ସ୍ବାୟତ୍ତ ଶାସନ ଦିବସ ପାଳିତ: ‘ମିଳିତ ଉଦ୍ୟମରେ ଢେଙ୍କାନାଳ ହେବ ୧ ନମ୍ବର’

ଢେଙ୍କାନାଳ ଅଫିସ, ୧।୯ – ଢେଙ୍କାନାଳ ହେଉଛି ବୁଦ୍ଧିଜୀବୀଙ୍କ ସହର। ମିଳିତ ପ୍ରଚେଷ୍ଟା, ସମ୍ମିଳିତ ଉଦ୍ୟମରେ ଢେଙ୍କାନାଳ ରାଜ୍ୟରେ ଏକ ନମ୍ବର ପୌରସଂସ୍ଥା ହୋଇପାରିବ ବୋଲି କହିଛନ୍ତି ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା। ସ୍ଥାନୀୟ ମିନି ଷ୍ଟାଡିୟମରେ ଶନିବାର ସନ୍ଧ୍ୟାରେ ପୌର ପ୍ରଶାସନ ପକ୍ଷରୁ ଆୟୋଜିତ ସ୍ବାୟତ୍ତ ଶାସନ ଦିବସ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜିଲାପାଳ ପୌରାଞ୍ଚଳବାସୀଙ୍କୁ ଏପରି ଆହ୍ବାନ ଦେଇଛନ୍ତି। ଏହି ଅବସରରେ ଜିଲାପାଳ ଆହୁରି ମଧ୍ୟ କହିଲେ, ସରକାର, ପ୍ରଶାସନ ଲୋକାଭିମୁଖୀ ହୋଇଛି। ଲୋକଙ୍କୁ ହାତ ପାହାନ୍ତାରେ ସେବା ଯୋଗାଇ ଦେବାକୁ ପ୍ରତି ଓ୍ବାର୍ଡରେ ‘ୱାର୍ଡ ଅଫିସ’ ଖୋଲାଯିବ। କର୍ମଚାରୀମାନେ ୨ଘଣ୍ଟା ଉପସ୍ଥିତ ରହି ଅଭିଯୋଗ ଗ୍ରହଣ କରିବେ। ସହରରେ ଡ୍ରେନେଜ୍‌ ସମସ୍ୟା ରହିଛି। ଏହାର ସମାଧାନ ପାଇଁ ଏକ ଭଲ ସଂସ୍ଥା ଦ୍ୱାରା ପ୍ଲାନ ପ୍ରସ୍ତୁତ କରାଯିବ। ପରିବେଶକୁ ସୁରକ୍ଷିତ ରଖିବା, ସହରର ସୌନ୍ଦର୍ଯ୍ୟବୃଦ୍ଧି ଏବଂ ଲୋକଙ୍କ ଆବଶ୍ୟକ ଥିବା ଭଳି କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଜିଲାପାଳ ଅଭିଭାଷଣ ରଖିଥିଲେ।
ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏସ୍‌ପି ଅନୁପମା ଜେମ୍‌ସ କହିଲେ, ପୌରାଞ୍ଚଳର ବିକାଶ ହୋଇଛି। ଏବେ ସହରକୁ ପ୍ଲାଷ୍ଟିକ୍‌, ପଲିଥିନ୍‌ ମୁକ୍ତ କରିବାକୁ ସମସ୍ତଙ୍କୁ ଆଗେଇ ଆସିବାକୁ ପଡ଼ିବ ବୋଲି ସେ ଆହ୍ବାନ ଦେଇଥିଲେ। ସ୍ବାଗତ ଭାଷଣରେ ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ କହିଲେ, ରାଜ୍ୟ ସରକାର ଢେଙ୍କାନାଳକୁ ଆଦର୍ଶ ସହର ଘୋଷଣା କରିଛନ୍ତି। ଏଥିପାଇଁ ସ୍ବତନ୍ତ୍ର ଅନୁଦାନ ମିଳିବ। ଢେଙ୍କାନାଳରେ ଜାଗା ମିଶନକୁ ରାଜ୍ୟ ସରକାର ପାଇଲଟ ପ୍ରୋଜେକ୍ଟ ଭାବେ ଗ୍ରହଣ କରିଛନ୍ତି। ଏହି ଯୋଜନା ଆନୁକୂଲ୍ୟରେ ବିଭିନ୍ନ ବସ୍ତିରେ ରହୁଥିବା ୨୪୦୦ ଲୋକଙ୍କ ପାଇଁ ଜାଗା ଚିହ୍ନଟ କରାଯାଇଛି। ୪୦୦ ଜଣଙ୍କୁ ଜମିପଟ୍ଟା ପ୍ରଦାନ କରାଯାଇଛି। ସେହିପରି ୬୦୦୦ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ଦିଆଯାଇଛି। ୧୦୦୦ ଲୋକଙ୍କ ଗୃହକାର୍ଯ୍ୟ ଶେଷ ହୋଇଥିବା ସେ ସୂଚନା ଦେଇଥିଲେ। ଏହି ଅବସରରେ ପୂର୍ବତନ ନଗରପାଳ ନବୀନଚନ୍ଦ୍ର ନାରାୟଣ ଦାସ, ସୁରେନ୍ଦ୍ର ମିଶ୍ର, ଇନ୍ଦ୍ରମଣି ବେହେରା, ସୁଧାଂଶୁ କୁମାର ଦଳେଇ, ସଂଗ୍ରାମୀ ବ୍ରଜକିଶୋର ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ବାୟତ୍ତ ଶାସନ ଦିବସ ପାଳନ ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଏବଂ ଦଳ ପୁରସ୍କୃତ ହୋଇଥିଲେ। ସତ୍ୟନାରାୟଣ କର, ରଶ୍ମିତା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଦିବସ ପାଳନ ଉପଲକ୍ଷେ ପୌରସଂସ୍ଥା କାର୍ଯ୍ୟାଳୟରେ ସକାଳ ସାଢ଼େ ୭ଟାରେ ଜିଲାପାଳ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସହରରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ମହର୍ଷି ଦୟାନନ୍ଦ ସର୍ଭିସ ମିଶନ, କଣ୍ଟେଇକୋଳିଆ ସେବାଶ୍ରମ, ଆଦୃତା ଶିଶୁସଦନରେ ମିଷ୍ଟାନ୍ନ ଓ ଫଳ ବଣ୍ଟନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ରୋଷେଇ ବେଳେ ଅଘଟଣ: ଗରମ ଡାଲି ପଡ଼ି ୨ ରୋଷେୟା ଆହତ

ପରଜଙ୍ଗ, ୮।୪(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁମୁସି ହାଇସ୍କୁଲରେ ବୁଧବାର ଛାତ୍ରୀଛାତ୍ରଙ୍କ ପାଇଁ ଭୋଜନ ରୋଷେଇ ହେଉଥିବାବେଳେ ଅଘଟଣ। ଗରମ ଡାଲି ପଡ଼ି…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri