ସ୍ବଚ୍ଛ ସହରାଞ୍ଚଳ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଓଡ଼ିଶା ପ୍ରଶଂସିତ

ଭୁବନେଶ୍ୱର,୨୦।୧(ବ୍ୟୁରୋ): ରାଜ୍ୟର ୧୧୪ଟି ପୌରସଂସ୍ଥା ମଧ୍ୟରୁ ୧୧୦ଟିକୁ କେନ୍ଦ୍ର ସରକାର ତୃତୀୟ ପକ୍ଷର ଆକଳନ ଆଧାରରେ ବାହ୍ୟ ମଳମୁକ୍ତ(ଓଡିଏଫ୍‌) ପୌରାଞ୍ଚଳ ଭାବେ ପ୍ରମାଣପତ୍ର ଦେଇଛନ୍ତି। ୨୦୧୯ରେ ହୋଇଥିବା ସ୍ବଚ୍ଛ ସର୍ବେକ୍ଷଣ ତାଲିକାରେ ଓଡ଼ିଶାର ସ୍ଥାନ ୧୭ରେ ରହିଛି। ଇତିମଧ୍ୟରେ ପୌରାଞ୍ଚଳରେ ୧,୩୨,୫୨୪ଟି ବ୍ୟକ୍ତିଗତ ପାଇଖାନା, ୫୨୧୩ ଗୋଷ୍ଠୀ ପାଇଖାନା ଓ ୪୪୨୧ଟି ସର୍ବସାଧାରଣ ପାଇଖାନା ନିର୍ମାଣ ହୋଇଛି। ସ୍ବଚ୍ଛ ଭାରତ ମିଶନରେ ଥିବା ଧାର୍ଯ୍ୟ ଲକ୍ଷ୍ୟଠାରୁ ଏହି ସଂଖ୍ୟା ଅଧିକ ରହିଥିବା ଜଣାପଡ଼ିଛି।
ବ୍ରହ୍ମପୁର ମହାନଗର ନିଗମ କେନ୍ଦ୍ର ସରକାରଙ୍କ ଓଡିଏଫ୍‌ ++ ପ୍ରମାଣପତ୍ର ପାଇଥିବାବେଳେ ଏବେ ଏହି ପୌରସଂସ୍ଥା ଆବର୍ଜନାମୁକ୍ତ ସହର ଲାଗି ୩ ତାରକା(ଷ୍ଟାର) ପ୍ରମାଣପତ୍ର ପାଇଁ ଆବେଦନ କରିଛି। ଯାଜପୁର, ତରଭା ଓ ପାରାଦୀପ ଭଳି ଚାରୋଟି ପୌରସଂସ୍ଥା ସ୍ବଚ୍ଛ ସର୍ବେକ୍ଷଣ ୨୦୧୯ ଅନୁଯାୟୀ ତ୍ୱରିତ ପଦକ୍ଷେପ ଗ୍ରହଣ ଲାଗି କେନ୍ଦ୍ର ସରକାରଙ୍କ ଦ୍ୱାରା ନୂଆଦିଲ୍ଲୀରେ ପୁରସ୍କୃତ ହୋଇଛି। ୮୬ ପୌରସଂସ୍ଥା ଓଡିଏଫ୍‌ ++ ବର୍ଗରେ ସାମିଲ ଲାଗି ଆବେଦନ କରିଛନ୍ତି। ରାଜ୍ୟର ବିଭିନ୍ନ ପୌରାଞ୍ଚଳର ୩୩୩ ଗୋଷ୍ଠୀ ଏବଂ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଥିବା ପାଇଖାନା ଆଇଏସ୍‌ଓ ପ୍ରମାଣପତ୍ର ଲାଭ କରିଛି। ଏହାବ୍ୟତୀତ ସ୍ବଚ୍ଛ ଓଡ଼ିଶା ଓ ସୁସ୍ଥ ଓଡ଼ିଶା ପାଇଁ ରାଜ୍ୟ ସରକାର ଓଡ଼ିଶା ସହରାଞ୍ଚଳ ପରିମଳ ନୀତି ଏବଂ ଓଡ଼ିଶା ସହରାଞ୍ଚଳ ପରିମଳ ଷ୍ଟ୍ରାଟେଜି ନିର୍ଦ୍ଦେଶନାମା ଜାରି କରିଛନ୍ତି।
ଓଡିଏଫ୍‌ ମାନ୍ୟତା ପାଇଲା ପରେ ବର୍ତ୍ତମାନ ସମସ୍ତ ପୌରସଂସ୍ଥା ଓଡିଏଫ୍‌ ++ ମାନ୍ୟତା ପାଇବା ଲାଗି ମଳ ବିଶୋଧନ ପ୍ଲାଣ୍ଟ ନିର୍ମାଣ ଚଳାଇଛନ୍ତି। ଏବେ ସୁଦ୍ଧା ୧୦ଟି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଥିବାବେଳେ ୫୨ଟିର ନିର୍ମାଣ କାର୍ଯ୍ୟ ଜାରି ରହିଛି। ଓଡ଼ିଶାର ଏଭଳି ପଦକ୍ଷେପକୁ କେନ୍ଦ୍ର ସରକାର ସ୍ବୀକୃତି ପ୍ରଦାନ ସହିତ ଅନ୍ୟ ରାଜ୍ୟରେ ଅନୁରୂପ ପ୍ଲାଣ୍ଟ ନିର୍ମାଣ ପାଇଁ ପରାମର୍ଶ ଦେଇଛନ୍ତି। ସହରାଞ୍ଚଳରେ ଥିବା ଅଧାରୁ ଅଧିକ ଗୋଷ୍ଠୀ ପାଇଖାନା ଆଇଏସ୍‌ଓ ୯୦୦୧:୨୦୧୫ ସାର୍ଟିଫିକେଟ ହାସଲ କରିଛନ୍ତି। ରାଜ୍ୟର ସହରାଞ୍ଚଳଗୁଡ଼ିକରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୭୬ କୋଟି ଟଙ୍କା ବ୍ୟୟ ଅଟକଳରେ ୧୧୪ ପୌରାଞ୍ଚଳରେ ଏହି ଧରଣର ୨୪୨ଟି ପ୍ଲାଣ୍ଟ ସହ ମ୍ୟାଟେରିଆଲ ରିକଭରି ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିସାରିଛନ୍ତି। ଦୈନନ୍ଦିନ ବର୍ଜ୍ୟବସ୍ତୁ ପରିଚାଳନା ଲାଗି ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ର ୨୫୦୦ ମହିଳାଙ୍କୁ ସ୍ବଚ୍ଛସାଥୀ ଓ ସୁପରଭାଇଜର ଭାବେ ନିଯୁକ୍ତ କରାଯାଇଛି। ସହରାଞ୍ଚଳରେ ପରିଷ୍କାର ପରିଚ୍ଛନ୍ନତା ପାଇଁ ୧୪,୦୦୦ ଅଧିକ ସଫେଇୱାଲାଙ୍କୁ ସାମିଲ କରାଯାଇଛି। ସଫେଇୱାଲାଙ୍କୁ ଦୁଇ ପର୍ଯ୍ୟାୟରେ ତାଲିମ ପ୍ରଦାନ କରାଯାଇ ସାରିଥିବାବେଳେ ୨୦୨୦ ସ୍ବଚ୍ଛ ସର୍ବେକ୍ଷଣରେ ଉତ୍ତମ ପ୍ରଦର୍ଶନ ଲାଗି ପ୍ରୟାସ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri