ସ୍ମିତାରାଣୀଙ୍କ ମୃତ୍ୟୁକୁ ନେଇ ଥମୁନି ରାଜନୀତି

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ) : ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ବିରୋଧୀ ଏବଂ ଶାସକ ଦଳ ନେତାଙ୍କ ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ କାଦୁଅ ଫିଙ୍ଗା ବଢିବାରେ ଲାଗିଛି। ଏହି ଘଟଣାରେ ଯାଜପୁର ଜିଲା ଏସ୍‌ପିଙ୍କ ବିରୋଧରେ ଭାଜପାର ଏକ ପ୍ରତିନିଧି ଦଳ ଡିଜିପିଙ୍କ ନିକଟରେ ଫେରାଦ ହୋଇଛନ୍ତି। ଅନ୍ୟପଟେ କଂଗ୍ରେସ ଏହି ଘଟଣାରେ ଉଭୟ ବିଜେଡି ଓ ଭାଜପାକୁ ଦୋଷ ଦେଇଛି। ସେହିପରି ବିଜେଡି ଏହି ଘଟଣାକୁ ନେଇ ରାଜନୀତି ନ କରିବା ପାଇଁ ଯୁକ୍ତି ବାଢିଛି।
ସ୍ମିତାରାଣୀ ମୃତ୍ୟୁ ଘଟଣାରେ ରୂପେଶ ଭଦ୍ରଙ୍କୁ ପୋଲିସ ଗିରଫ କରିଛି। ରୂପେଶଙ୍କ ସହ ସ୍ମିତାରାଣୀଙ୍କ ସମ୍ପର୍କ ଥିଲା ବୋଲି ଯାଜପୁର ଏସ୍‌ପି କହିଥିଲେ। ମାତ୍ର ଏହାକୁ ବିରୋଧ କରିଛି ଭାଜପା। ଭାଜପା କହିଛି, ମୃତକ ସ୍ମିତାରାଣୀଙ୍କ ଚରିତ୍ର ହନନ କରିବା ସହ ତଦନ୍ତକୁ ପ୍ରଭାବିତ କରାଯାଉଛି। ଗୋଟିଏ ଜଘନ୍ୟ ଅପରାଧ ମାମଲାରେ ତଦନ୍ତ ଚାଲୁଥିବା ବେଳେ ତଦନ୍ତ ରିପୋର୍ଟ ବା ଚାର୍ଜଶିଟ୍‌ ଦାଖଲ ହେବା ପୂର୍ବରୁ ଏସ୍‌ପି ଚରଣସିଂହ ମୀନା ଆସି ଗଣମାଧ୍ୟମ ଆଗରେ ବିବୃତି ଦେଇ ଏହାକୁ ଆତ୍ମହତ୍ୟା ଦର୍ଶାଇ ତଦନ୍ତକୁ ପ୍ରଭାବିତ କରିବା ପାଇଁ ଏକ ଭୟଙ୍କର ଷଡଯନ୍ତ୍ର ରଚିଛନ୍ତି। ମୁଖ୍ୟ ଅଭିଯୁକ୍ତକୁ ଖସାଇବା ପାଇଁ ଏହା ବିଧିବଦ୍ଧ ଯୋଜନା। ସ୍ମିତାରାଣୀଙ୍କ ଚରିତ୍ର ହନନ କରିବା ଏବଂ ଘଟଣାକୁ ଏକ ଭିନ୍ନ ମୋଡ ଦେବା ଅଭିଯୋଗରେ ଯାଜପୁର ଏସ୍‌ପିଙ୍କ ବିରୁଦ୍ଧରେ ଦୃଢ କାଯର୍‌ୟାନୁଷ୍ଠାନ ନେବା ପାଇଁ ରବିବାର ରାଜ୍ୟ ଭାଜପା ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ଦାବି କରିଛି।
ଅନ୍ୟପଟେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ଭାଜପା ଓ ବିଜେଡି ଗୋଟିଏ ଘାଟରେ ପାଣି ପିଉଛନ୍ତି। ମୁଖ୍ୟ ଅଭିଯୁକ୍ତଙ୍କ ସହିତ ଉଭୟ ବିଜେଡି ଏବଂ ଭାଜପା ନେତାଙ୍କ ଫଟୋ ରହିଛି। ମୁଖ୍ୟ ଅଭିଯୁକ୍ତଙ୍କ ସହ ବିଜେଡି ଓ ଭାଜପା ନେତାଙ୍କ ସହ ଭଲ ସମ୍ପର୍କ ଅଛି ବୋଲି ତାରା କହିଛନ୍ତି। ତାରାଙ୍କ ଏଭଳି ମନ୍ତବ୍ୟକୁ ଭାଜପା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ସମାଲୋଚନା କରି କହିଛନ୍ତି, କାହା ସହିତ ଫଟୋ ଉଠାଇଦେଲେ ସମ୍ପର୍କ ରହିଯାଇ ନ ଥାଏ। ପ୍ରମାଣ ଦେଇ ସେ କଥାବାର୍ତ୍ତା କରନ୍ତୁ। ଅଯଥା କଥା କଂଗ୍ରେସ କହୁଛି। ଭାଜପା ମହିଳା ମୋର୍ଚ୍ଚା ସବୁବେଳେ ମହିଳା ହକ୍‌ ପାଇଁ ଲଢେଇ ଜାରି ରଖିଛି। ସ୍ମିତାରାଣୀ ହତ୍ୟାକାଣ୍ଡ କେମିତି ଘଟିଲା, ଯାଜପୁର ଏସ୍‌ପି ସେନେଇ ତଦନ୍ତ ନ କରି ରୂପେଶ ଭଦ୍ରାଙ୍କ ସହ ତାଙ୍କର କ’ଣ ସମ୍ପର୍କ ଥିଲା ସେନେଇ ତଦନ୍ତ କରିବାକୁ ଯାଇଥିଲେ। ସରକାରରେ ଥିବା ଏବଂ ବିରୋଧୀ ଭୂମିକା ତୁଲାଉଥିବା ଦଳ ସମସ୍ତେ ଏକାଠି ହୋଇ ଏହି ପ୍ରସଙ୍ଗରେ ଲଢେଇ କରିବା ଦରକାର। ଏଠି ଜଣାପଡୁଛି ଶାସକ ଦଳ ପକ୍ଷପାତିତା କରି ଅପବ୍ୟବହାର ଚଳାଉଛି ବୋଲି ସେ କହିଛନ୍ତି। ଅନ୍ୟପଟେ ବିଜେଡି ନେତ୍ରୀ ସୁଲତା ଦେଓ କହିଛନ୍ତି, ଭାଜପା ପାଖରେ କୌଣସି ପ୍ରସଙ୍ଗ ନାହିଁ। ପ୍ରତ୍ୟେକ କଥାକୁ ନେଇ ସେମାନେ ରାଜନୀତି କରିବାକୁ ଚେଷ୍ଟା କରୁଛନ୍ତି। ରାଜନୀତି ଛାଡି ଭାଜପା ଲୋକଙ୍କ ସମସ୍ୟା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସୁଲତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?