Posted inଜାତୀୟ

ହଟିବ ୮୭ ବର୍ଷ ପୁରାତନ ରଣବୀର ଦଣ୍ଡ ସଂହିତା: ଆରମ୍ଭ ହେବ ଭାରତୀୟ ଦଣ୍ଡ ସଂହିତା

ନୂଆଦିଲ୍ଲୀ,୫।୮: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଇ ନିଆଯାଇଛି। ଫଳରେ ଏଠାରେ ୧୯୩୨ଠାରୁ ପ୍ରଚଳିତ ଥିବା ୮୭ ବର୍ଷ ପୁରାତନ ରଣବୀର ଦଣ୍ଡ ସଂହିତା(ଆର୍‌ପିସି) ବଦଳରେ ଏବେ ଭାରତୀୟ ଦଣ୍ଡ ସଂହିତା(ଆଇପିସି)ର ପ୍ରଚଳନ ହେବ। ରଣବୀର ଦଣ୍ଡ ସଂହିତା ରାଜା ରଣବୀର ସିଂଙ୍କ ଦ୍ୱାରା ପ୍ରଚଳନ କରାଯାଇଥିଲା। ତାଙ୍କ ପରେ ବ୍ରିଟିଶ୍‌ ସମୟରେ ମଧ୍ୟ ଏହି ଦଣ୍ଡ ସଂହିତା ରାଜ୍ୟରେ ଜାରି ରହିଥିଲା। ଭାରତୀୟ ଦଣ୍ଡ ସଂହିତା ଏବଂ ରଣବୀର ଦଣ୍ଡ ସଂହିତା ମଧ୍ୟରେ କେତେକ ଭିନ୍ନତା ରହିଛି। ଭାରତୀୟ ଦଣ୍ଡ ସଂହିତା ଧାରା ୧୫୩-ସି-ଏ-ଏ ଅନ୍ତର୍ଗତ ସର୍ବ ସାଧାରଣ ସ୍ଥଳକୁ ଅସ୍ତ୍ରଶସ୍ତ୍ର ଧରି ଯିବାର ଅପରାଧ। ମାତ୍ର ରଣବୀର ଦଣ୍ଡ ସଂହିତାରେ ଏନେଇ କୌଣସି ଉଲ୍ଲେଖ ହୋଇ ନାହିଁ। ସେହିପରି ଭାରତୀୟ ଦଣ୍ଡ ସଂହିତା ଧାରା ୧୯୫-ଏ ଅନର୍ଗତ ମିଛ ସାକ୍ଷ୍ୟ ଦେବା ଅପରାଧ ତେବେ ରଣବୀର ଦଣ୍ଡ ସଂହିତାରେ ଏନେଇ କୌଣସି ଦଣ୍ଡାଦେଶ ନାହିଁ। ଭାରତୀୟ ଦଣ୍ଡ ସଂହିତା ଧାରା ୨୮୧ ଅନ୍ତର୍ଗତ ମିଥ୍ୟାର ଆଶ୍ରୟ ନେବା ଅଥବା ଅନ୍ୟ କାହାକୁ ସତ୍ୟଠାରୁ ଦୂରେଇ ରଖିବା ଦୋଷାବହ। ମାତ୍ର ରଣବୀର ଦଣ୍ଡ ସଂହିତାରେ ଏହାର ଉଲ୍ଲେଖ ନାହିଁ। ଆଇପିସି ଧାରା ୩୦୪-ବି ଅନ୍ତର୍ଗତ ଯୌତୁକ ନିର୍ଯାତନା ମୃତ୍ୟୁ ଅପରାଧ। ମାତ୍ର ଆର୍‌ପିସି ଏହାର ଉଲ୍ଲେଖ ନାହିଁ। ସେହିପରି ଆଇପିସି ଧାରା ୧୯୦ ଅନ୍ତର୍ଗତ ସରକାରଙ୍କ ଦ୍ୱାରା ନିଷିଦ୍ଧ ହୋଇଥିବା ସାମଗ୍ରୀ ବଣ୍ଟନ ଦୋଷାବହ ତେବେ ଆର୍‌ପିସିରେ ଏହାର ଉଲ୍ଲେଖ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri