Posted inଖେଳ

ୟୁଏସ୍‌ ଓପନ୍‌ ଟେନିସ୍‌: ନାଡାଲଙ୍କ ବିଜୟ ଅଭିଯାନ, ତୃତୀୟ ରାଉଣ୍ଡରେ ଡିମିଟ୍ରୋଭ, ନିଶିକୋରି

ନ୍ୟୁୟର୍କ,୨୯।୮(ଏଏଫ୍‌ପି)- ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନ୍‌ ତୃତୀୟ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ କେତେଜଣ ସିଡେଡ ଖେଳାଳି ସେମାନଙ୍କ ବିଜୟ ଅଭିଯାନ ଆରମ୍ଭ କରିଥିବା ବେଳେ କେତେଜଣ ଖେଳାଳି ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ବୁଲଗେରିଆର ଗ୍ରିଗର ଡିମିଟ୍ରୋଭ ଓ ଜାପାନର ସପ୍ତମ ସିଡ ଖେଳାଳି କେଇ ନିଶିକୋରି ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍‌ରୁ କ୍ରୋଏସିଆର ଦ୍ୱାଦଶ ସିଡ ଖେଳାଳି ବର୍ନାଡ କୋରିକ୍‌ ଇଞ୍ଜୁରି କାରଣରୁ ଓହରିବାରୁ ଡିମିଟ୍ରୋଭ ଓ୍ବାକ୍‌ ଓଭର ପାଇ ତୃତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ। ସେହିପରି ନିଶିକୋରି ଆମେରିକାର ବ୍ରାଡଲି କ୍ଲାନଙ୍କୁ ୬-୨, ୪-୬, ୬-୩, ୭-୫ ସେଟରେ ହରାଇ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ୨୦୧୦, ୨୦୧୩ ଓ ୨୦୧୭ରେ ୟୁଏସ୍‌ ଓପନ୍‌ ଚାମ୍ପିୟନ ହୋଇଥିବା ଦ୍ୱିତୀୟ ସିଡ୍‌ ନାଡ଼ାଲ ମଙ୍ଗଳବାର ବିଶ୍ୱର ୬୦ ନମ୍ବର ଖେଳାଳି ଅଷ୍ଟ୍ରେଲିଆର ଜନ୍‌ ମିଲମ୍ୟାନଙ୍କୁ ୬-୩, ୬-୨, ୬-୨ ସେଟରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଅଷ୍ଟ୍ରେଲିଆର ନିକ୍‌ କିର୍ଗିୟସ୍‌ ୬-୩, ୭-୬,୬-୪ ସେଟ୍‌ରେ ଆମେରିକାର ଷ୍ଟିଭ୍‌ ଜନସନଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡକୁ ଉଠିଛନ୍ତି। ଅଷ୍ଟ୍ରିଆର ଡୋମିନିକ୍‌ ଥିମ୍‌ ଇଟାଲୀର ଚତୁର୍ଥ ସିଡ୍‌ ଥୋମାସ ଫାବିଆନୋଙ୍କଠାରୁ ୬-୪, ୩-୬, ୬-୩, ୬-୨ ସେଟରେ ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇ ବିପର୍ଯ୍ୟୟର ଶିକାର ହୋଇଛନ୍ତି। ସେହିପରି ଗ୍ରୀସ୍‌ର ଅଷ୍ଟମ ସିଡ୍‌ ଖେଳାଳି ଷ୍ଟିଫାନୋସ ସିଟସିପାସ ପ୍ରଥମ ରାଉଣ୍ଡରେ ୬-୪, ୬-୭, ୭-୬, ୭-୫ ମାରାଥନ ସେଟରେ ରୁଷିଆର ଆଣ୍ଡ୍ରେ ରୁବ୍ଲେଭଙ୍କଠାରୁ ପରାସ୍ତ ହୋଇ ବିଦାୟ ନେଇଛନ୍ତି। ତେବେ ଷଷ୍ଠ ସିଡ ଜର୍ମାନୀ ଆଲେକଜାଣ୍ଡର ଭେରେଭ ମୋଲଡୋଭାର ରାଡୁ ଆଲବୋଟଙ୍କୁ ୬-୧, ୬-୩, ୩-୬, ୪-୬, ୬-୨ ସେଟ୍‌ରେ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। କ୍ରୋଏସିଆର ମାରିନ୍‌ ସିଲିକ ୬-୩, ୬-୨, ୭-୬ ସେଟ୍‌ରେ ସ୍ଳୋଭାକିଆର ମାର୍ଟିନ କ୍ଳିଜାନଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।
ତୃତୀୟ ରାଉଣ୍ଡରେ ପ୍ଲିସ୍କୋଭା
ମହିଳା ସିଙ୍ଗଲ୍ସରେ ୨୦୧୬ ୟୁଏସ୍‌ ଓପନ୍‌ ରନର୍ସଅପ୍‌ ତୃତୀୟ ସିଡ ଖେଳାଳି ଚେକ୍‌ ଗଣରାଜ୍ୟର କାରୋଲିନା ପ୍ଲିସ୍କୋଭା ୬-୧,୬-୪ ସେଟ୍‌ରେ ଜର୍ଜିଆ କ୍ୱାଲିଫାୟର ମାରିଆମ୍‌ ବୋଲକ୍‌ଭାଜଙ୍କୁ ପରାସ୍ତ କରି ପ୍ରଥମ ଖେଳାଳିଭାବେ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଜାପାନର ନାଓମି ଓସାକା ରୁଷିଆର ଆନ୍ନା ଭ୍ଲାଡିମୀରୋଭନାଙ୍କୁ ୬-୪,୬-୭ ,୬-୨ ସେଟ୍‌ରେ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଚତୁର୍ଥ ସିଡ୍‌ ରୋମାନିଆର ସିମୋନା ହାଲେପ ୬-୩, ୩-୬, ୬-୨ ସେଟରେ ଆମେରିକାର ନିକୋଲ ଗିବ୍ସଙ୍କୁ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଡେନ୍‌ମାର୍କର କାରୋଲିନ୍‌ ଓଜ୍‌ନିଆକି ୧-୬, ୭-୫, ୬-୩ ସେଟ୍‌ରେ ଚାଇନାର ଓ୍ବାଙ୍ଗ୍‌ ୟାଫାନଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ରୁଷିଆର ଶ୍ୱେତଲାନା କୁଜନେଶୋଭା ୫-୭, ୨-୬ ସେଟରେ ଆମେରିକାର କ୍ରିଷ୍ଟି ଆନଙ୍କଠାରୁ ପରାସ୍ତ ହୋଇ ବିଦାୟ ନେଇଛନ୍ତି। ଷଷ୍ଠ ସିଡ୍‌ ଚେକ ଗଣରାଜ୍ୟର ପେଟ୍ରା ଭିଟୋଭା ନିଜ ଦେଶର ଡେନିସା ଆଲେର୍ଟୋଭାଙ୍କୁ ୬-୨, ୬-୪ ସେଟ୍‌ରେ ୧ ଘଣ୍ଟା ୧୯ ମିନିଟ୍‌ରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଦ୍ୱିତୀୟ ରାଉଣ୍ଡରେ ସେ ଆଣ୍ଡ୍ରିଆ ପେଟ୍‌କୋଭିକ୍‌ଙ୍କୁ ଭେଟିବେ। ଅନ୍ୟଏକ ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ପେଟ୍‌କୋଭିକ୍‌ ରୋମାନିଆରକ ମିହାଏଲା ବୁଜାରନେସ୍କୁଙ୍କୁ ୬-୩, ୬-୪ ସେଟ୍‌ରେ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଅଧିକ ୫ କେଜି ଚାଉଳ ପାଇବେ ହିତାଧିକାରୀ

ଭୁବନେଶ୍ୱର,୫।୪(ସୁନିତ୍‌ ମିଶ୍ର): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫଏସ୍‌ଏସ୍‌)ର ହିତାଧିକାରୀ ଏଣିକି ଅଧିକ ୫ କେଜି ଲେଖାଏ ଚାଉଳ…

ଜିରାନଦୀରେ ମିଶୁଛି ସହରର ନର୍ଦ୍ଦମା ପାଣି, ରୋଗରେ ହନ୍ତସନ୍ତ ଲୋକେ

ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜୀବନ ରେଖା କୁହାଯାଉଥିବା ଜୀରାନଦୀ ଜଳ ପ୍ରଦୂଷିତ ହେଉଛି । କେବଳ ସେତିକି ନୁହେଁ, ଜବରଦଖଲ ଯୋଗୁ ଦିନକୁ ଦିନ ନଦୀ ସଙ୍କୁଚିତ…

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ନେଇ ପରିହାସ କଲା ଇରାନ, ଚେତାବନୀ ଦେଇ କହିଲା ନର୍କର ଦ୍ବାର…

ତେହେରାନ,୫।୪: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ପ୍ରତ୍ୟାଖ୍ୟାନ କରିଛି । ଇରାନ କେବଳ ଟ୍ରମ୍ପଙ୍କ ଧମକକୁ ଅଣଦେଖା…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri