ହିନ୍ଦୀ ଫିଲ୍ମ ଟ୍ରେଲର ଦେଖି ରାଗିଗଲେ ସାଗରିକା

ଭୁବନେଶ୍ୱର,୫ା୩(ବ୍ୟୁରୋ): ରାଜ୍ୟରେ ନୂଆ ମୋଟର ଯାନ ଆଇନକୁ ଲାଗୁ କରାଯିବା ସହ ମାର୍ଚ୍ଚ ୧ରୁ କଡ଼ାକଡ଼ି କରାଯାଇଛି। ଏହା ଲାଗୁ ହେବା ପରେ ରାଜ୍ୟରେ ଟ୍ରାଫିକ୍‌ ବ୍ୟବସ୍ଥା କଡ଼ାକଡ଼ି ହୋଇଛି। ସାଧାରଣ ଲୋକ ହୁଅନ୍ତୁ କି ଖୋଦ୍‌ ପୋଲିସ କର୍ମଚାରୀ ନିୟମ ଉଲ୍ଲଂଘନ କରି ଜରିମାନା ଗଣୁଛନ୍ତି। ଏଭଳିସ୍ଥଳେ ଆଗାମୀ ଦିନରେ ରିଲିଜ ହେବାକୁ ଯାଉଥିବା ବହୁଚର୍ଚ୍ଚିତ ହିନ୍ଦୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଟ୍ରେଲର୍‌ରେ ବଲିଉଡ୍‌ ଷ୍ଟାର୍‌ ଅକ୍ଷୟ କୁମାରଙ୍କୁ କିନ୍ତୁ ବିନା ହେଲମେଟ୍‌ରେ ବାଇକ୍‌ ଚଲାଉଥିବା ଦେଖିବାକୁ ମିଳିଛି। ଯାହାକୁ ଦେଖି ଖପ୍ପା ହୋଇଛନ୍ତି ଭୁବନେଶ୍ବର-କଟକ ଟ୍ରାଫିକ୍‌ ଡିସିପି ସାଗରିକା ନାଥ। ଏନେଇ ଟୁଇଟର୍‌ରେ ଏକ ପୋଷ୍ଟ ମାଧ୍ୟମରେ ସାଗରିକା ନିଜ ମତ ରଖିବା ସହ ବଲିଉଡ୍‌ ଉପରେ ବର୍ଷିଛନ୍ତି। କେବଳ ‘ସୂର୍ଯ୍ୟବଂଶୀ’ରେ ଅକ୍ଷୟ କୁମାରଙ୍କ ବିନା ହେଲ୍‌ମେଟ ଫଟୋ ନୁହେଁ, ଆଉଏକ ହିନ୍ଦୀ ଫିଲ୍ମ ‘ଧୁମ୍‌-୩’ରେ ଅମୀର ଖାନ୍‌ କିଭଳି ରାସ୍ତା ମଝିରେ ବେଆଇନଭାବେ ବାଇକ୍‌ ଷ୍ଟଣ୍ଟ୍‌ ଦେଖାଉଛନ୍ତି ତାହା ମଧ୍ୟ ସେ ଉକ୍ତ ଫଟୋ ସହ ଶେୟାର କରିଛନ୍ତି।
ଟ୍ରାଫିକ୍‌ ନିୟମ ମାନିବାକୁ ନୂଆ ନୂଆ ବ୍ୟବସ୍ଥା ଆପଣାଯାଉଛି। ଏଥିପ୍ରତି ଲୋକଙ୍କୁ ସଚେତନ କରିବାକୁ ସରକାର ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି। ହେଲେ ଏଭଳି ସମୟରେ ବଲିଉଡ୍‌ କିନ୍ତୁ ଭୁଲ୍‌ ବାର୍ତ୍ତା ଦେଇ ଯୁବବର୍ଗଙ୍କୁ ଟ୍ରାଫିକ୍‌ ନିୟମ ପାଳନ ନ କରିବାକୁ ଏକପ୍ରକର ଉସ୍‌କାଉଛି। ‘ସୂର୍ଯ୍ୟବଂଶୀ’ର ଟ୍ରେଲର୍‌ ଇତିମଧ୍ୟରେ ରିଲିଜ୍‌ ହୋଇ କୋଟି କୋଟି ଦର୍ଶକଙ୍କ ପ୍ରଶଂସା ସାଉଁଟୁଛି। ହେଲେ ଏଥିରେ ନାୟକ ଅକ୍ଷୟ କୁମାର ହେଲମେଟ୍‌ ନ ପିନ୍ଧି ବାଇକରେ ବସିବା ସହ ତାଙ୍କ ଆଗରେ ଯୁବତୀଙ୍କୁ ବସାଇ ଷ୍ଟଣ୍ଟ୍‌ ମାରୁଛନ୍ତି। ତାଙ୍କ ସହ ଅଜୟ ଦେବଗନ ଓ ରଣବୀର ସିଂଙ୍କ ଅଭିନୀତ ସୂର୍ଯ୍ୟବଂଶୀର ଏହି ଟ୍ରେଲରକୁ ଇତିମଧ୍ୟରେ ପ୍ରାୟ ୫ କୋଟି ଦର୍ଶକ ଦେଖିସାରିଥିବାବେଳେ ଏହା ସେମାନଙ୍କ ଉପରେ କୁପ୍ରଭାବ ପକାଇବ ବୋଲି ସାଗରିକା ଉଲ୍ଲେଖ କରିଛନ୍ତି। ସେହିଭଳି ସାଗରିକା ଅପ୍‌ଲୋଡ୍‌ କରିଥିବା ଅନ୍ୟ ଏକ ଫଟୋରେ ଅମୀର ଖାନ୍‌ ବାଇକରେ ଷ୍ଟଣ୍ଟ୍‌ ଦେଖାଉଛନ୍ତି। ଦର୍ଶକମାନେ ଫିଲ୍ମକୁ ଦେଖି ବାସ୍ତବ ଜୀବନରେ ସେଭଳି କରିବାକୁ ଅନେକଥର ଚେଷ୍ଟା କରନ୍ତି। ପୂର୍ବରୁ ଏହାର ଅନେକ ନଜିର ମଧ୍ୟ ରହିଛି। ହେଲ୍‌ମେଟ୍‌ ନ ପିନ୍ଧି ବାଇକ୍‌ ଚଲାଇବା କିମ୍ବା ରାସ୍ତାରେ ଷ୍ଟଣ୍ଟ୍‌ ଆମ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ ବୋଲି ସାଗରିକା ନିଜ ଟୁଇଟ୍‌ରେ ଇଙ୍ଗିତ କରିଛନ୍ତି। ଏଭଳି ପ୍ରସଙ୍ଗକୁ ବଲିଉଡ୍‌ ଗୁରୁତ୍ୱର ସହ ନେବାର ସମୟ ଆସିଛି। ଏକାଠି ମିଶି ରାସ୍ତାରେ ଘଟୁଥିବା ଦୁର୍ଘଟଣାକୁ ହ୍ରାସ କରିବାକୁ ସାଗରିକା କହିଛନ୍ତି। ଅନ୍ୟପକ୍ଷରେ ସଂଶୋଧିତ ମୋଟର ଯାନ ଆଇନ କଡ଼ାକଡ଼ି ହେବା ପରେ ଟୁଇନ୍‌ ସିଟିର ସମ୍ପୂର୍ଣ୍ଣ ଟ୍ରାଫିକ୍‌ ପରିଚାଳନା ଦାୟିତ୍ୱ ଡିସିପି ସାଗରିକା ନାଥଙ୍କ ଉପରେ ରହିଛି। ଏଭଳି ସମୟରେ ତାଙ୍କ ଟୁଇଟ ବିଭିନ୍ନ ବର୍ଗର ଲୋକଙ୍କ ଦ୍ୱାରା ପ୍ରଶଂସିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମୃତି-ପଲାଶଙ୍କ ବିବାହ ଭାଙ୍ଗିବା ପଛରେ ରହିଛି ଏହି ବଡ଼ କାରଣ! ଖୋଲିଲା ବଡ଼ ରାଜ୍‌…

ନୂଆଦିଲ୍ଲୀ,୮।୧୨: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ ପଲାଶ ମୁଛଲଙ୍କ ମଧ୍ୟରେ ସମ୍ପର୍କ ଶେଷରେ ଶେଷ ହୋଇଛି। ମନ୍ଧାନା ଏବଂ ମୁଛଲ...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ କଡ଼ାକଡି ହେବ ଫାୟାର ସେଫ୍ଟି ଯାଞ୍ଚ: ନିର୍ଦ୍ଦେଶ ଦେଲେ ଡିଜି

ଭୁବନେଶ୍ୱର,୮।୧୨: ବର୍ଚ ବାଇ ରୋମିଓ ଲେନ୍‌ ଦ୍ୱରା ପରିଚାଳିତ ଗୋଆର ଏକ ନାଇଟ କ୍ଲବରେ ଭୟବହ ଅଗ୍ନିକାଣ୍ଡ ପରେ ରାଜଧାନୀ ଭୁବନେଶ୍ୱର ସମତେ ରାଜ୍ୟର ସମସ୍ତ...

ଜାଣିଶୁଣି କରାଯାଇଥିଲା କି ଇଣ୍ଡିଗୋ ସଙ୍କଟ? ସରକାର ଜାରି କଲେ ନୋଟିସ, ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ,୮।୧୨: ସରକାର ନୂତନ ଫ୍ଲାଇଟ ଡ୍ୟୁଟି ସମୟ ସୀମା (FDTL) ନିୟମ କାର୍ଯ୍ୟକାରୀ କରିବାରେ ଇଣ୍ଡିଗୋର ଅଭିଯୋଗ ଅବହେଳାର ତଦନ୍ତ କରିବେ। ଅଭିଯୋଗ ହୋଇଛି ଯେ...

ବାରବାଟୀ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟ୍‌କା: ICC ଲଗାଇଲା ଜରିମାନା, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୮।୧୨: ରାୟପୁରରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ଦିନିକିଆରେ ସ୍ଲୋ ଓଭର-ରେଟ ବଜାୟ ରଖିବା ପାଇଁ ଆଇସିସି ଟିମ ଇଣ୍ଡିଆକୁ ସେମାନଙ୍କ...

ରାଜ୍ୟରେ ଡାକ୍ତର ମରୁଡ଼ି : ୫୨୪୮ ପଦବୀ ପୂରଣ ପାଇଁ…

ଭୁବନେଶ୍ୱର,୮।୧୨: ଓଡ଼ିଶାରେ ଡାକ୍ତର ମରୁଡ଼ି ପଡ଼ିଛି। ୬୦% ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଖାଲି ପଡିଛି। ଏ ନେଇ ଗୃହରେ ଉତ୍ତର ରଖିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ...

ଅଧିନାୟକ ସୂର୍ଯ୍ୟକୁମାରଙ୍କ ବଡ଼ ଘୋଷଣାା: ବାରବାଟୀରେ ଖେଳିବେ ଗିଲ୍‌

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ମହା ମୁକାବିଲା। ଏନେଇ ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିବେ। ଅଭ୍ୟାସ ପୂର୍ବରୁ ଭାରତୀୟ ଟି୨୦...

ଶୀତରେ ଥରୁଛି ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଥିବାବେଳେ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏ ଶୀତ ଲହରୀ ଜାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri