Posted inଜାତୀୟ

ହଟିବ ୮୭ ବର୍ଷ ପୁରାତନ ରଣବୀର ଦଣ୍ଡ ସଂହିତା: ଆରମ୍ଭ ହେବ ଭାରତୀୟ ଦଣ୍ଡ ସଂହିତା

ନୂଆଦିଲ୍ଲୀ,୫।୮: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଇ ନିଆଯାଇଛି। ଫଳରେ ଏଠାରେ ୧୯୩୨ଠାରୁ ପ୍ରଚଳିତ ଥିବା ୮୭ ବର୍ଷ ପୁରାତନ ରଣବୀର ଦଣ୍ଡ ସଂହିତା(ଆର୍‌ପିସି) ବଦଳରେ ଏବେ ଭାରତୀୟ ଦଣ୍ଡ ସଂହିତା(ଆଇପିସି)ର ପ୍ରଚଳନ ହେବ। ରଣବୀର ଦଣ୍ଡ ସଂହିତା ରାଜା ରଣବୀର ସିଂଙ୍କ ଦ୍ୱାରା ପ୍ରଚଳନ କରାଯାଇଥିଲା। ତାଙ୍କ ପରେ ବ୍ରିଟିଶ୍‌ ସମୟରେ ମଧ୍ୟ ଏହି ଦଣ୍ଡ ସଂହିତା ରାଜ୍ୟରେ ଜାରି ରହିଥିଲା। ଭାରତୀୟ ଦଣ୍ଡ ସଂହିତା ଏବଂ ରଣବୀର ଦଣ୍ଡ ସଂହିତା ମଧ୍ୟରେ କେତେକ ଭିନ୍ନତା ରହିଛି। ଭାରତୀୟ ଦଣ୍ଡ ସଂହିତା ଧାରା ୧୫୩-ସି-ଏ-ଏ ଅନ୍ତର୍ଗତ ସର୍ବ ସାଧାରଣ ସ୍ଥଳକୁ ଅସ୍ତ୍ରଶସ୍ତ୍ର ଧରି ଯିବାର ଅପରାଧ। ମାତ୍ର ରଣବୀର ଦଣ୍ଡ ସଂହିତାରେ ଏନେଇ କୌଣସି ଉଲ୍ଲେଖ ହୋଇ ନାହିଁ। ସେହିପରି ଭାରତୀୟ ଦଣ୍ଡ ସଂହିତା ଧାରା ୧୯୫-ଏ ଅନର୍ଗତ ମିଛ ସାକ୍ଷ୍ୟ ଦେବା ଅପରାଧ ତେବେ ରଣବୀର ଦଣ୍ଡ ସଂହିତାରେ ଏନେଇ କୌଣସି ଦଣ୍ଡାଦେଶ ନାହିଁ। ଭାରତୀୟ ଦଣ୍ଡ ସଂହିତା ଧାରା ୨୮୧ ଅନ୍ତର୍ଗତ ମିଥ୍ୟାର ଆଶ୍ରୟ ନେବା ଅଥବା ଅନ୍ୟ କାହାକୁ ସତ୍ୟଠାରୁ ଦୂରେଇ ରଖିବା ଦୋଷାବହ। ମାତ୍ର ରଣବୀର ଦଣ୍ଡ ସଂହିତାରେ ଏହାର ଉଲ୍ଲେଖ ନାହିଁ। ଆଇପିସି ଧାରା ୩୦୪-ବି ଅନ୍ତର୍ଗତ ଯୌତୁକ ନିର୍ଯାତନା ମୃତ୍ୟୁ ଅପରାଧ। ମାତ୍ର ଆର୍‌ପିସି ଏହାର ଉଲ୍ଲେଖ ନାହିଁ। ସେହିପରି ଆଇପିସି ଧାରା ୧୯୦ ଅନ୍ତର୍ଗତ ସରକାରଙ୍କ ଦ୍ୱାରା ନିଷିଦ୍ଧ ହୋଇଥିବା ସାମଗ୍ରୀ ବଣ୍ଟନ ଦୋଷାବହ ତେବେ ଆର୍‌ପିସିରେ ଏହାର ଉଲ୍ଲେଖ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

‘କାଲି ତ ମୁଁ ମ୍ୟାଚ୍ ଖେଳିଥାଆନ୍ତି…’, ନିଜ ମୃତ୍ୟୁ ଖବର ଦେଖି ହସିଲେ କ୍ରିକେଟର, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ,୩୦।୯: ପାକିସ୍ତାନୀ କ୍ରିକେଟର ଆଜମ ଖାନଙ୍କ ମୃତ୍ୟୁ ଖବର ଦେଖି ନିଜେ ହିଁ ହସିଲେ ଆଜମ । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି,…

ମୋଦି କ୍ୟାବିନେଟରେ ବଡ଼ ନିଷ୍ପତ୍ତି, କୃଷକଙ୍କ ପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୦।୯: ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଏବଂ ଅର୍ଥନୈତିକ ବ୍ୟାପାର ସମ୍ୱନ୍ଧୀୟ କ୍ୟାବିନେଟ କମିଟି (CCEA)ରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ‘ପିଏମ…

ଘଣ୍ଟାରେ ୧୦ଟା ବାଜିବା କ୍ଷଣି ମନେ ପଡ଼ିବେ ଭଗବାନ, ସ୍ମୃତି ଅନୁଭୂତି ବଖାଣି ବିଦ୍ୟାଳୟ କର୍ମଚାରୀ କହିଲେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭଗବାନ ମହାନ୍ତ ବୁଧବାର ସରକାରୀ ଚାକିରିରୁ ଅବସର ଗ୍ରହଣ…

ମଝି ଆକାଶରେ ଝଗଡ଼ା ଲାଗିଲେ ୨ ପାଇଲଟ୍‌, ବିମାନ ଜରୁରୀ ଅବତରଣ କରିବା ପରେ…

ଦୁବାଇ,୩୦ା୯: ବୁଧବାର ଦୁବାଇରୁ ତେଲ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇ ବିମାନ ଏଫ୍‌ ଜେଡ୍‌ ୧୦୭୩କୁ ସାଉଦି ଆରବର ତାବୁକ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଛି। ବିମାନଟି ଜରୁରୀକାଳିନ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ, ସ୍ତ୍ରୀ ବିଦ୍ୟାଭାରତୀଙ୍କର…

ଗଜପତି,୩୦ା୯(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଏସ୍‌ଡିଜେଏମ୍‌ ପାରଳାଖେମୁଣ୍ଡିଙ୍କ ଅଦାଲତରୁ…

ପଛରେ ପଡ଼ିଗଲେ କୋହଲି: ଗିଲ୍‌ ଦେଉଛନ୍ତି ଜୋରଦାର ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୩୦।୯: ଆଇସିସିର ସଦ୍ୟତମ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ଭାରତୀୟ ଦଳର ଦୁଇ ଷ୍ଟାର୍‌ ବ୍ୟାଟରଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଛି। ଶୁବମନ ଗିଲ ନମ୍ବର-୧ ସ୍ଥାନ…

ଦିନେ କରୁଥିଲେ ନକଲ, ଏବେ ଟିମ୍‌ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୩୦।୯: କୁହାଯାଏ, ନକଲ ପାଇଁ ମଧ୍ୟ ଅକଲ ଦରକାର। ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଡେଲ ଷ୍ଟେନଙ୍କ ଆଦର୍ଶ ମାନି ତାଙ୍କ ବୋଲିଂ ଆକ୍ସନ ଓ…

ଟିମ ମାହୋଲରେ ଖୁସିନାହାନ୍ତି ବିରାଟ କୋହଲି: ଚାଞ୍ଚଲ୍ୟକର ବୟାନ ଦେଲେ କ୍ରିକେଟ୍‌ କିମ୍ବଦନ୍ତୀ

ନୂଆଦିଲ୍ଲୀ,୩୦।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରେ ବ୍ୟସ୍ତ ଅଛନ୍ତି ବିରାଟ କୋହଲି। ଏହି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବିରାଟଙ୍କ ଟେଷ୍ଟ କ୍ରିକେଟରୁ ଅବସରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?