ସ୍ତ୍ରୀ ଅଧିକାର ନ ମିଳିବାରୁ ହତ୍ୟା

ବାଲେଶ୍ୱର ଅଫିସ,୧୯।୧୨: ବାଲେଶ୍ୱର ଜିଲା ସହଦେବଖୁଣ୍ଟା ମଡେଲ ଥାନା ଅଧୀନ ଗୁଡ଼ିପଦା ଅଞ୍ଚଳରେ ବୁଧବାର ଭୋର୍‌ ସମୟରେ ଏକ ହତ୍ୟାକାଣ୍ଡ ଘଟିଛି। ଭାରତୀୟ ଖାଦ୍ୟ ନିଗମ ବାଲେଶ୍ୱର ଶାଖା ଅଫିସ୍‌ରେ ଜଗୁଆଳି ଭାବେ କାର୍ଯ୍ୟ କରୁଥିବା ବଢ଼ା ମାରାଣ୍ଡି (୪୮)ଙ୍କ ମୃତଦେହ ତାଙ୍କ ଘରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ଥାନାକୁ ଖବର ଦେଇଥିଲେ। ପୋଲିସ ଆସି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲା। ତାଙ୍କ ଘରେ ରହୁଥିବା ଜଣେ ମହିଳା ନ ଥିବାରୁ ଏ ନେଇ ସନ୍ଦେହ ଘନୀଭୂତ ହୋଇଥିଲା। ଏହି ମହିଳା ଜଣଙ୍କ ଏଠାରୁ ପଳାଇ ଯାଇ ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନାରେ ରକ୍ତଭିଜା ଧାରୁଆ କଟୁରି ସହ ଆତ୍ମସମର୍ପଣ କରିବାରୁ ଘଟଣାର ରହସ୍ୟ ଉନ୍ମୋଚିତ ହୋଇଛି। ସ୍ତ୍ରୀର ଅଧିକାର ପାଇବାକୁ ଦାବି କରି ନିରାଶ ହେବାରୁ ସେ ବଢାଙ୍କୁ କଟୁରିରେ ହାଣି ହତ୍ୟା କରିଥିବା ପୋଲିସକୁ ବୟାନ ଦେଇ କହିଛନ୍ତିି। ସହଦେବଖୁଣ୍ଟା ପୋଲିସ ବାରିପଦା ଯାଇ ଅଭିଯୁକ୍ତ ମହିଳାଙ୍କୁ ଆଣି ପଚରାଉଚୁରା ଚଳାଇଛି। ମୃତଦେହକୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଯାଇଛି। ତଦନ୍ତକାରୀ ଅଧିକାରୀ ସହଦେବଖୁଣ୍ଟା ଥାନା ଇନ୍ସପେକ୍ଟର ବିରଞ୍ଚତ୍ ସାହୁ ଏହି ସୂଚନା ଦେଇ କହିଛନ୍ତି ଯେ, ବଢ଼ା ବିବାହିତ ଥିଲେ। ତାଙ୍କର ୨ଟି ସନ୍ତାନ ରହିଛନ୍ତି। ତାଙ୍କ ଘର ମୟୂରଭଞ୍ଜ ଜିଲା ସିରିସବଣି ଗ୍ରାମରେ। ସେ ପ୍ରାୟ ୨୦ବର୍ଷ ଧରି ନିଜ ଅଞ୍ଚଳର ଜଣେ ମହିଳାଙ୍କୁ ଆଣି ବାଲେଶ୍ୱର ଗୁଡ଼ିପଦାର ଏକ ଭଡା ଘରେ ରହି ଆସୁଥିଲେ। ବିଭିନ୍ନ ସମୟରେ ସାମାଜିକ ସମ୍ମାନ କ୍ଷୁଣ୍ଣ ହେବାରୁ ଏହି ମହିଳା ଜଣକ ବିବାହ କରିବା ଲାଗି ଜିଦ୍‌ ଧରିଥିଲେ। ବଢା ରାଜି ନ ହେବାରୁ ଉଭୟଙ୍କ ମଧ୍ୟରେ ବାରମ୍ବାର କଳିଝଗଡ଼ା ହେଉଥିଲା। ମଙ୍ଗଳବାର ରାତିରେ ଉଭୟ ନିଶା ଖାଇ କଳିଝଗଡ଼ା କରି ଶୋଇ ପଡିଥିଲେ। ଭୋର୍‌ ସମୟରେ ବଢା ଶୋଇଥିବା ବେଳେ ମହିଳା ଜଣଙ୍କ ଏକ ଧାରୁଆ କଟୁରିରେ ତାଙ୍କ ମୁଣ୍ଡ ଓ ବେକକୁ ଚୋଟ ମାରିିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହା ଦେଖି ସେ ଘର ଛାଡ଼ି ବାରିପଦାକୁ ପଳାଇଯାଇଥିଲେ। ଏହି ହତ୍ୟା ଘଟଣା ନେଇ ପୋଲିସ ଏକ ମାମଲା (ନଂ. ୩୯୧/୧୯) ରୁଜୁ କରି ଅଧିକ ତଦନ୍ତ କରୁଥିବା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବ ହେବ ଉତ୍ସବମୁଖର: ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକୃଷ୍ଟ ପାଇଁ ଲକ୍ଷ୍ୟ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ମହୋତ୍ସବ ନେଇ ତୃତୀୟଥର ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ହୋଇଯାଇଛି। ବିଡ଼ିଓ ତଥା...

୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ

ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଧାନରେ ଇନ୍‌ପୁଟ୍‌ ଆସିଷ୍ଟାଣ୍ଟ ହ୍ରାସ, ବଢ଼ିଲା ଅସନ୍ତୋଷ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଉ ୨ଦିନ ପରେ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ୩ସପ୍ତାହ ପୂରିବ। ଅଥଚ ଏପର୍ଯ୍ୟନ୍ତ...

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri