ହାତୀ ଉପଦ୍ରବରୁ ବଢୁଛି କ୍ଷୟକ୍ଷତି

ଚମ୍ପୁଆ,୨୩ା୧(ଡି.ଏନ.ଏ)- ଚମ୍ପୁଆ ରେଞ୍ଜ ଅଧୀନରେ ରହିଥିବା ବାଲିବନ୍ଧ, ବାମେବାରି, ଚମ୍ପୁଆ, ଉଖୁଣ୍ଡା ଓ ଯୋଡା ଅଞ୍ଚଳରେ ବର୍ଷ ସାରା ହାତୀ ଉପଦ୍ରବ ଲାଗି ରହିଥିବା ବେଳେ ବନ ବିଭାଗ କେବଳ ସରକାରୀ ସହାୟତା ପ୍ରଦାନ କରି ନିଜ କର୍ତ୍ତବ୍ୟ ସମ୍ପାଦନ କରୁଥିବା ଦେଖିବାକୁ ମିଳିଛି। ହାତୀପଲ ମାସ ମାସ ଧରି ଚମ୍ପୁଆ ରେଞ୍ଜ ତଥା ସେକ୍ସନରୁ ଯାଉ ନ ଥିବା ବେଳେ ବନ ବିଭାଗର ହାତୀ ଘଉଡାଇବା କୌଶଳ ଏକ ପ୍ରକାର ବିଫଳ ହେଉଥିବା ଦେଖିବାକୁ ମିଳିଛି। ଫଳରେ ଚାଷ ଓ ଘରଦ୍ୱାର ପ୍ରଭୂତ କ୍ଷତି ହେଉଥିବା ଦେଖାଦେଇଛି। ବର୍ଷସାରା ଏହି ହାତୀ ଉପଦ୍ରବ ଲାଗି ରହିଥିବା ବେଳେ ବନ ବିଭାଗର ନୀରବପଣିଆ ସାଧାରଣରେ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଶିମିଳିପାଳ ଅଞ୍ଚଳରୁ ଏହି ହାତୀ ପଲ ଚମ୍ପୁଆ ରେଞ୍ଜରେ ପ୍ରବେଶ କରି ଝାଡଖଣ୍ଡ ଚାଲିଯାଉଥିବା ବେଳେ ବାଟରେ ପଡୁଥିବା ବିଭିନ୍ନ ଶସ୍ୟ କ୍ଷେତ୍ର ନଷ୍ଟ କରିବା ସହିତ ଘରଦ୍ୱାର ଗୁଡିକୁ ଭାଙ୍ଗି ଦେଉଥିବା ଦେଖାଦେଇଛି। ସୂଚନା ଅନୁସାରେ ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ୨୦୧୯ ମସିହାରୁ ଆଜି ପର୍ଯ୍ୟନ୍ତ ଏହି ହାତୀପଲ ୬୦୭ ଜଣ ଲୋକଙ୍କର ୧୪୭ ଏକର ଜମିରେ ଚାଷ ନଷ୍ଟ କରିଥିବା ବେଳ ୯୯ଟି ଘର ଭାଙ୍ଗି ଦେଇଛନ୍ତି। ଏଥି ପଧ୍ୟରୁ ୨୪୭ ଜଣଙ୍କ ଚାଷ ଜମି କ୍ଷତି ବାବଦକୁ ଅର୍ଥ ପ୍ରଦାନ କରାଯାଇଥିବା ବେଳେ ଘର ଭଙ୍ଗା ବାବଦକୁ ୭୭ ଜଣଙ୍କୁ ବର୍ତ୍ତମାନ ସୁଦ୍ଧା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ବିଭାଗ ତରଫରୁ ମିଳୁଥିବା ସହାୟତା ସମୁଦ୍ରକୁ ଶଙ୍ଖେ ଭଳି ରହୁଥିବା ବେଳେ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ଘର ବାବଦକୁ ୧୦ ହଜାର ଟଙ୍କା ଓ ସାମାନ୍ୟ ଭାଙ୍ଗି ଯାଇଥିବା ଘର ବାବଦକୁ ୨ ହଜାର ଟଙ୍କା ସହାୟତା ରାଶି ସରକାରଙ୍କ ତରଫରୁ ବ୍ୟବସ୍ଥା ରହିଛି। ମାତ୍ର ଏହି ବଣୁଆ ହାତୀ ଦ୍ୱାରା ହେଉଥିବା କ୍ଷୟକ୍ଷତି ଜଣେ ନ ଦେଖିଲେ କେବେ ବିଶ୍ୱାସ କରି ପାରିବେ ନାହିଁ ବୋଲି ଜଣାଯାଇଛି। ହାତୀମାନଙ୍କ ଦ୍ୱାରା ହେଉଥିବା କ୍ଷୟକ୍ଷତି ତୁଳନାରେ ମିଳୁଥିବା ସହାୟତା ରାଶି ଯଥେଷ୍ଟ ହେଉ ନ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବିଶେଷ ଭାବରେ ହାତୀଗୁଡିକ ରଜିଆ, ପତଳା, କଇଁତା ଆଦି ଅଞ୍ଚଳରେ ଦୀର୍ଘ ଦିନ ଧରି ରହି ଯାଉଛନ୍ତି। ବନ ବିଭାଗ କେବଳ ହାତୀ ଘଉଡାଇବା ନାଁରେ ତାଙ୍କୁ କେବଳ ଜଗି ରହୁଥିବା ବେଳେ ସ୍କ୍ବାଡଙ୍କୁ ଚକମା ଦେଖାଇ ପ୍ରାୟତଃ ଭୋର ସମୟରେ ଘରଦ୍ୱାର ଭାଙ୍ଗୁଥିବା ନଜିର ରହିଛି। ଚମ୍ପୁଆ ରେଞ୍ଜରେ ବାମେବାରୀ, ଚମ୍ପୁଆ, ଉଖୁଣ୍ଡା ସେକ୍ସନରେ ଏହି ହାତୀ ପଲ ଦୀର୍ଘ ଦିନ ଧରି ଅବସ୍ଥାନ କରୁଥିବାର ଦେଖାଦେଇଛି। ୨୦୧୯ ବର୍ଷରୁ ବର୍ତ୍ତମାନ ସୁଦ୍ଧା ୨୪୬ ଜଣଙ୍କୁ ଚାଷ କ୍ଷୟକ୍ଷତି ବାବଦକୁ ଆର୍ଥତ୍କ ସହାୟତା ପ୍ରଦାନ କରାଯାଇଥିବା ବେଳେ ଘର ଭଙ୍ଗା ବାବଦକୁ ୮୭ ଜଣଙ୍କୁ ଆର୍ଥତ୍କ ସହାୟତା ପ୍ରଦାନ କରାଯାଇଛି। ଦିନକୁ ଦିନ ଏହି ହାତୀ ସମସ୍ୟା ବଢିବାରେ ଲଗିଥିବାରୁ ଅନେକ ସମୟରେ ଏହି ହାତୀପଲ ସହର ଅଭିମୁଖୀ ହେଉଥିବା ଦେଖାଦେଇଛି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଆ ନ ଗଲେ ଆଗାମୀ ଦିନରେ ଚାଷୀର ଚାଷ ଉଜୁଡି ଯିବାର ସମ୍ଭାବନା ରହିଛି। ତେଣୁ ତୁରନ୍ତ ଏଥିପ୍ରତି ପଦକ୍ଷେପ ନେବା ପାଇଁ କ୍ଷୟକ୍ଷତି ଅଞ୍ଚଳ ଗୁଡିକର ଆଦିବାସୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri