ହୋଇପାରୁନି ଅଘୋଷିତ ବିଦ୍ୟୁତକାଟର ସ୍ଥାୟୀ ସମାଧାନ:୧ତାରିଖରେ ତେଲକୋଇ ବନ୍ଦ

ତେଲକୋଇ, ୩୦।୬(ଡି.ଏନ.ଏ.)-ତେଲକୋଇ ଅଞ୍ଚଳରେ ଦୀର୍ଘଦିନ ଧରି ବିଦ୍ୟୁତ ବିଭ୍ରାଟ କୁ ନେଇ ବଣିକ ସଂଘ ଓ ଉପଭୋକ୍ତା ମାନେ ଆସନ୍ତା ୧ତାରିଖ ଠାରୁ ଏହାର ସ୍ଥାୟୀ ସମାଧାନ ପାଇଁ ତେଲକୋଇ ବନ୍ଦ ଡାକରା ଦେଇଛନ୍ତି । ଶନିବାର ବ୍ଲକ ମୁଖ୍ୟାଳୟରେ ପ୍ରଶାସନ ଅଧିକାରୀ ଓ ଆନ୍ଦୋଳନକାରୀ ମୁଖ୍ୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ତେବେ ଆଲୋଚନା ବିଫଳ ହେବା ଯୋଗୁଁ ଆସନ୍ତା ୧ତାରିଖ ଠାରୁ ତେଲକୋଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେବା ଆନ୍ଦୋଳନକାରୀମାନେ ଜଣାଇଛନ୍ତି। ବିିଡିଓ ଦିଲୀପ କୁମାର ବାରାଙ୍କ ଅଧ୍ୟକ୍ଷତାରେ ବିଦ୍ୟୁତ ବିଭାଗର ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ଦାଶ, ପୋଲିସ ଅଧିକାରୀ ମଦନ ମୋହନ ନାଏକ, ବ୍ଲକ ପଞ୍ଚାୟତ ଅଧିକାରୀ ବିଶ୍ୱନାଥ ମଲ୍ଲିକଙ୍କ ସମେତ ବଣିକ ସଂଘର ସଭାପତି ବିଜୟ କୁମାର ସାହୁ, ଉପସଭାପତି ଅକ୍ଷୟ କୁମାର ପ୍ରଧାନ ପ୍ରମୁଖ ଉପଭୋକ୍ତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ତେବେ ବିଦ୍ୟୁତ ବିଭାଗର ଯନ୍ତ୍ରୀ ବିଦ୍ୟୁତ ସମସ୍ୟା ପାଇଁ ଆଉ କିଛି ମାସ ସମୟ ଦେଲେ ଏହାର ସ୍ଥାୟୀ ସମାଧାନ ହେବା କହିଥିଲେ। ବିଦ୍ୟୁତ ସମସ୍ୟା ଯୋଗୁ ବ୍ଲକ ଅଧୀନରେ ଥିବା କାର୍ଯ୍ୟାଳୟ ଅଚଳ ହୋଇପଡଛି। ଏହି ଆନ୍ଦୋଳନକୁ ଜାରି ରଖିବା ପାଇଁ ଆନ୍ଦୋଳନକାରୀ ମତବ୍ୟକ୍ତ କରିଥିଲେ। ତେବେ ବିଡିଓ ଏହି