ସ୍ବର୍ଗଦ୍ୱାର ପରିସରରୁ ପୁରୁଣା ନିର୍ମାଣ ଉଚ୍ଛେଦ କାର୍ଯ୍ୟ ଆରମ୍ଭ

ପୁରୀ ଅଫିସ,୧୦।୧୨: ସ୍ବର୍ଗଦ୍ୱାରର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବ। ଏଥିପାଇଁ ମଙ୍ଗଳବାର ଏହା ପରିସରରେ ଥିବା ପୁରୁଣା କୋଠା ଉଚ୍ଛେଦ ଆରମ୍ଭ ହୋଇଛି। ଏହି ଉଚ୍ଛେଦ କାର୍ଯ୍ୟ ସରିବା ପରେ ଏହାର ଉନ୍ନତିକରଣ କାମ ଆରମ୍ଭ ହେବ। ଏଠାରେ ମୃତଦେହ ରଖିବା ଲାଗି ସ୍ଥାନ, ପୂଜା ସାମଗ୍ରୀ ବିକ୍ରି ଦୋକାନ, ପଥଶ୍ରାଦ୍ଧ ପିଣ୍ଡି, କାଠ ରଖିବା ସ୍ଥାନ, ଶୌଚାଳୟ, ପରିସ୍ରାଗାର ଆଦି ନିର୍ମାଣ କରାଯିବ। ଏପରିକି ଏକା ସଙ୍ଗରେ ଯେପରି ୧୪ଟି ଶବଦାହ ହୋଇପାରିବ, ସେ ବ୍ୟବସ୍ଥା ମଧ୍ୟ କରାଯିବ। ତେବେ ଏହି ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ସ୍ବର୍ଗଦ୍ୱାରରେ ଥିବା ପୁରୁଣା ନିର୍ମାଣକୁ ଉଚ୍ଛେଦ କରାଯାଉଛି।