ଭୁବନେଶ୍ୱର,୬।୯(ବ୍ୟୁରୋ):ହିନ୍ଦୁସ୍ତାନୀ ବାଦ୍ୟ ସଙ୍ଗୀତରେ ଶ୍ରୋତାଙ୍କୁ ବାନ୍ଧି ରଖିଥିଲେ ୩ ଶିଳ୍ପୀ। ବଂଶୀ, ଜେମ୍ବେ ଓ ତବଲାର ମୂର୍ଚ୍ଛନା ମଞ୍ଚରେ ସୃଷ୍ଟି କରିଥିଲା ନିଆରା ପରିବେଶ। ଅବସର ଥଲା ସୃଜନ ପକ୍ଷରୁ ଆୟୋଜିତ ୨୮ତମ ଓଏମ୍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ। ସୋମବାର ରବୀନ୍ଦ୍ରମଣ୍ଡପରେ ଆରମ୍ଭ ହୋଇଥିବା ଏହି ଉତ୍ସବକୁ କିମ୍ବଦନ୍ତୀ କଥକ ସଙ୍ଗୀତାଚାର୍ଯ୍ୟ ପଣ୍ଡିତ ବିର୍ଜୁ ମହାରାଜଙ୍କୁ ଉତ୍ସର୍ଗୀକୃତ କରାଯାଇଛି। ପଣ୍ଡିତ ରୋନୁ ମଜୁମଦାରଙ୍କ ବଂଶୀଶ୍ୱନରୁ ଆରମ୍ଭ ହୋଇଥିଲା ସାର ସାଂସ୍କୃତିକ କାର୍ଯ୍ୟକ୍ରମ। ଏଥିସହ ମଞ୍ଚରେ ଉପସ୍ଥିତ ଥିବା ୩ ଶିଳ୍ପୀ ଜଣକ ପରେ ଜଣେ ଭେଟି ଦେଉଥିଲେ ହିନ୍ଦୁସ୍ତାନୀ ବାଦ୍ୟଯନ୍ତ୍ରର ସୁଶୀତଳ ଅନୁଭବ, ଯାହାର ଝଙ୍କାର ଶ୍ରୋତାଙ୍କ ମନକୁ ଶାନ୍ତି ପ୍ରଦାନ କରୁଥିଲା। ବଂଶୀଶ୍ୱନ ସହ ଓସ୍ତାଦ୍ ତୋଫିକ୍ କୁରେଶଙ୍କ ଜେମ୍ବେ ଓ ଇଶାନ ଘୋଷଙ୍କ ତବଲା ବାଦନର ସମ୍ମିଶ୍ରଣ ସମସ୍ତଙ୍କୁ ଆନମନା କରିଥିଲା। ମଜୁମଦାରଙ୍କ ବାଦ୍ୟସଙ୍ଗୀତ କାନ, ମନ ଓ ଆତ୍ମାକୁ ଶାନ୍ତି ଦେଇଥିବାବେଳେ ଆଫ୍ରିକୀୟ ଯନ୍ତ୍ରାଂଶ ଜେମ୍ବେକୁ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ପରିପ୍ରେକ୍ଷୀରେ ସଞ୍ଚାଳନ କରି ସେ ବେଶ୍ ପରିଚିତ ଥିବା କୁରେଶ ତାଙ୍କ ବାଦ୍ୟ ମାଧ୍ୟମରେ ଏକ ନୂତନ ଧାରା ଓ ଭିନ୍ନ ଶୈଳୀ ଉପସ୍ଥାପନା କରିଥିଲେ। ସେମାନଙ୍କ ଦ୍ୱାରା ପ୍ରଥମେ ରାଗ ଜୟ ଜୟବନ୍ତି ପରେ ଆଲାପ ଓ ବନ୍ଦିଷ ପରିବେଷିତ ହୋଇଥିଲା। ଦେବୀପ୍ରସାଦ ମିଶ୍ରଙ୍କ ଆଲୋକ ପରିକଳ୍ପନା ଏବଂ ସି. ଆନନ୍ଦ କୃଷ୍ଣଙ୍କ ନିରବିହୀନ ସାଉଣ୍ଡ ଇଞ୍ଜିନିୟରିଂ ଦ୍ୱାରା କଳାକାରମାନେ ତାଙ୍କର କଳା ପ୍ରଦର୍ଶନ କରିଥିଲେ ।
ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଏହାକୁ ଉଦ୍ଘାଟନ କରି କହିଲେ, ଓଡ଼ିଶୀ ନୃତ୍ୟ, ସଙ୍ଗୀତ ଓଡ଼ିଶାର କଳା, ସଂସ୍କୃତି ସହ ସମ୍ପୃକ୍ତ। କଳା କାଳଜୟୀ। କଳାର ବିଲୟ ନାହିଁ କି କ୍ଷୟ ନାହିଁ। ଏହା ବିକାଶର ସ୍ବପ୍ନ ଦେଖାଏ। ଓଡ଼ିଶୀ ସଙ୍ଗୀତ, ନୃତ୍ୟର ପ୍ରଚାର ପ୍ରସାର କରିବାରେ ଗୁରୁ କେଳୁଚରଣ ମହାପାତ୍ର ଅଗ୍ରଗଣ୍ୟ ଥିଲେ ବୋଲି ସେ କହିଥିଲେ। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ କହିଲେ, କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟର ବଡ଼ ହସ୍ତୀ ଥିଲେ। ଓଡ଼ିଶୀକୁ ବିଶ୍ୱବିଦିତ କରିବାରେ ସେ ଅନନ୍ୟ। ତାଙ୍କ ପାଇଁ ବର୍ତ୍ତମାନ ଓଡ଼ିଶୀ ନୃତ୍ୟ, ସଙ୍ଗୀତର ପ୍ରଚାର ପ୍ରସାରର ଆବଶ୍ୟକତା ପଡ଼ୁନାହିଁ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବି. ଆର୍ . ଶର୍ମା, ଏମ୍ଜିଏମ୍ ମିନେରାଲ୍ସର ନିର୍ଦ୍ଦେଶକ ପଙ୍କଜ ଲୋଚନ ମହାନ୍ତି, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ, ଅନୁଷ୍ଠାନର ନିର୍ଦ୍ଦେଶକ ରତିକାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ରାଣୀପ୍ରସାଦ ମିଶ୍ରଙ୍କ ଦ୍ୱାରା କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହୋଇଥିବାବେଳେ ଗୁରୁ ରତିକାନ୍ତ ମହାପାତ୍ରଙ୍କ ସଂକଳ୍ପିତ ତଥା ପରିକଳ୍ପିତ ଏହି ଉତ୍ସବକୁ ଡ. ମୃତ୍ୟୁଞ୍ଜୟ ରଥ ଓ ଅନୁଜା ତାରିଣୀ ମିଶ୍ର ପରିଚାଳନା କରିଥିଲେ। ଏହା ୫ଦିନ ଧରି ଚାଲିବ। ଅନ୍ଲାଇନ୍ ମାଧ୍ୟମରେ ଦର୍ଶକମାନେ ସୃଜନର ଫେସ୍ବୁକ୍ ପେଜ୍ ଏବଂ ୟୁଟ୍ୟୁବ୍ ଚ୍ୟାନେଲରେ ଲାଇଭ୍ ଷ୍ଟ୍ରିମ୍ ଦେଖିପାରିବେ। ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ କଟକ ସହଯୋଗ କରିଥିବାବେଳେ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ ଏହାର ମିଡିଆ ପାର୍ଟନର ରହିଛନ୍ତି।
ମଙ୍ଗଳବାର ଦ୍ୱିତୀୟ ସନ୍ଧ୍ୟାରେ ଓଡ଼ିଶୀ କଣ୍ଠ ସଙ୍ଗୀତ ପରିବେଷଣ କରିବେ ସୁଶ୍ରୀ ସୃଷ୍ଟି ସ୍ବରୂପା ମିଶ୍ର। ତାଙ୍କୁ ମର୍ଦ୍ଦଳରେ ଗୁରୁ ଧନେଶ୍ୱର ସ୍ବାଇଁ ଓ ବେହେଲାର ସୁରମଣି ରମେଶ ଚନ୍ଦ୍ର ଦାସ ସହାୟତା କରିବେ। ଏହାପରେ ଭାରତନାଟ୍ୟମ୍ ପରିବେଷଣ କରିବେ ବିଦୂଷୀ ଗୀତା ଚନ୍ଦ୍ରନ ଓ ନାଟ୍ୟ ବିକାଶ ଡ୍ୟାନ୍ସ କଲେକ୍ଟିଭ୍।
ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ
ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ ରାଜ୍ୟସ୍ତରୀୟ...
ଟିମ୍ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି
ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍ନେସ୍ ଏବଂ ବୟସକୁ ନେଇ ଚାଲିଥିବା...
ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ
ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...
ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି
ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...
ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍
ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...
ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ
ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...
୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…
ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...
ଗୋପାଳଙ୍କ ଉପରେ ଭରସା କଲେ ନବୀନ: ଦେଲେ ଗୁରୁଦାୟିତ୍ୱ, ବିଜେଡିର ନିଶ୍ଚୟ ବିଜୟ କହିଲେ…
କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା...
Archives


