ହସ ଆଣିଦେଲା ସୋସିଆଲ ମିଡିଆ

ଇରୋଡ୍‌(ତାମିଲନାଡ଼ୁ): ସମ୍ପ୍ରତି ଅନେକ ଯୁବଗୋଷ୍ଠୀ ସୋସିଆଲ ମିଡିଆର ଦୁରୁପଯୋଗ କରୁଥିବା ନଜରକୁ ଆସୁଛି। ଏହା ସମାଜ ଉପରେ ଖରାପ ପ୍ରଭାବ ପକାଉଛି। ଯଦି ମହତ୍‌ ଉଦ୍ଦେଶ୍ୟରେ ଏହାର ବ୍ୟବହାର କରାଯାଏ, ଲାଭଦାୟକ ହୋଇଥାଏ। ଲକ୍‌ଡାଉନ୍‌ ବେଳେ ସୋସିଆଲ ପ୍ଲାଟ୍‌ଫର୍ମ ହିଁ ସାରା ଦୁନିଆକୁ ଯୋଡ଼ି ରଖିବାରେ ସାହାଯ୍ୟ କରିଛି। ଏହା ମାଧ୍ୟମରେ ଅନେକ ଅସହାୟ ଏବଂ ଅସୁବିଧାରେ ଥିବା ଲୋକ ସାହାଯ୍ୟ ମଧ୍ୟ ପାଉଛନ୍ତି। ଠିକ୍‌ ସେହିଭଳି ଟୁଇଟରର ଉପଯୋଗ କରି ତାମିଲନାଡ଼ୁର ଜଣେ ଚାଷୀ ନିଜର ହାଡ଼ଭଙ୍ଗା ପରିଶ୍ରମ ଏବଂ ଟନ୍‌ ଟନ୍‌ ବନ୍ଧାକୋବି ନଷ୍ଟହେବାରୁ ରକ୍ଷା କରିପାରିଛନ୍ତି।
ତାମିଲନାଡ଼ୁର ଇରୋଡ୍‌ ଜିଲା ଅନ୍ତର୍ଗତ ଆରଚାଲୁର୍‌ସ୍ଥିତ କନ୍ନାଇୟାନ୍‌ ସୁବ୍ରମଣ୍ୟନ୍‌ ନିଜ ଜମିରେ ପ୍ରାୟ ୯୫ ଟନ୍‌ କୋବିଚାଷ କରିଥିଲେ। ତେବେ ଲକ୍‌ଡାଉନ୍‌ ଯୋଗୁ କୋବି ବିକ୍ରି ହେବା କଷ୍ଟକର ହୋଇପଡ଼ିଥିଲା। ଚାଷରେ ଲଗାଇଥିବା ୪ଲକ୍ଷ ଟଙ୍କା ନଷ୍ଟ ହୋଇଯିବ ଭାବି ସେ ମୁଣ୍ଡରେ ହାତ ଦେଇ ବସିଥିଲେ। ଏହି ସମୟରେ ସେ ନିଜ ପରିଶ୍ରମ ଏବଂ ଫସଲକୁ ରକ୍ଷାକରିବା ସହ ଖାଇବାକୁ ପାଉ ନ ଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସବୁଠାରୁ ସରଳ ଏବଂ ଉତ୍ତମ ମାଧ୍ୟମ ଆପଣାଇଥିଲେ। ଏ ନେଇ ସେ ଟୁଇଟ୍‌ କରିବା ସହ ଜମିରେ ହୋଇଥିବା ୯୫ ଟନ୍‌ ବନ୍ଧାକୋବି ଫସଲର ଏକ ଛୋଟ ଭିଡିଓ ପ୍ରସ୍ତୁତକରି ସେଥିରେ ଶେୟାର କରିଥିଲେ। ଆଉ ଏହି ସୋସିଆଲ ପ୍ଲାଟ୍‌ଫର୍ମ ତାଙ୍କୁ ନିରାଶ ମଧ୍ୟ କରି ନ ଥିଲା। ଏପ୍ରିଲ ୧୮ରେ ୧୫ ସେକେଣ୍ଡର ଭିଡିଓଟିକୁ ୩ଲକ୍ଷ ୪୦ହଜାର ଜଣ ଦେଖିଥିବା ବେଳେ ତାଙ୍କୁ ଗ୍ରାହକ ମିଳିବାରେ ମଧ୍ୟ ସହାୟକ ହୋଇଥିଲା। ଭିଡିଓଟି ଭାଇରାଲ୍‌ ହେବା ଦେଖି ସେ ଉତ୍ସାହିତ ହୋଇପଡ଼ିଥିଲେ। ପୋଷ୍ଟଟିକୁ ବହୁ ସଂଖ୍ୟାରେ ରିଟୁଇଟ୍‌ ଏବଂ କମେଣ୍ଟସ୍‌ ମିଳିଥିବା ନେଇ ପୁଅ ଦେଖାଇଥିଲା। ଲକ୍‌ଡାଉନ୍‌ ସମୟରେ ଲୋକଙ୍କ ସାହାଯ୍ୟ କରିବାର ଆଗ୍ରହ ତାଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ୫୦ ବର୍ଷୀୟ ସୁବ୍ରମଣ୍ୟନ୍‌ କୁହନ୍ତି। ତାଙ୍କ ଟୁଇଟ୍‌ ପରେ ପ୍ରଥମ ଗ୍ରାହକଭାବେ ଚେନ୍ନାଇର ଏକ ଷ୍ଟାର୍ଟଅପ୍‌ ତଥା ସୋସିଆଲ ଏଣ୍ଟରପ୍ରାଇଜ୍‌ ୧ଟନ୍‌ରୁ ଊର୍ଦ୍ଧ୍ୱ ବନ୍ଧାକୋବି କେଜି ୫.୫ଟଙ୍କାରେ କିଣିନେଇଥିଲା। କିଛିଦିନ ପରେ ରାଜନୈତିକ ବ୍ୟକ୍ତିବିଶେଷ, ଏନ୍‌ଜିଓ, ସେବା ଅନୁଷ୍ଠାନ କୋବି କିଣି ନେଇ ଆବଶ୍ୟକ କରୁଥିବା ଲୋକଙ୍କୁ ସାହାଯ୍ୟ କରିଥିଲେ। ୨୮ ଏପ୍ରିଲ ସୁଦ୍ଧା ୪୨ ଟନ୍‌ କୋବି ବିକ୍ରିି କରିବାରେ ସଫଳ ହୋଇଥିବା ସେ କୁହନ୍ତି। ସୁବ୍ରମଣ୍ୟନ୍‌ ନିଜେ ନୀଳଗିରି ଏବଂ ଥାଲାବାଡ଼ିର ଆଦିବାସୀ ଲୋକଙ୍କୁ ୧୨ ଟନ୍‌ କୋବି ଦେଇଥିବା କହିଛନ୍ତି। ଟ୍ରେନ ଦ୍ୱାରା ୩ ଟନ୍‌ କୋବି ଇରୋଡ୍‌ରୁ ଚେନ୍ନାଇ ପଠାଇବାରେ ରୋଳବାଇ ସାହାଯ୍ୟ କରଥିବା ସେ କହିଛନ୍ତିି। ତେବେ କେବଳ ଲାଭ ପାଇବା ତାଙ୍କର ଲକ୍ଷ୍ୟ ନୁହେଁ। ଅନେକ ଲୋକ ଭୋକରେ ରହୁଥିବାବେଳେ ଏଠାରେ ପରିବା ନଷ୍ଟହେବା ସେ ଚାହୁଁନାହାନ୍ତି ବୋଲି ସୁବ୍ରମଣ୍ୟନ୍‌ କହିଛନ୍ତି। ତାଙ୍କର ଅଧିକାଂଶ କୋବି ବିକ୍ରି ହୋଇସାରିଥିବା ବେଳେ ସେ ଏବେ ଅନ୍ୟ ଚାଷୀଙ୍କ ଆଦାୟ ଫସଲ ବିକ୍ରିରେ ସାହାଯ୍ୟ କରିବାକୁ ଚେଷ୍ଠାରତ ଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?