ସ୍ବାସ୍ଥ୍ୟୋପକାରୀ ଫଳ ଚୋପା

ତଟକା ଫଳମୂଳ ତଥା ପନିପରିବା ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ତାହା କହିବା ବାହୁଲ୍ୟ। ଏହାର ଚୋପାରେ ମଧ୍ୟ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ସେ ସମ୍ପର୍କରେ ଟିପ୍ସ…
ଆଳୁ ଚୋପା: ଆଳୁରେ ଅଧିକ ପରିମାଣରେ ଷ୍ଟାର୍ଚ ରହିଛି, ଯାହା ଚର୍ମକୁ ଲୋଚାକୋଚାରୁ ରକ୍ଷା କରିଥାଏ। ଏହାକୁ ଚର୍ମରେ ଘଷିଲେ ତାହା ଏଥିରେ ଜଳୀୟ ଅଂଶକୁ ସନ୍ତୁଳିତ ରଖିଥାଏ।
କଦଳୀ ଚୋପା: କଦଳୀ ଚୋପାକୁ ସିଧା ସଳଖ ଲଗାନ୍ତୁ କିମ୍ବା ଏହାର ପେଷ୍ଟ ଲଗାଇବା ଦ୍ୱାରା ବ୍ରଣ ସମସ୍ୟାରୁ ଅନେକାଂଶରେ ଉପଶମ ମିଳିଥାଏ। କୌଣସି ପୋକ ଯଦି କାମୁଡି ଦେଇଛି ସେଇ ସ୍ଥାନରେ କଦଳୀ ଚୋପା ଘଷିବେ ଦେଖି ତ ଆରାମ ମିଳିବ।
ଲେମ୍ବୁ ଚୋପା : ଲେମ୍ବୁ ରସ ସ୍ବାସ୍ଥ୍ୟ ପାଇଁ ଉପକାରୀ। ଏଥି ସହିତ ଏହାର ଚୋପାରେ ନିୟମିତ ଦାନ୍ତ ଘଷିବା ଦ୍ୱାରା ଦାନ୍ତ ସଫା ରହିଥାଏ।
କାକୁଡି ଚୋପା : କାକୁଡି ଚୋପାରେ ସବୁଠୁ ଅଧିକ ଆଣ୍ଟିଅକ୍ସିଡାଣ୍ଟ, ପଟାସିୟମ୍‌ ଓ ଫାଇବର ରହିଛି ।