ହଣ୍ଡପା ସ୍ବାସ୍ଥ୍ୟକେନ୍ଦ୍ରରେ ଖାଲି ପଡ଼ିଛି ଡାକ୍ତର ପଦବୀ : ୨୦ ହଜାର ଲୋକ ହନ୍ତସନ୍ତ

ବଇଣ୍ଡା,୬ା୫(ଡି.ଏନ୍‌.ଏ)-କିଶୋରନଗର ବ୍ଲକ ହଣ୍ଡପା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘକିଛି ମାସ ହେବ ଡାକ୍ତରୀ ପଦବୀ ଖାଲିପଡ଼ିଛି। ଫଳରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ତୁରନ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତରଙ୍କୁ ନିଯୁକ୍ତି କରିବା ପାଇଁ ବୁଧବାର ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ଏକ ଦାବିପତ୍ର ଡାକ ଯୋଗେ ଅନୁଗୋଳ ଜିଲାପାଳ, ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି।
ଗ୍ରାମବାସୀ କହିଛନ୍ତି, ଆଠମଲ୍ଲିକ ଉପଖଣ୍ଡର ବହୁ ପୁରାତନ ସ୍ବାସ୍ଥ୍ୟକେନ୍ଦ୍ର ହଣ୍ଡପା ହୋଇଥିବାବେଳେ ଦୀର୍ଘ କିଛିବର୍ଷ ହେଲା ସମସ୍ୟା ଦେଇ ଗତି କରୁଛି। ଗତ କିଛିମାସ ହେବ ଡାକ୍ତରୀ ପଦବୀ ଖାଲି ପଡ଼ିଥିଲେ ମଧ୍ୟ ନିଯୁକ୍ତି କରାଯାଉ ନାହିଁ। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ହଣ୍ଡପା, ବିଲେଇନାଳୀ, କଟରଙ୍ଗା, ନାକିଚି, କଣ୍ଟେଇକୁଳିଆ ଆଦି ପଞ୍ଚାୟତର ୨୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଚିକିତ୍ସା ପାଇଁ ନିର୍ଭର କରୁଛନ୍ତି। ହେଲେ ଡାକ୍ତର ନ ଥିବା ଯୋଗୁ ସାମାନ୍ୟ ଜ୍ୱର ହେଲେ ଘରୋଇ କ୍ଲିନିକ ନ ଚେତ ୩୦ କିମି ଦୂର କିଶୋରନଗର, ୫୦ କିମି ଦୂର ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରୁଛନ୍ତି। ହଣ୍ଡପାରେ ମୃତଦେହ ବ୍ୟବଚ୍ଛେଦ ଗୃହ ଥିବାବେଳେ ଡାକ୍ତର ନ ଥିବା ଯୋଗୁ ବ୍ୟବଚ୍ଛେଦ କରିବାରେ ବିଳମ୍ବ ହେଉଛି। ସେହିପରି ୫୫ ନଂ. ଜାତୀୟ ରାଜପଥ ରାସ୍ତା କଡ଼ରେ ଏହି ସ୍ବାସ୍ଥ୍ୟକେନ୍ଦ୍ର ଥିବାରୁ ଦୁର୍ଘଟଣାଗ୍ରସ୍ତ ଗୁରୁତର ବ୍ୟକ୍ତିମାନେ ଚିକିତ୍ସା ନ ପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ଡାକ୍ତର ନିଯୁକ୍ତି କରିବା ପାଇଁ ଗ୍ରାମର ଗୌରାଙ୍ଗ ପ୍ରଧାନ, କଷ୍ଟୁ ପ୍ରଧାନ, ବିଶ୍ୱଜିତ୍‌ ପ୍ରଧାନ, ଗୁଲୁ ଦେହୁରି, ରମେଶ ଦେହୁରି, ଗୋପାଳ ସାହୁ, ଅଜିତ ପ୍ରଧାନ, ସରୋଜ ମିଶ୍ର, ଅରକ୍ଷିତ ମିଶ୍ର ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ

ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...

ଅଭାବନୀୟ ଘଟଣା, ଶାଗ-ଚିକେନ ଖାଇ ଚାଲିଗଲା ୩ ଜଣଙ୍କ ଜୀବନ

ଅନୁଗୋଳ,୨୨ା୧୨: ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ଓଡ଼ିଶାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ମା’ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ବୋହୂ, ୮ ମାସ ତଳେ…

ଅନୁଗୋଳ,୧୮ା୧୨(ଜ୍ୟୋତିରଞ୍ଜନ ସାହୁ): ମାତ୍ର ୮ ମାସ ତଳେ ଘରକୁ ଆସିଥିବା ବୋହୂ ନେଇଛନ୍ତି ଶାଶୁଙ୍କ ଜୀବନ। ପାରିବାରିକ କଳହରୁ ମା’ ସହ ମିଶି ଶାଶୁ କୁନି...

ପୋକୁଣ୍ଡା ସେକ୍ସନରେ ଦନ୍ତା ହାତୀର ମୃତ୍ୟୁ, ତଦନ୍ତ କରୁଛି ବନବିଭାଗ

ଅନୁଗୋଳ ୧୫୲୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶି ଠାରେ ସୋମବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ମିଳିଛି...

ସକାଳୁ ସକାଳୁ ବାଜିଲା ଗୁଳି….

ଅନୁଗୋଳ,୧୨।୧୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ଗୁରୁତର ବ୍ୟକ୍ତଙ୍କୁ କଟକ ସ୍ଥାନାନ୍ତର...

ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…

ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri