ହସ ଆଣିଦେଲା ସୋସିଆଲ ମିଡିଆ

ଇରୋଡ୍‌(ତାମିଲନାଡ଼ୁ): ସମ୍ପ୍ରତି ଅନେକ ଯୁବଗୋଷ୍ଠୀ ସୋସିଆଲ ମିଡିଆର ଦୁରୁପଯୋଗ କରୁଥିବା ନଜରକୁ ଆସୁଛି। ଏହା ସମାଜ ଉପରେ ଖରାପ ପ୍ରଭାବ ପକାଉଛି। ଯଦି ମହତ୍‌ ଉଦ୍ଦେଶ୍ୟରେ ଏହାର ବ୍ୟବହାର କରାଯାଏ, ଲାଭଦାୟକ ହୋଇଥାଏ। ଲକ୍‌ଡାଉନ୍‌ ବେଳେ ସୋସିଆଲ ପ୍ଲାଟ୍‌ଫର୍ମ ହିଁ ସାରା ଦୁନିଆକୁ ଯୋଡ଼ି ରଖିବାରେ ସାହାଯ୍ୟ କରିଛି। ଏହା ମାଧ୍ୟମରେ ଅନେକ ଅସହାୟ ଏବଂ ଅସୁବିଧାରେ ଥିବା ଲୋକ ସାହାଯ୍ୟ ମଧ୍ୟ ପାଉଛନ୍ତି। ଠିକ୍‌ ସେହିଭଳି ଟୁଇଟରର ଉପଯୋଗ କରି ତାମିଲନାଡ଼ୁର ଜଣେ ଚାଷୀ ନିଜର ହାଡ଼ଭଙ୍ଗା ପରିଶ୍ରମ ଏବଂ ଟନ୍‌ ଟନ୍‌ ବନ୍ଧାକୋବି ନଷ୍ଟହେବାରୁ ରକ୍ଷା କରିପାରିଛନ୍ତି।
ତାମିଲନାଡ଼ୁର ଇରୋଡ୍‌ ଜିଲା ଅନ୍ତର୍ଗତ ଆରଚାଲୁର୍‌ସ୍ଥିତ କନ୍ନାଇୟାନ୍‌ ସୁବ୍ରମଣ୍ୟନ୍‌ ନିଜ ଜମିରେ ପ୍ରାୟ ୯୫ ଟନ୍‌ କୋବିଚାଷ କରିଥିଲେ। ତେବେ ଲକ୍‌ଡାଉନ୍‌ ଯୋଗୁ କୋବି ବିକ୍ରି ହେବା କଷ୍ଟକର ହୋଇପଡ଼ିଥିଲା। ଚାଷରେ ଲଗାଇଥିବା ୪ଲକ୍ଷ ଟଙ୍କା ନଷ୍ଟ ହୋଇଯିବ ଭାବି ସେ ମୁଣ୍ଡରେ ହାତ ଦେଇ ବସିଥିଲେ। ଏହି ସମୟରେ ସେ ନିଜ ପରିଶ୍ରମ ଏବଂ ଫସଲକୁ ରକ୍ଷାକରିବା ସହ ଖାଇବାକୁ ପାଉ ନ ଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସବୁଠାରୁ ସରଳ ଏବଂ ଉତ୍ତମ ମାଧ୍ୟମ ଆପଣାଇଥିଲେ। ଏ ନେଇ ସେ ଟୁଇଟ୍‌ କରିବା ସହ ଜମିରେ ହୋଇଥିବା ୯୫ ଟନ୍‌ ବନ୍ଧାକୋବି ଫସଲର ଏକ ଛୋଟ ଭିଡିଓ ପ୍ରସ୍ତୁତକରି ସେଥିରେ ଶେୟାର କରିଥିଲେ। ଆଉ ଏହି ସୋସିଆଲ ପ୍ଲାଟ୍‌ଫର୍ମ ତାଙ୍କୁ ନିରାଶ ମଧ୍ୟ କରି ନ ଥିଲା। ଏପ୍ରିଲ ୧୮ରେ ୧୫ ସେକେଣ୍ଡର ଭିଡିଓଟିକୁ ୩ଲକ୍ଷ ୪୦ହଜାର ଜଣ ଦେଖିଥିବା ବେଳେ ତାଙ୍କୁ ଗ୍ରାହକ ମିଳିବାରେ ମଧ୍ୟ ସହାୟକ ହୋଇଥିଲା। ଭିଡିଓଟି ଭାଇରାଲ୍‌ ହେବା ଦେଖି ସେ ଉତ୍ସାହିତ ହୋଇପଡ଼ିଥିଲେ। ପୋଷ୍ଟଟିକୁ ବହୁ ସଂଖ୍ୟାରେ ରିଟୁଇଟ୍‌ ଏବଂ କମେଣ୍ଟସ୍‌ ମିଳିଥିବା ନେଇ ପୁଅ ଦେଖାଇଥିଲା। ଲକ୍‌ଡାଉନ୍‌ ସମୟରେ ଲୋକଙ୍କ ସାହାଯ୍ୟ କରିବାର ଆଗ୍ରହ ତାଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ୫୦ ବର୍ଷୀୟ ସୁବ୍ରମଣ୍ୟନ୍‌ କୁହନ୍ତି। ତାଙ୍କ ଟୁଇଟ୍‌ ପରେ ପ୍ରଥମ ଗ୍ରାହକଭାବେ ଚେନ୍ନାଇର ଏକ ଷ୍ଟାର୍ଟଅପ୍‌ ତଥା ସୋସିଆଲ ଏଣ୍ଟରପ୍ରାଇଜ୍‌ ୧ଟନ୍‌ରୁ ଊର୍ଦ୍ଧ୍ୱ ବନ୍ଧାକୋବି କେଜି ୫.୫ଟଙ୍କାରେ କିଣିନେଇଥିଲା। କିଛିଦିନ ପରେ ରାଜନୈତିକ ବ୍ୟକ୍ତିବିଶେଷ, ଏନ୍‌ଜିଓ, ସେବା ଅନୁଷ୍ଠାନ କୋବି କିଣି ନେଇ ଆବଶ୍ୟକ କରୁଥିବା ଲୋକଙ୍କୁ ସାହାଯ୍ୟ କରିଥିଲେ। ୨୮ ଏପ୍ରିଲ ସୁଦ୍ଧା ୪୨ ଟନ୍‌ କୋବି ବିକ୍ରିି କରିବାରେ ସଫଳ ହୋଇଥିବା ସେ କୁହନ୍ତି। ସୁବ୍ରମଣ୍ୟନ୍‌ ନିଜେ ନୀଳଗିରି ଏବଂ ଥାଲାବାଡ଼ିର ଆଦିବାସୀ ଲୋକଙ୍କୁ ୧୨ ଟନ୍‌ କୋବି ଦେଇଥିବା କହିଛନ୍ତି। ଟ୍ରେନ ଦ୍ୱାରା ୩ ଟନ୍‌ କୋବି ଇରୋଡ୍‌ରୁ ଚେନ୍ନାଇ ପଠାଇବାରେ ରୋଳବାଇ ସାହାଯ୍ୟ କରଥିବା ସେ କହିଛନ୍ତିି। ତେବେ କେବଳ ଲାଭ ପାଇବା ତାଙ୍କର ଲକ୍ଷ୍ୟ ନୁହେଁ। ଅନେକ ଲୋକ ଭୋକରେ ରହୁଥିବାବେଳେ ଏଠାରେ ପରିବା ନଷ୍ଟହେବା ସେ ଚାହୁଁନାହାନ୍ତି ବୋଲି ସୁବ୍ରମଣ୍ୟନ୍‌ କହିଛନ୍ତି। ତାଙ୍କର ଅଧିକାଂଶ କୋବି ବିକ୍ରି ହୋଇସାରିଥିବା ବେଳେ ସେ ଏବେ ଅନ୍ୟ ଚାଷୀଙ୍କ ଆଦାୟ ଫସଲ ବିକ୍ରିରେ ସାହାଯ୍ୟ କରିବାକୁ ଚେଷ୍ଠାରତ ଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri