ସ୍ବା ସ୍ଥ୍ୟ ସୂ ଚ ନା

ବ୍ୟସ୍ତ ରହିଲେ ମଧ୍ୟ ରାତିରେ ଶୋଇବା ସମୟ ଏପରି ସ୍ଥିର କରନ୍ତୁ, ଯେମିତି ଆପଣ ୫-୬ ଘଣ୍ଟା ଶୋଇ ପାରିବେ।
ଯିବା ପୂର୍ବରୁ ମନରେ ନକାରାତ୍ମକ ଚିନ୍ତାଧାରା ଆଦୌ ଆଣନ୍ତୁ ନାହିଁ। କାରଣ ଏହାର ସିଧାଳଖ ପ୍ରଭାବ ନିଦ୍ରା ଉପରେ ପଡିଥାଏ। ଠିକ୍‌ ଭାବରେ ନିଦ୍ରା ନ ହେବାରୁ ଅନିଦ୍ରାଜନିତ ସମସ୍ୟାର ସମ୍ମୁଖୀନ ହେବାର ଯଥେଷ୍ଟ ଆଶଙ୍କା ରହିଛି।
ଅଧିକାଂଶ ସମୟ କମ୍ପ୍ୟୁଟର ସାମ୍ନାରେ ବସି କାମ କରିବାକୁ ପଡୁଛି, ତେବେ ଆଖିକୁ କିଛି ସମୟ ବିଶ୍ରାମ ଦିଅନ୍ତୁ। ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ମୁହଁ ଧୁଅନ୍ତୁ। ଏହାଦ୍ୱାରା ଆରାମ ଲାଗିଥାଏ ଏବଂ କାମ କରିବା ପ୍ରତି ଏକାଗ୍ରତା ବଢ଼ିଥାଏ।
ସକାଳେ ଅତିକମ୍‌ରେ ଅଧ ଘଣ୍ଟାଏ ଚାଲନ୍ତୁ। ଏହାଦ୍ୱାରା ମାନସିକତା ସକାରାତ୍ମକ ରହିଥାଏ।
ଆମେ କେତେବେଳେ କେଉଁ ରୋଗ ଦ୍ୱାରା ଆକ୍ରାନ୍ତ ହେବା ତାହା ଆକଳନ କରିବା କଷ୍ଟକର। କାରଣ ବର୍ତ୍ତମାନ ପ୍ରଦୂଷିତ ପରିବେଶ ଏବଂ ଅତ୍ୟଧିକ ସାରଯୁକ୍ତ ଖାଦ୍ୟର ପ୍ରଭାବ ଆମ ଶରୀର ଉପରେ ପଡୁଛି। ତେଣୁ କାର୍ଯ୍ୟବ୍ୟସ୍ତତା ଭିତରେ ସମୟ ବାହାର କରି ନିଜ ଶରୀରର ରୋଟିନ୍‌ ଚେକ୍‌ଅପ୍‌ କରାଇ ନିଅନ୍ତୁ।
କୌଣସି ରୋଗରେ ଆକ୍ରାନ୍ତ ହୋଇ ଔଷଧ ଖାଉଥିଲେ ଯେତେଦିନ ପର୍ଯ୍ୟନ୍ତ ଡାକ୍ତର ତାହାକୁ ଖାଇବା ପାଇଁ ପ୍ରେସକ୍ରିପସନରେ ଉଲ୍ଲେଖ କରିଛନ୍ତି, ତାହାକୁ ଅନୁସରଣ କରନ୍ତୁ। କେବଳ ସେତିକି ନୁହେଁ, ନିର୍ଦ୍ଦିଷ୍ଟ ସମୟରେ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ଭୁଲନ୍ତୁ ନାହିଁ।