ସ୍ବାଧୀନତା ପରଠାରୁ ବଡ଼ ମାନ୍ଦାବସ୍ଥା

ନୂଆଦିଲ୍ଲୀ,୨୭।୫: ଭାରତ ବର୍ତ୍ତମାନ ୪ର୍ଥ ମାନ୍ଦାବସ୍ଥା ସାମ୍ନା କରୁଛି। ଦେଶରେ ଉଦାରୀକରଣ ନୀତି ଲାଗୁ ହେବା ପରେ ଏବଂ ସ୍ବାଧୀନତା ପରଠାରୁ ଘରୋଇ ବଜାର ସବୁଠାରୁ ବଡ଼ ମାନ୍ଦାବସ୍ଥାର ସମ୍ମୁଖୀନ ହୋଇଥିବା ଜଣାପଡିଛି। ବିଶ୍ୱ ମାନ୍ଦାବସ୍ଥା ସହ ଲଢୁଥିବା ବଜାର କରୋନା ଜନିତ ଲକ୍‌ଡାଉନ ପାଇଁ ଆହୁରି ସଙ୍କଟ ସ୍ଥିତି ଦେଇ ଗତି କରୁଛି। ଚଳିତ ଆର୍ଥତ୍କ ବର୍ଷରେ ଦେଶର ଅର୍ଥ ବ୍ୟବସ୍ଥାର ଅଭିବୃଦ୍ଧି ୫% ଖସିଯିବ ବୋଲି ରେଟିଂ ଏଜେନ୍ସି କ୍ରିସିଲ ପୂର୍ବାନୁମାନ କରିଛି। ପ୍ରଥମ ତ୍ରୈମାସରେ ବିକାଶ ହାର ୨୫% ହ୍ରାସ ହେବ ବୋଲି ଆକଳନ କରାଯାଇଛି। ମୋଟ୍‌ ଘରୋଇ ଉତ୍ପାଦ(ଜିଡିପି)ର ପ୍ରାୟ ୧୦% କ୍ଷତିଗ୍ରସ୍ତ ହେବ। ମହାମାରୀ ଯୋଗୁ ଆଗାମୀ ୩ ତ୍ରୈମାସର ବିକାଶ ହାର ମଧ୍ୟ ଖସିବ। କରୋନା ପୂର୍ବବର୍ତ୍ତୀ ବଜାର ଅଭିବୃଦ୍ଧି ହାସଲ କରିବା ଲାଗି ଭାରତକୁ ସମୟ ଲାଗିବ। ୩ ଆର୍ଥତ୍କ ବର୍ଷରେ ଭାରତ ପୂର୍ବ ସ୍ଥିତିକୁ ଫେରି ନ ପାରେ ବୋଲି ରିପୋର୍ଟରେ କୁହାଯାଇଛି।
ଗତ ୬୯ ବର୍ଷ ମଧ୍ୟରେ ଭାରତ ପ୍ରାୟ ୩ ଥର ମାନ୍ଦାବସ୍ଥା ସାମ୍ନା କରିଛି। ଏହା ୧୯୫୮, ୧୯୬୬ ଏବଂ ୧୯୮୦ରେ ଦେଖାଯାଇଛି। ମୌସୁମୀ ଠିକ୍‌ ନ ହେବାରୁ କୃଷି କ୍ଷତିଗ୍ରସ୍ତ ହେବା ଯୋଗୁ ସେହି ସମୟରେ ମାନ୍ଦାବସ୍ଥା ଦେଖାଯାଇଥିଲା। ମାତ୍ର ଚଳିତ ଆର୍ଥତ୍କ ବର୍ଷର ମାନ୍ଦାବସ୍ଥା ଭିନ୍ନ ରହିଛି। ଚଳିତ ବର୍ଷ ମୌସୁମୀ ସ୍ବାଭାବିକ ରହିବ। କରୋନା ପାଇଁ ବାରମ୍ବାର ଲକ୍‌ଡାଉନ ବଢ଼ାଇବା ଫଳରେ ଏହା ଆର୍ଥତ୍କ କାର୍ଯ୍ୟକଳାପକୁ କ୍ଷତି ପହଞ୍ଚାଇଛି। କେବଳ ପ୍ରଥମ ତ୍ରୈମାସ ନୁହେଁ ଦେଶର ସେବା କ୍ଷେତ୍ର, ଶିକ୍ଷା,ଟ୍ରାଭେଲ ଆଣ୍ଡ ଟୁରିଜମ୍‌ ଭଳି ଅନ୍ୟ କ୍ଷେତ୍ରଗୁଡିକ ଅଧିକ ପ୍ରଭାବିତ ହୋଇଛନ୍ତି। ଅନେକ ଲୋକଙ୍କ ଆୟ କମିବା ସହ ଛଟେଇ ହେଉଥିବା ଜଣାପଡିଛି। ମାର୍ଚ୍ଚରେ ଶିଳ୍ପ କ୍ଷେତ୍ର ଉତ୍ପାଦନ ୧୬% ଖସିଛି। ଏପ୍ରିଲରେ ରପ୍ତାନି ୬୦.୩% କମିଛି। ଟେଲିକମ୍‌ ଉପଭୋକ୍ତ ୩୦% କମିଥିବା ବେଳେ ରେଳ ମାଲ ପରିବହନ ୩୫% କମିଯାଇଛି। ଏପ୍ରିଲରେ ଏହି ଏଜେନ୍ସି ଜିଡିପି ଅଭିବୃଦ୍ଧିକୁ ନେଇ ପୂର୍ବାନୁମାନ କରିଥିଲା। ଏହା ଅଭିବୃଦ୍ଧିକୁ ୩.୫%ରୁ ୧.୮% ଖସାଇଥିଲା। ଏଥିରେ ପୁଣି ହ୍ରାସ କରି ଅଣ କୃଷି ଅଭିବୃଦ୍ଧି ପ୍ରାୟ ୬% ଖସିବ ବୋଲି ଏହା ପୂର୍ବାନୁମାନ କରିଛି। ଏହି ସମୟରେ କୃଷି କ୍ଷେତ୍ର ଅଭିବୃଦ୍ଧି ୨.୫% ରହିବ।
ସରକାର ନିକଟରେ ଅର୍ଥ ବ୍ୟବସ୍ଥା ଲାଗି ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ତ୍ୱରିତ ସହାୟକ ହେବା ଭଳି ଏଥିରେ ବହୁ କମ୍‌ ପଦକ୍ଷେପ ରହିଛି। ସରକାର ଗ୍ରହଣ କରିଥିବା ସଂସ୍କାର ପ୍ରକ୍ରିୟା ମଧ୍ୟମ ମିଆଦୀ ଭିତ୍ତିରେ ସୁବିଧା ପ୍ରଦାନ କରିବ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ସରକାରଙ୍କ ପ୍ୟାକେଜରେ ବିତ୍ତୀୟ ଖର୍ଚ୍ଚ ମୋଟ ଜିଡିପିର ୧.୨% ରହିବ। ପୂର୍ବରୁ କରାଯାଇଥିବା ଆକଳନ ଅନୁସାରେ ଏହା ବହୁତ କମ୍‌ ବୋଲି କୁହାଯାଇଛି।
ନକାରାତ୍ମକ ଅଭିବୃଦ୍ଧି ନେଇ ଏଜେନ୍ସିଙ୍କ ପୂର୍ବାନୁମାନ
କରୋନା ପାଇଁ ଗତ ୮ ସପ୍ତାହରୁ ଅଧିକ ସମୟ ଧରି ହୋଇଥିବା ଲକ୍‌ଡାଉନ ଯୋଗୁ ଅର୍ଥ ବ୍ୟବସ୍ଥାକୁ ବୃହତ୍‌ ପରିମାଣର କ୍ଷତି ହୋଇଛି। ୨୦୨୦-୨୧ରେ ଅଭିବୃଦ୍ଧି ନକାରାତ୍ମକ ରହିବ ବୋଲି ପ୍ରମୁଖ ଏଜେନ୍ସିଗୁଡିକ ଅନୁମାନ ଲଗାଇଛନ୍ତି। ୨୦୧୯-୨୦ ଆର୍ଥତ୍କ ବର୍ଷ ଚତୁର୍ଥ ତ୍ରୈମାସ ରିପୋର୍ଟ କିଛି ଦିନ ପରେ ଆସିବ। ଏହି ସମୟରେ ଅଭିବୃଦ୍ଧି ୮ ବର୍ଷର ସର୍ବନିମ୍ନ ସ୍ତରକୁ ଖସିବ ବୋଲି ପୂର୍ବାନୁମାନ କରାଯାଇଛି। ରଏଟର୍ସ ପୋଲ ମୁତାବକ ଚଳିତ ବର୍ଷ ପ୍ରଥମ ତିନି ମାସରେ ବିକାଶ ହାତ ୮ ବର୍ଷର ସର୍ବନିମ୍ନ ସ୍ତରକୁ ଖସିବା ନେଇ ଆକଳନ କରାଯାଇଛି। ଏଚ୍‌ଏସ୍‌ବିସି ଇକୋନୋମିଷ୍ଟ ଆୟୁଷ ଚୌଧୁରୀ କହିଛନ୍ତି ଯେ, ଫେବୃୟାରୀରେ ଆର୍ଥତ୍କ ଗତିବିଧି ସାମାନ୍ୟ ରହିଥିଲା। କିନ୍ତୁ ମାର୍ଚ୍ଚରେ ପ୍ରଭାବ ଦେଖାଗଲା। ସମ୍ପୂର୍ଣ୍ଣ ଲକ୍‌ଡାଉନ ହେବା ପରେ ସ୍ଥିତି ବେହାଲ ହୋଇଛି। ଚଳିତ ଆର୍ଥତ୍କ ବର୍ଷରେ ବିକାଶ ହାର -୬.୮% ରହିବ ବୋଲି ପୂର୍ବାନୁମାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କୁ ପୁଣି ବଡ଼ ଝଟ୍‌କା! ପେଟ୍ରୋଲ ୫ଟଙ୍କା ପ୍ରତି ଲିଟର…

ନୂଆଦିଲ୍ଲୀ,୨୧।୫: ଯଦି ଆପଣ ଭାବୁଛନ୍ତି ଯେ ଗତ ସପ୍ତାହରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ପ୍ରତି ଲିଟର 4 ବୃଦ୍ଧି ପରେ ଆପଣଙ୍କୁ କିଛି ଆଶ୍ୱସ୍ତି ମିଳିବ,…

ଏବେ କେବଳ  Hello ପଠାଇବା ମାତ୍ରେ ମିଳିଯିବ PF  ଆକାଉଣ୍ଟର ସମସ୍ତ ସୂଚନା, ବଡ଼ ପଦକ୍ଷେପ ନେଲା… 

ନୂଆଦିଲ୍ଲୀ,୨୦।୫: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ଖୁବଶୀଘ୍ର କୋଟି କୋଟି ଆକାଉଣ୍ଟଧାରୀଙ୍କ ପାଇଁ ଏକ ବଡ଼ ଡିଜିଟାଲ ସୁବିଧା ଆରମ୍ଭ କରିବାକୁ ଯାଉଛି । ଏବେ…

କେବେ ମାର୍କେଟକୁ ଆସିଥିଲା Melody Toffees? ଯାହାକୁ ମେଲୋନିଙ୍କୁ ଗିଫ୍ଟ ଦେଲେ ମୋଦି

ନୂଆଦିଲ୍ଲୀ,୨୦।୫: ପ୍ରଧାନମନ୍ତ୍ରୀ ମୋଦୀ ବର୍ତ୍ତମାନ ପାଞ୍ଚଟି ଦେଶ ଗସ୍ତରେ ଅଛନ୍ତି: ନରୱେ, ସୱିଡେନ, ନେଦରଲ୍ୟାଣ୍ଡ, ୟୁଏଇ ଏବଂ ଇଟାଲୀ। ଏହି ଯାତ୍ରାର ଶେଷ ପର୍ଯ୍ୟାୟରେ, ସେ ଇଟାଲୀର…

ବ୍ୟାଙ୍କ୍‌ରୁ ଟଙ୍କା ଟ୍ରାନ୍ସଫର ପାଇଁ ଆସିବ ଦୁଇଟା OTP, ଜାଣନ୍ତୁ କ’ଣ କରିବେ…

ନୂଆଦିଲ୍‌ଲୀ,୨୦।୫: ଏବେ, ବ୍ୟାଙ୍କିଙ୍ଗ କାରବାର ସମୟରେ, ଏକ ପ୍ରମାଣୀକରଣ OTP କେବଳ ଆକାଉଣ୍ଟଧାରୀଙ୍କୁ ନୁହେଁ ବରଂ ସେମାନଙ୍କ ବିଶ୍ୱସ୍ତ ସମ୍ପର୍କ ଏବଂ ପରିବାର ସଦସ୍ୟଙ୍କ ମୋବାଇଲ ଫୋନକୁ…

ମୋଦି ସରକାରଙ୍କ ବଡ଼ ପ୍ଲାନ, ପେଟ୍ରୋଲରେ ଏବେ ମିଶିବ ୩୦% ଇଥାନଲ!

ନୂଆଦିଲ୍‌ଲୀ,୧୯।୫: ଭାରତ ଏବେ ପେଟ୍ରୋଲରେ ଇଥାନଲର ମିଶ୍ରଣ ବୃଦ୍ଧି କରିବା ଦିଗରେ ଦ୍ରୁତ ଗତିରେ ଅଗ୍ରସର ହେଉଛି। ବିଦ୍ୟମାନ E20 ଯୋଜନାରୁ ଆଗକୁ ବଢ଼ି, ସରକାର E22,…

ରୁଷରୁ ତେଲ କିଣିବା ପାଇଁ ପୁଣି ଥରେ ସମୟସୀମା ବଢାଇଲା ଆମେରିକା, ଭାରତ ପାଇଁ କେତେ ଲାଭ?

ନୂଆଦିଲ୍ଲୀ,୧୯।୫: ଆମେରିକା ସମୁଦ୍ର ପଥରେ ପରିବହନ ହେଉଥିବା ରୁଷୀୟ ତୈଳ ଉପରେ କଟକଣାରୁ ମୁକ୍ତିକୁ ଗୋଟିଏ ମାସ ପାଇଁ ବୃଦ୍ଧି କରିଛି। ସୋମବାର ରାତିରେ ଆମେରିକାର ଟ୍ରେଜେରୀ…

କମିବ କି ପେଟ୍ରୋଲ ରେଟ୍‌? ଅଶୋଧିତ ତୈଳ ଦରରେ ବଡ଼ ହ୍ରାସ!

ନୂଆଦିଲ୍ଲୀ,୧୯।୫: ବିଶ୍ୱ ବଜାର ଏବଂ ଘରୋଇ ଗ୍ରାହକ ଉଭୟଙ୍କ ପାଇଁ ଅନ୍ତର୍ଜାତୀୟ ବଜାରରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ପଶ୍ଚିମ ଏସିଆ (ମଧ୍ୟପ୍ରାଚ୍ୟ)ରେ ଦୀର୍ଘ ସମୟ…

SBI ୟୁଜର୍ସ ଆଲର୍ଟ: ୬ଦିନ ଠପ୍‌ ପଡିବ ବ୍ୟାଙ୍କ୍‌ କାମ! ଏଇ ସପ୍ତାହରୁ ସାରନ୍ତୁ କାମ…

ନୂଆଦିଲ୍ଲୀ,୧୯।୫: ଦେଶର ସର୍ୱବୃହତ ସରକାରୀ ବ୍ୟାଙ୍କ, ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI)ର ଲକ୍ଷ ଲକ୍ଷ ଗ୍ରାହକଙ୍କ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଖବର ଅଛି। ଯଦି ଆପଣଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri