ହୁହୁ ହୋଇ ଜଳିଗଲା ଖଣ୍ଡାଧାର

ଭୁବନେଶ୍ୱର,୨୩।୧(ବ୍ୟୁରୋ): ଭୁବନେଶ୍ୱର ବରମୁଣ୍ଡା ଷ୍ଟାଣ୍ଟରେ ଛିଡା ହୋଇଥିବା ଖଣ୍ଡାଧାର ବସ୍‌ ସୋମବାର ଜଳିଯାଇଛି । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି।
ସୂଚନା ଯୋଗ୍ୟ, ସକାଳେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ‘ଖଣ୍ଡାଧାର କୁଇନ’ ନାମକ ବସ୍‌ ଛିଡା ହୋଇଥିବା ବେଳେ ହଠାତ୍‌ ସେଥିରେ ନିଆଁ ଲାଗିଯାଇଥିଲା। କେହି କିଛି ବୁଝିବା ଆଗରୁ ବସ୍‌ଟି ହୁହୁ ହୋଇ ଜଳିଯାଇଥିଲା। ପରେ ତୁରନ୍ତ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି।

Share