ହୋମ୍‌ ଲୋନ୍‌କୁ ରେପୋ ରେଟ୍‌ ସହ ଲିଙ୍କ କରିବ ଏସ୍‌ବିଆଇ

ନୂଆଦିଲ୍ଲୀ,୧୮-୬: ଦେଶର ସର୍ବବୃହତ ବ୍ୟାଙ୍କ ଏସ୍‌ବିଆଇ ହୋମ୍‌ ଲୋନ୍‌କୁ ଏମ୍‌ସିଏଲ୍‌ଆର୍‌ରୁ ହଟାଇ ରେପୋ ରେଟ୍‌ ସହ ଲିଙ୍କ କରିବ ବୋଲି ଘୋଷଣା କରିଛି। ଏହା ଜୁଲାଇ ପହିଲାରୁ କାର୍ଯ୍ୟକାରୀ ହେବ। ଏହାଦ୍ୱାରା ଗ୍ରାହକ ବେଶ ପ୍ରଭାବିତ ହେବେ ବୋଲି ଆଶଙ୍କା ରହିଛି। କାରଣ ବାର୍ଷିକ ୬ ଲକ୍ଷ ଟଙ୍କାରୁ ଅଧିକ ଆୟକାରୀଙ୍କୁ ହିଁ ଏଣିକି ହୋମ ଲୋନ୍‌ ମିଳିବ। ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଦେଶର ସମସ୍ତ ବ୍ୟାଙ୍କ ହୋମ୍‌ ଲୋନ୍‌ ଉପରେ ଲାଗୁଥିବା ସୁଧ ହାରକୁ ମାର୍ଜିନାଲ କଷ୍ଟ ଅଫ୍‌ ଲେଣ୍ଡିଂ ରେଟ(ଏମ୍‌ସିଏଲ୍‌ଆର୍‌) ଅନୁସାରେ ନିର୍ଦ୍ଧାରଣ କରୁଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ ହ୍ରାସ ବୃଦ୍ଧି କରିବା ଦ୍ୱାରା ଏହା ପ୍ରଭାବିତ ହୋଇ ନ ଥାଏ। କାରଣ ଆର୍‌ବିଆଇ ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ହ୍ରାସ କଲେ, ବ୍ୟାଙ୍କଗୁଡ଼ିକ ୫ରୁ ୧୦ ବେସିସ୍‌ ପଏଣ୍ଟ ହ୍ରାସ କରୁଛନ୍ତି। ଏସ୍‌ବିଆଇ ଏମ୍‌ଡି(ରିଟେଲ ଆଣ୍ଡ ଡିଜିଟାଲ ବ୍ୟାଙ୍କିଙ୍ଗ୍‌) ପି.କେ.ଗୁପ୍ତା କହିଛନ୍ତି ଯେ, ନୂଆ ବ୍ୟବସ୍ଥା ଦ୍ୱାରା ବର୍ଷ ସାରା ଇଏମ୍‌ଆଇରେ ଅସ୍ଥିରତା ଦେଖାଦେବ। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋମ୍‌ ଲୋନ୍‌ ଉପରେ ୮.୪% ହିସାବରେ ସୁଧ ହାର ନିର୍ଦ୍ଧାରିତ ହେବ। ସମ୍ପତ୍ତିର ୮୦ ପ୍ରତିଶତ ପର୍ଯ୍ୟନ୍ତ ପରିମାଣ ଉପରେ ବ୍ୟାଙ୍କ ଋଣ ଦେଲେ ହିଁ ଏହି ସୁଧ ହାର ଲାଗୁ ହେବ। ତେବେ ଏହାଠାରୁ ଅଧିକ ଋଣ ଦିଆଯିବା ଉପରେ ଋଣଗ୍ରହୀତା ୨୦ ବିପିଏସ୍‌ ଅତିରିକ୍ତ ଦେବେ। ସେହିପରି ଲୋକଙ୍କୁ ସର୍ବାଧିକ ୩୩ ବର୍ଷ ପର୍ଯ୍ୟନ୍ତ ଅବଧି ପାଇଁ ଋଣ ମିଳିବ। ନିର୍ମାଣାଧୀନ ସମ୍ପତ୍ତି ଉପରେ ୨ ବର୍ଷର ଏକ୍ସଟେନ୍‌ଶନ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ସେନ୍‌ସେକ୍ସ, ନିଫ୍ଟିରେ ୨୫ ବର୍ଷର ସବୁଠୁ ବଡ଼ ସାପ୍ତାହିକ ହ୍ରାସ

ମୁମ୍ବାଇ,୨।୧୦(ପି.ଟି./ରଏଟର୍ସ): ଗୁରୁବାର କାରବାର ଶେଷସୁଦ୍ଧା ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ୩୧ ପଇସା ହ୍ରାସ ପାଇ ୯୬.୨୫ରେ ବନ୍ଦ ହୋଇଛି, ଯାହା ଗତ ଦୁଇ…

ସରକାରଙ୍କ ବଡ଼ ଘୋଷଣା! ଏଣିକି ୫ କିଲୋ ଗ୍ୟାସ ସିଲିଣ୍ଡରରେ ମିଳିବ ସବ୍‌ସିଡି, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୧।୧୦: ଦେଶରେ ଘରୋଇ LPGର ବଢ଼ୁଥିବା ଦର ଯୋଗୁ ସାଧାରଣ ଲୋକଙ୍କ ରୋଷେଇ ଘରର ବଜେଟ ଉପରେ ଚାପ ବଢ଼ିଛି। ଯଦି ଆପଣଙ୍କ ରୋଷେଇ ଘରେ…

ପାର୍ବଣ ଋତୁ ପୂର୍ବରୁ ଗ୍ରାହକଙ୍କୁ ଝଟକା: ଆଜିଠାରୁ ମହଙ୍ଗା ହେଲା AC, TV ଓ ଫ୍ରିଜ୍‌! ଜାଣନ୍ତୁ କିଣାକିଣି ଉପରେ କେତେ ପଡ଼ିବ…

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭରୁ ହିଁ ସାଧାରଣ ଗ୍ରାହକଙ୍କ ପକେଟ୍‌ ଉପରେ ଚାପ ପଡ଼ିବାକୁ ଯାଉଛି। ଅକ୍ଟୋବର ୧ ତାରିଖ ଅର୍ଥାତ୍‌ ଆଜିଠାରୁ AC, LED TV,…

କିଟ୍‌ ଦେଶର ୪ର୍ଥ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ, ଶିକ୍ଷାଦାନର ମାନ…

ଭୁବନେଶ୍ୱର, ୧।୧୦: ଟାଇମ୍ସ ହାୟର ଏଜୁକେଶନ ବିଶ୍ୱ ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ୍‌-୨୦୨୭ରେ କିଟ୍‌ ବିଶ୍ୱବିଦ୍ୟାଳୟ ୪ର୍ଥ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ପାଇଛି । ଉକ୍ତ ର଼୍ୟାଙ୍କିଙ୍ଗ୍‌ରେ କିଟ୍‌…

ବ୍ୟାଙ୍କରେ ସବୁ ଶନିବାର ଛୁଟି, ସପ୍ତାହରେ ୫ ଦିନ ହେବ କାମ? ଭାଇରାଲ ବିଜ୍ଞପ୍ତିରେ ହେଉଥିବା ଦାବିକୁ ନେଇ ସରକାର କହିଲେ…

ନୂଆଦିଲ୍ଲୀ,୧।୧୦: ଆଜିକାଲି ସୋସିଆଲ୍‌ ମିଡିଆରେ ଭ୍ରାମକ ଓ ଗୁଜବ ଖବର ଅତି ଶୀଘ୍ର ଭାଇରାଲ୍‌ ହେବାରେ ଲାଗିଛି। ଗତ କିଛି ଦିନ ହେବ ବ୍ୟାଙ୍କିଙ୍ଗ୍‌ ସେକ୍ଟରକୁ ନେଇ…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?