Posted inଜାତୀୟ

ହଟ୍ଟଗୋଳ ମଧ୍ୟରେ ଓ୍ବକ୍‌ଫ ବିଲ୍‌ର ଜେପିସି ରିପୋର୍ଟ ଉପସ୍ଥାପିତ: ଲୋକ ସଭା ମାର୍ଚ୍ଚ ୧୦ ଯାଏ ମୁଲତବୀ

ନୂଆଦିଲ୍ଲୀ,୧୩।୨:ଓ୍ବକ୍‌ଫ ବିଲ୍‌ ସମ୍ପର୍କିତ ଯୁଗ୍ମ ସଂସଦୀୟ କମିଟି (ଜେପିସି) ରିପୋର୍ଟ ଗୁରୁବାର ପାର୍ଲାମେଣ୍ଟର ଉଭୟ ଗୃହରେ ଉପସ୍ଥାପନ କରାଯାଇଥିବାବେଳେ ଏହାକୁ ନେଇ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଥିଲେ। ରିପୋର୍ଟରୁ ଅସହମତ ନୋଟ୍‌ଗୁଡ଼ିକୁ ହଟାଇ ଦିଆଯାଇଥିବା ଅଭିଯୋଗ ଆଣି ବିରୋଧୀ ସଦସ୍ୟମାନେ ପ୍ରତିବାଦ କରିଥିଲେ। ତେବେ ସେଗୁଡ଼ିକୁ ସାମିଲ କରିବାରେ ସରକାରଙ୍କର କୌଣସି ଆପତ୍ତି ନ ଥିଲା ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା କହିଛନ୍ତି।
ଜେପିସି ଅଧ୍ୟକ୍ଷ ତଥା ଭାଜପା ଏମ୍‌ପି ଜଗଦମ୍ବିକା ପାଲ୍‌ ଲୋକ ସଭାରେ ଓ୍ବକ୍‌ଫ (ସଂଶୋଧନ) ବିଲ୍‌ ଉପରେ ରିପୋର୍ଟ ଉପସ୍ଥାପନ କରିଥିଲେ। ଏହାକୁ ବିରୋଧ କରି ବିପକ୍ଷ ଦଳର ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିଥିବାବେଳେ ଗୁରୁବାର ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକାଳ ଶେଷ ହୋଇଛି। ଲୋକ ସଭାକୁ ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।
ରାଜ୍ୟ ସଭାରେ ମଧ୍ୟ ଜେପିସି ରିପୋର୍ଟକୁ ନେଇ ଅନୁରୂପ ସ୍ଥିତି ଉପୁଜିଥିଲା। ଏହାକୁ ପ୍ରତ୍ୟାହାର କରିନେବା ପାଇଁ ବିରୋଧୀ ସଦସ୍ୟମାନେ ଦାବି କରିଥିଲେ। ଏହାକୁ ନେଇ ସରକାରୀ ଓ ବିରୋଧୀ ସଦସ୍ୟ ମୁହଁାମୁହିଁ ହେବାରୁ କିଛି ସମୟ ପାଇଁ ଗୃହକୁ ମୁଲତବୀ ରଖାଯାଇଥିଲା। ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କ ନେତୃତ୍ୱରେ ବିରୋଧୀ ଏମ୍‌ପିମାନେ ରିପୋର୍ଟରୁ ଅସହମତି ନୋଟ୍‌ଗୁଡ଼ିକୁ ବାଦ୍‌ ଦିଆଯାଇଥିବା ଅଭିଯୋଗ ଆଣିଥିଲେ, ଯାହାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ ଖଣ୍ଡନ କରିଥିଲେ। ବିରୋଧୀ ସଦସ୍ୟମାନେ ସେମାନଙ୍କ ଆସନରେ ଛିଡ଼ା ହୋଇ ଏବଂ ଗୃହର ମଧ୍ୟଭାଗକୁ ଯାଇ ରିପୋର୍ଟ ପ୍ରତ୍ୟାହାର ପାଇଁ ଦାବି ଜୋର୍‌ଦାର କରିବାରୁ ଗମ୍ଭୀର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧ୍ୟକ୍ଷ ଜଗଦୀପ୍‌ ଧନ୍‌କର ଚେତାବନୀ ଦେଇଥିଲେ। ରାଷ୍ଟ୍ରପତିଙ୍କ ବାର୍ତ୍ତା ପାଠ କରାଯାଉଥିବାବେଳେ ବିଶୃଙ୍ଖଳାକୁ ନେଇ ଗୃହର ନେତା ଜେ.ପି. ନଡ୍ଡା ଦୁଃଖ ପ୍ରକାଶ କରିଥିଲେ। ଓ୍ବକ୍‌ଫ ଜେପିସି କମିଟି ରିପୋର୍ଟରେ ସଂଖ୍ୟାଗରିଷ୍ଠ ସଦସ୍ୟମାନଙ୍କ ମତାମତକୁ ରଖାଯାଇ ବିରୋଧୀଙ୍କ ମତାମତକୁ ବାଦ୍‌ ଦିଆଯାଇଛି। ଏହା ନିନ୍ଦନୀୟ ଏବଂ ଗଣତନ୍ତ୍ର ବିରୋଧୀ ବୋଲି ଖାର୍ଗେ କହିଥିଲେ। ଏଭଳି ଜାଲ୍‌ ରିପୋର୍ଟକୁ ପ୍ରତ୍ୟାହାର କରିନିଆଯାଇ ପୁଣିଥରେ କମିଟିକୁ ପଠାଯାଉ ବୋଲି ସେ ଆହ୍ବାନ ଦେଇଥିଲେ। ଡିସେଣ୍ଟ ନୋଟ୍‌କୁ ବାଦ୍‌ ଦିଆଯିବା ଘଟଣାକୁ ଡିଏମ୍‌କେର ତିରୁଚି ଶିବ ଏବଂ ଆପ୍‌ ଏମ୍‌ପି ସଞ୍ଜୟ ସିଂ ବିରୋଧ କରିଥିଲେ। ଅସହମତ ନୋଟ୍‌ଗୁଡ଼ିକ ଅନୁପଯୁକ୍ତ ଏବଂ ଅଣସଂସଦୀୟ ହୋଇଥିଲେ ତାହାକୁ ହଟାଇବା କ୍ଷମତା ଜେପିସି ଅଧ୍ୟକ୍ଷଙ୍କର ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଥିଲେ। ବିରୋଧୀ ସଦସ୍ୟମାନେ ଭୁଲ୍‌ ଅଭିଯୋଗ ଆଣି ଗୃହକୁ ବିଭ୍ରାନ୍ତ କରୁଥିବା କେନ୍ଦ୍ରମନ୍ତ୍ରୀ ଯାଦବ ଏବଂ ନିର୍ମଳା ସୀତାରାମନ୍‌ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ: ୬୦୦ କୋଟି ଟଙ୍କା ବ୍ୟୟରେ ଉଠିବ ୧୦ ମହଲା ବିଶିଷ୍ଟ କୋଠା

ଭୁବନେଶ୍ୱର, ୭।୭: ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂଆ ରାଜସ୍ୱ ଭବନ ନିର୍ମାଣ…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷକ ଅଟକ

ଭଣ୍ଡାରିପୋଖରୀ,୭।୭: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାଲିପୋଖରୀ ପଞ୍ଚାୟତ ଶୁକଦେବ ଜେନା ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ…

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri