ହାଇକୋର୍ଟଙ୍କ ନିର୍ଦ୍ଦେଶ: ଖାଦ୍ୟ ସୁରକ୍ଷା ଆଇନ ଉପରେ ହେବ ସୋସିଆଲ ଅଡିଟ୍‌

କଟକ ଅଫିସ,୨୫ା୧୨: ରାଜ୍ୟରେ ଖାଦ୍ୟ ସୁରକ୍ଷା ଆଇନର ବାସ୍ତବ କାର୍ଯ୍ୟକାରିତା ସଂକ୍ରାନ୍ତରେ ସୋସିଆଲ ଅଡିଟ୍‌ କରାଯିବ। ଏହି ଅଡିଟ୍‌ ଦ୍ୱାରା ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀମାନେ ସଚେତନ ହେବା ସହିତ ଲୋକେ ସେମାନଙ୍କ ଅଧିକାର ସମ୍ପର୍କରେ ମଧ୍ୟ ଅବଗତ ହେବେ। ବିଶେଷକରି କୁପୋଷଣ (ଅପପୁଷ୍ଟି) ରୋକିବା ପାଇଁ ସରକାର ପ୍ରଣୟନ କରିଥିବା ବିଭିନ୍ନ ଯୋଜନାର ଠିକ୍‌ କାର୍ଯ୍ୟକାରିତା ବାବଦରେ ମଧ୍ୟ ଏହି ଅଡିଟ୍‌ରୁ ସବିଶେଷ ସୂଚନା ମିଳିପାରିବ। ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ଅଡିଟ୍‌ର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ କରାଯିବ। ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅପପୁଷ୍ଟି ରୋକିବା ପାଇଁ ସରକାରଙ୍କ ବହୁବିଧ ଯୋଜନା ସତ୍ତ୍ବେ ମାଲକାନଗିରି ଜିଲାରେ ବହୁ ସଂଖ୍ୟକ ଶିଶୁ ପୁଷ୍ଟିହୀନତାର ଶିକାର ହେଉଛନ୍ତି। ଏହି ରୋଗରେ ପୀଡ଼ିତ ହୋଇ ଅନେକ ଶିଶୁଙ୍କ ମୃତ୍ୟୁ ଘଟିଛି। ୨୦୦୭-୦୮ରୁ ୨୦୧୧-୧୨ ମଧ୍ୟରେ ଏହି ଜିଲାରେ ୫ହଜାରରୁ ଊର୍ଦ୍ଧ୍ୱ ଶିଶୁ କୁପୋଷଣର ଶିକାର ହୋଇଥିଲେ। ଏହାକୁ ନେଇ ଆଡଭୋକେଟ ପ୍ରବୀର ଦାସ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ଏହା ପରେ ରାଜ୍ୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ସମାନ ଧରଣର ଆଉ ଏକ ମାମଲା ହାଇକୋର୍ଟରେ ରୁଜୁ ହୋଇଥିଲା। ମଙ୍ଗଳବାର ଉକ୍ତ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେ.ଏସ୍‌. ଝାବେରୀ ଓ ବିଚାରପତି ଜଷ୍ଟିସ୍‌ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଖାଦ୍ୟ ସୁରକ୍ଷା ଆଇନର ଧାରା ୧୫ ଅନୁଯାୟୀ ପ୍ରତ୍ୟେକ ଜିଲାରେ ଆପତ୍ତି ଅଭିଯୋଗ ଶୁଣିବା ପାଇଁ ଜଣେ ସ୍ବତନ୍ତ୍ର ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ। ଏହି ଅଧିକାରୀମାନେ ଲୋକଙ୍କୁ ସେମାନଙ୍କ ଅଧିକାର ଓ ଆଇନ ସମ୍ପର୍କରେ ସଚେତନ କରାଇବେ। ଅଧିକାରୀ ନିଯୁକ୍ତ ପାଇଁ ସରକାର ଆସନ୍ତା ଜାନୁୟାରୀ ୩୧ ତାରିଖ ସୁଦ୍ଧା ନିୟମାବଳୀ ପ୍ରସ୍ତୁତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଉକ୍ତ ଆଇନର ଧାରା ୨୮ ଅନୁଯାୟୀ ସୋସିଆଲ ଅଡିଟ୍‌ କରାଯିବ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଫେବୃୟାରୀ ୩ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri