ସ୍ବାଧୀନତା ପରଠାରୁ ବଡ଼ ମାନ୍ଦାବସ୍ଥା

ନୂଆଦିଲ୍ଲୀ,୨୭।୫: ଭାରତ ବର୍ତ୍ତମାନ ୪ର୍ଥ ମାନ୍ଦାବସ୍ଥା ସାମ୍ନା କରୁଛି। ଦେଶରେ ଉଦାରୀକରଣ ନୀତି ଲାଗୁ ହେବା ପରେ ଏବଂ ସ୍ବାଧୀନତା ପରଠାରୁ ଘରୋଇ ବଜାର ସବୁଠାରୁ ବଡ଼ ମାନ୍ଦାବସ୍ଥାର ସମ୍ମୁଖୀନ ହୋଇଥିବା ଜଣାପଡିଛି। ବିଶ୍ୱ ମାନ୍ଦାବସ୍ଥା ସହ ଲଢୁଥିବା ବଜାର କରୋନା ଜନିତ ଲକ୍‌ଡାଉନ ପାଇଁ ଆହୁରି ସଙ୍କଟ ସ୍ଥିତି ଦେଇ ଗତି କରୁଛି। ଚଳିତ ଆର୍ଥତ୍କ ବର୍ଷରେ ଦେଶର ଅର୍ଥ ବ୍ୟବସ୍ଥାର ଅଭିବୃଦ୍ଧି ୫% ଖସିଯିବ ବୋଲି ରେଟିଂ ଏଜେନ୍ସି କ୍ରିସିଲ ପୂର୍ବାନୁମାନ କରିଛି। ପ୍ରଥମ ତ୍ରୈମାସରେ ବିକାଶ ହାର ୨୫% ହ୍ରାସ ହେବ ବୋଲି ଆକଳନ କରାଯାଇଛି। ମୋଟ୍‌ ଘରୋଇ ଉତ୍ପାଦ(ଜିଡିପି)ର ପ୍ରାୟ ୧୦% କ୍ଷତିଗ୍ରସ୍ତ ହେବ। ମହାମାରୀ ଯୋଗୁ ଆଗାମୀ ୩ ତ୍ରୈମାସର ବିକାଶ ହାର ମଧ୍ୟ ଖସିବ। କରୋନା ପୂର୍ବବର୍ତ୍ତୀ ବଜାର ଅଭିବୃଦ୍ଧି ହାସଲ କରିବା ଲାଗି ଭାରତକୁ ସମୟ ଲାଗିବ। ୩ ଆର୍ଥତ୍କ ବର୍ଷରେ ଭାରତ ପୂର୍ବ ସ୍ଥିତିକୁ ଫେରି ନ ପାରେ ବୋଲି ରିପୋର୍ଟରେ କୁହାଯାଇଛି।
ଗତ ୬୯ ବର୍ଷ ମଧ୍ୟରେ ଭାରତ ପ୍ରାୟ ୩ ଥର ମାନ୍ଦାବସ୍ଥା ସାମ୍ନା କରିଛି। ଏହା ୧୯୫୮, ୧୯୬୬ ଏବଂ ୧୯୮୦ରେ ଦେଖାଯାଇଛି। ମୌସୁମୀ ଠିକ୍‌ ନ ହେବାରୁ କୃଷି କ୍ଷତିଗ୍ରସ୍ତ ହେବା ଯୋଗୁ ସେହି ସମୟରେ ମାନ୍ଦାବସ୍ଥା ଦେଖାଯାଇଥିଲା। ମାତ୍ର ଚଳିତ ଆର୍ଥତ୍କ ବର୍ଷର ମାନ୍ଦାବସ୍ଥା ଭିନ୍ନ ରହିଛି। ଚଳିତ ବର୍ଷ ମୌସୁମୀ ସ୍ବାଭାବିକ ରହିବ। କରୋନା ପାଇଁ ବାରମ୍ବାର ଲକ୍‌ଡାଉନ ବଢ଼ାଇବା ଫଳରେ ଏହା ଆର୍ଥତ୍କ କାର୍ଯ୍ୟକଳାପକୁ କ୍ଷତି ପହଞ୍ଚାଇଛି। କେବଳ ପ୍ରଥମ ତ୍ରୈମାସ ନୁହେଁ ଦେଶର ସେବା କ୍ଷେତ୍ର, ଶିକ୍ଷା,ଟ୍ରାଭେଲ ଆଣ୍ଡ ଟୁରିଜମ୍‌ ଭଳି ଅନ୍ୟ କ୍ଷେତ୍ରଗୁଡିକ ଅଧିକ ପ୍ରଭାବିତ ହୋଇଛନ୍ତି। ଅନେକ ଲୋକଙ୍କ ଆୟ କମିବା ସହ ଛଟେଇ ହେଉଥିବା ଜଣାପଡିଛି। ମାର୍ଚ୍ଚରେ ଶିଳ୍ପ କ୍ଷେତ୍ର ଉତ୍ପାଦନ ୧୬% ଖସିଛି। ଏପ୍ରିଲରେ ରପ୍ତାନି ୬୦.୩% କମିଛି। ଟେଲିକମ୍‌ ଉପଭୋକ୍ତ ୩୦% କମିଥିବା ବେଳେ ରେଳ ମାଲ ପରିବହନ ୩୫% କମିଯାଇଛି। ଏପ୍ରିଲରେ ଏହି ଏଜେନ୍ସି ଜିଡିପି ଅଭିବୃଦ୍ଧିକୁ ନେଇ ପୂର୍ବାନୁମାନ କରିଥିଲା। ଏହା ଅଭିବୃଦ୍ଧିକୁ ୩.୫%ରୁ ୧.୮% ଖସାଇଥିଲା। ଏଥିରେ ପୁଣି ହ୍ରାସ କରି ଅଣ କୃଷି ଅଭିବୃଦ୍ଧି ପ୍ରାୟ ୬% ଖସିବ ବୋଲି ଏହା ପୂର୍ବାନୁମାନ କରିଛି। ଏହି ସମୟରେ କୃଷି କ୍ଷେତ୍ର ଅଭିବୃଦ୍ଧି ୨.୫% ରହିବ।
ସରକାର ନିକଟରେ ଅର୍ଥ ବ୍ୟବସ୍ଥା ଲାଗି ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ତ୍ୱରିତ ସହାୟକ ହେବା ଭଳି ଏଥିରେ ବହୁ କମ୍‌ ପଦକ୍ଷେପ ରହିଛି। ସରକାର ଗ୍ରହଣ କରିଥିବା ସଂସ୍କାର ପ୍ରକ୍ରିୟା ମଧ୍ୟମ ମିଆଦୀ ଭିତ୍ତିରେ ସୁବିଧା ପ୍ରଦାନ କରିବ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ସରକାରଙ୍କ ପ୍ୟାକେଜରେ ବିତ୍ତୀୟ ଖର୍ଚ୍ଚ ମୋଟ ଜିଡିପିର ୧.୨% ରହିବ। ପୂର୍ବରୁ କରାଯାଇଥିବା ଆକଳନ ଅନୁସାରେ ଏହା ବହୁତ କମ୍‌ ବୋଲି କୁହାଯାଇଛି।
ନକାରାତ୍ମକ ଅଭିବୃଦ୍ଧି ନେଇ ଏଜେନ୍ସିଙ୍କ ପୂର୍ବାନୁମାନ
କରୋନା ପାଇଁ ଗତ ୮ ସପ୍ତାହରୁ ଅଧିକ ସମୟ ଧରି ହୋଇଥିବା ଲକ୍‌ଡାଉନ ଯୋଗୁ ଅର୍ଥ ବ୍ୟବସ୍ଥାକୁ ବୃହତ୍‌ ପରିମାଣର କ୍ଷତି ହୋଇଛି। ୨୦୨୦-୨୧ରେ ଅଭିବୃଦ୍ଧି ନକାରାତ୍ମକ ରହିବ ବୋଲି ପ୍ରମୁଖ ଏଜେନ୍ସିଗୁଡିକ ଅନୁମାନ ଲଗାଇଛନ୍ତି। ୨୦୧୯-୨୦ ଆର୍ଥତ୍କ ବର୍ଷ ଚତୁର୍ଥ ତ୍ରୈମାସ ରିପୋର୍ଟ କିଛି ଦିନ ପରେ ଆସିବ। ଏହି ସମୟରେ ଅଭିବୃଦ୍ଧି ୮ ବର୍ଷର ସର୍ବନିମ୍ନ ସ୍ତରକୁ ଖସିବ ବୋଲି ପୂର୍ବାନୁମାନ କରାଯାଇଛି। ରଏଟର୍ସ ପୋଲ ମୁତାବକ ଚଳିତ ବର୍ଷ ପ୍ରଥମ ତିନି ମାସରେ ବିକାଶ ହାତ ୮ ବର୍ଷର ସର୍ବନିମ୍ନ ସ୍ତରକୁ ଖସିବା ନେଇ ଆକଳନ କରାଯାଇଛି। ଏଚ୍‌ଏସ୍‌ବିସି ଇକୋନୋମିଷ୍ଟ ଆୟୁଷ ଚୌଧୁରୀ କହିଛନ୍ତି ଯେ, ଫେବୃୟାରୀରେ ଆର୍ଥତ୍କ ଗତିବିଧି ସାମାନ୍ୟ ରହିଥିଲା। କିନ୍ତୁ ମାର୍ଚ୍ଚରେ ପ୍ରଭାବ ଦେଖାଗଲା। ସମ୍ପୂର୍ଣ୍ଣ ଲକ୍‌ଡାଉନ ହେବା ପରେ ସ୍ଥିତି ବେହାଲ ହୋଇଛି। ଚଳିତ ଆର୍ଥତ୍କ ବର୍ଷରେ ବିକାଶ ହାର -୬.୮% ରହିବ ବୋଲି ପୂର୍ବାନୁମାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

ବଜାରରେ ଭି-ଗାର୍ଡର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୪: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ଉତ୍ପାଦଗୁଡ଼ିକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ରାଣ୍ଡ୍‌ର ନୂତନ ଉତ୍ପାଦ...

ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌

ଭୁବନେଶ୍ୱର,୧୮।୪: ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌ ବୁଧବାର କଟକର କ୍ୟାଣ୍ଟନମେଣ୍ଟରୋଡ୍‌ସ୍ଥିତ ଏନ୍‌ସିସି କ୍ୟାଣ୍ଟିନଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି...

ଶ୍ରୀଲଙ୍କା, ୟୁଏଇକୁ ପିଆଜ ରପ୍ତାନି କରିବ ଭାରତ

ଭୁବନେଶ୍ୱର,୧୮।୪(ଅନୁରାଧା ମହାରଣା): ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ଶ୍ରୀଲଙ୍କାକୁ ସୀମିତ ପରିମାଣରେ ପିଆଜ ରପ୍ତାନି କରିବାକୁ ଭାରତ ଅନୁମତି ଦେଇଛି। ବାଣିଜ୍ୟ ଏବଂ ଶିଳ୍ପ...

ଆସନ୍ତାକାଲି ଘଣ୍ଟାଏ ବନ୍ଦ ରହିବ ଟ୍ରେନ ରିଜର୍ଭଭେଶନ ସେବା

ନୂଆଦିଲ୍ଲୀ,୧୭।୪: ଯଦି ଆପଣ କୌଣସି ସ୍ଥାନକୁ ଟ୍ରେନରେ ଯିବା ପାଇଁ ରିଜର୍ଭଭେଶନ ଟିକେଟ୍‌ ବୁକ୍‌ କରୁଛନ୍ତି ତେବେ ଏହାକୁ ତୁରନ୍ତ କରିନିଅନ୍ତୁ । କାରଣ ବୈଷୟିକ...

ଯୁବ ଭାରତୀୟଙ୍କ ନିକଟରେ ବିରାଟ କୋହଲିଙ୍କ ଭଳି ମାନସିକତା…, କାହିଁକି ଏମିତି କହିଲେ ଆରବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ

ନୂଆଦିଲ୍ଲୀ,୧୭।୪: ଭାରତର ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ନର ରଘୁରାମ ରାଜନ ଦାବି କରିଛନ୍ତି ଯେ ବହୁ ସଂଖ୍ୟକ ଯୁବ ଭାରତୀୟ ବ୍ୟବସାୟ ପ୍ରତିଷ୍ଠା କରିବାକୁ ବିଦେଶ...

ଝାରସୁଗୁଡ଼ାରେ କ୍ୟାଲ୍‌ସିୟମ ଆଲୁମିନେଟ୍‌ ପ୍ଲାଣ୍ଟ

ଭୁବନେଶ୍ୱର,୧୭।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମାନୁଫ୍ୟାକ୍ଜରିଂ ଷ୍ଟାର୍ଟଅପ୍‌ ‘ରୁନାୟା’ର ଅତ୍ୟାଧୁନିକ କ୍ୟାଲ୍‌ସିୟମ୍‌ ଆଲୁମିନେଟ୍‌ ପ୍ଲାଣ୍ଟ ମଙ୍ଗଳବାର ଓଡ଼ିଶାର ଝାରସୁଗୁଡ଼ାଠାରେ ଉଦ୍‌ଘାଟିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri