ୍କା ଘାସ ଚାଷରେ ରୋଜଗାର ହୋଇଥାଏ। ନେପିଆର ଘାସ ଗାଈ ଖାଇବା ଦ୍ବାରା ଭଲ ଦୁଗ୍ଧ ଦେଇଥାଏ। ସେହିଭଳି ଅଜିତ କଳା ବିରି ୧୪ ଏକର ଜମି, କଦଳୀ ୧ ଏକର, ମାଛ ଚାଷ ୧ ଏକର ସହ ଆଖୁ ଚାଷ ମଧ୍ୟ କରିଛନ୍ତି। ବର୍ଷର ସବୁ ସମୟରେ ନେପିଆର ଘାସ ଚାଷ କରାଯାଉଥିଲେ ବି ମୁଖ୍ୟତଃ ଫେବୃଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ଅଧିକ ପରିମାଣରେ ଚାଷ ହୋଇଥାଏ। ଚାଷର ୪୫ ଦିନ ପରେ ଅମଳ ଆରମ୍ଭ ହୁଏ। ପ୍ରାୟ ୮ରୁ ୧୦ ବର୍ଷ ପର୍ଯ୍ୟନ୍ତ ଏହା ଅମଳ ହୋଇଚାଲେ। ସାଧାରଣ ଘାସରୁ ୪ରୁ ୫ ପ୍ରତିଶତ ପ୍ରୋଟିନ ମିଳୁଥିବା ବେଳେ ନେପିଆର ଘାସରୁ ୧୬ରୁ ୧୮ ପ୍ରତିଶତ ପ୍ରୋଟିନ ମିଳିଥାଏ। ଏହି ଘାସ ଖାଇ ଗୋଟିଏ ଗାଈର କ୍ଷୀର ଦେବା ପରିମାଣ ୨ରୁ ୩ ଗୁଣ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ। ଏହି ଘାସକୁ ଉପଯୋଗ କରି ବୈଜ୍ଞାନିକ ପଦ୍ଧତିରେ ବାୟୁ ଅଏଲ, ବାୟୁ ସିଏନ୍‌ଜି ଗ୍ୟାସ୍‌ ମଧ୍ୟ ପ୍ରସ୍ତୁତ କରାଯାଇପାରିବ। ସରକାର ସହାୟତା ଦେବା ସହିତ ବିକ୍ରିବଟାର ସୁବିଧା କଲେ ଚାଷୀମାନେ ଅଧିକ ଉତ୍ସାହିତ ହୁଅନ୍ତେ ବୋଲି ଚାଷୀ ମହଲରେ ମତପ୍ରକାଶ ପାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri