ହାଫିଜ୍‌ ସୟିଦଙ୍କୁ ୧୧ ବର୍ଷ ଜେଲ

ଲାହୋର,୧୩ା୨(ପି.ଟି.): ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଜମାତ୍‌-ଉଦ୍‌-ଦାଓ୍ବା (ଜେୟୁଡି) ମୁଖ୍ୟ ହାଫିଜ ସୟିଦଙ୍କୁ ପାକିସ୍ତାନର ଏକ ଅଦାଲତ ୧୧ ବର୍ଷ ଜେଲ୍‌ଦଣ୍ଡାଦେଶ ଶୁଣାଇଛନ୍ତି। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ସମ୍ପର୍କିତ ଦୁଇଟି ମାମଲାରେ ହାଫିଜଙ୍କୁ ଦୋଷୀସାବ୍ୟସ୍ତ କରାଯାଇ ଏହି ଦଣ୍ଡାଦେଶ ଦିଆଯାଇଛି। ଏହି ମାମଲାରେ ତାଙ୍କୁ ଗତବର୍ଷ ଜୁଲାଇ ୧୭ରେ ଗିରଫ କରାଯାଇ ଲାହୋରର କୋଟ୍‌ ଲଖପତ୍‌ ଜେଲ୍‌ରେ କଡ଼ା ସୁରକ୍ଷା ବଳୟରେ ରଖାଯାଇଥିଲା। ପ୍ରତି ମାମଲାରେ ଅଦାଲତ ହାଫିଜଙ୍କୁ ୫ ବର୍ଷ ୬ ମାସ ଲେଖାଏ ଜେଲ୍‌ଦଣ୍ଡ ଏବଂ ୧୫,୦୦୦ ଟଙ୍କା ଅର୍ଥଦଣ୍ଡ ଶୁଣାଇଛନ୍ତି। ଡିସେମ୍ବର ୧୧ରେ ଆତଙ୍କବାଦ ନିରୋଧୀ ଅଦାଲତ (ଏଟିସି) ହାଫିଜ୍‌ ଓ ତାଙ୍କ ସହଯୋଗୀମାନଙ୍କୁ ଦୋଷୀ ଦର୍ଶାଇଥିଲା। ଗତ ଶନିବାର ଏଟିସି ଜଜ୍‌ ଅର୍ସାଦ୍‌ ହୁସେନ୍‌ ଭଟ୍ଟ ମାମଲାର ଶୁଣାଣି କରି ଦଣ୍ଡାଦେଶକୁ ସ୍ଥଗିତ ରଖିଥିଲେ। ହାଫିଜ୍‌ ଓ ତାଙ୍କ ସହଯୋଗୀମାନଙ୍କ ବିରୋଧରେ ଆତଙ୍କବାଦ ନିରୋଧୀ ବିଭାଗ (ସିଟିଡି) ପକ୍ଷରୁ ୨୩ଟି ଏତଲା ଦାଏର ହୋଇଥିଲା ଏବଂ ଏଟିସିରେ ୨୦ ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ।
୨୦୧୯ ଜାନୁୟାରୀ ୧ରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଅଧ୍ୟକ୍ଷତାରେ ଜାତୀୟ ସୁରକ୍ଷା କମିଟି ବୈଠକ ବସି ହଫିଜ୍‌ଙ୍କ ବିରୋଧରେ କଟକଣା ଲଗାଇବା ପରେ ସିଟିଡି ପକ୍ଷରୁ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅଭିଯୋଗର ତଦନ୍ତ ଆରମ୍ଭ ହୋଇଥିଲା। ଜାତିସଂଘ ସୁରକ୍ଷା ପରିଷଦ ୨୦୦୮ରେ ହଫିଜ୍‌ଙ୍କୁ ଆତଙ୍କବାଦୀ ଘୋଷଣା କରିଥିବାବେଳେ ଆମେରିକା ତାଙ୍କୁ ବିଶ୍ୱ ଆତଙ୍କବାଦୀର ଆଖ୍ୟା ଦେଇଥିଲା। ତାଙ୍କୁ ଆଇନର କାଠଗଡ଼ାକୁ ଆଣିବା ପାଇଁ ସୂଚନାଦାତାଙ୍କୁ ୧୦ ନିୟୁତ ଡଲାର ପୁରସ୍କାର ଦିଆଯିବ ବୋଲି ୨୦୧୨ରେ ଆମେରିକା ଘୋଷଣା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

RCBରୁ ଆସିଲା ବଡ଼ ଖବର: ବାକି ଆଇପିଏଲ ମ୍ୟାଚ ଖେଳିବେନି କୋହଲି!

ନୂଆଦିଲ୍ଲୀ,୧୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଆଘାତ ପାଇଥିଲେ। ଏହା IPLର ୨୦ତମ…

ବେଲଗୁଣ୍ଠାରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି, ୪ ଜଣଙ୍କୁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…

କାଳୀମେଘା ହତ୍ୟାକାଣ୍ଡ ଘଟଣା; ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର, ପତ୍ନୀ ସମେତ ୫ ଗିରଫ

କଳିଙ୍ଗନଗର,୧୩।୪(ଶୁଭାଶିଷ ରାଉତ ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ କରିଛି…

ଆମେରିକାର ଧମକରେ ଚିହିଁକି ଉଠିଲା ଚାଇନା, କହିଲା ଆମ ପାଇଁ ସବୁବେଳେ ହର୍ମୁଜ…

ବେଜିଂ,୧୩ା୪: ଇସଲାମାବାଦରେ ୨୧ ଘଣ୍ଟା ଧରି ଚାଲିଥିବା ମାରାଥନ ବୈଠକରେ କୌଣସି ସମାଧାନର ବାଟ ବାହାରିପାରିଲା ନାହିଁ। ଫଳରେ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି…

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି

ଖଜୁରିରେ ଫାଇବର୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ…

ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଜଳିଗଲା ବୁଲେଟ୍, କେମିତି ଲାଗିଲା ନିଆଁ?

ବଲାଙ୍ଗୀର,୧୩।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଅଭାବନୀୟ ଘଟଣା । ଜଣେ ଓକିଲ ତାଙ୍କ ବୁଲେଟ୍ ରଖି ରେକର୍ଡ ରୁମକୁ ଯାଇଥିବା ବେଳେ ହଠାତ୍…

ମହିଳାଙ୍କୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଅପେକ୍ଷାର ଅନ୍ତ ହେବାକୁ…

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାର ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ…

ଅପମାନିତ ପରେ ମନ ବୁଝିଲାନି, ପୁଣି ଥରେ ଆମେରିକା-ଇରାନ ମଧ୍ୟରେ ଆଲୋଚନା ପାଇଁ ପାକିସ୍ତାନ…

ଇସଲାମାବାଦ,୧୩ା୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ, ପାକିସ୍ତାନ ଦୁଇ ଦେଶକୁ ଆଲୋଚନା ଟେବୁଲକୁ ଫେରାଇ ଆଣିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri