ସ୍ତ୍ରୀଙ୍କୁ କବ୍‌ଜାରେ ରଖି ମାଗୁଛନ୍ତି ୨ ଲକ୍ଷ: ବୈକୁଣ୍ଠଧାମ ଆଶ୍ରମ କର୍ତ୍ତୃପକ୍ଷଙ୍କ ନାମରେ ସଙ୍ଗିନ ଅଭିଯୋଗ ଆଣିଲେ କେନ୍ଦୁଝର ଯୁବକ

ଭୁବନେଶ୍ୱର,୨୭ା୧୧(ସତ୍ୟଜିତ୍‌ ରାଉତ):ଭରତପୁର ଥାନା ଅନ୍ତର୍ଗତ ଘାଟିକିଆ ମୌଜାରେ ଥିବା ଶ୍ରୀ ବୈକୁଣ୍ଠଧାମ ଆଶ୍ରମ ବିରୋଧରେ ପୁଣି ଏକ ସଙ୍ଗିନ ଅଭିଯୋଗ ଆସିଛି। ଆଶ୍ରମ କର୍ତ୍ତୃପକ୍ଷ ତାଙ୍କ ସ୍ତ୍ରୀଙ୍କୁ କବ୍‌ଜା କରି ରଖିବା ସହ ୨ ଲକ୍ଷ ଟଙ୍କା ଦାବି କରିଥିବା ଜଣେ ବ୍ୟକ୍ତି ଶହୀଦନଗର ଥାନାରେ ଏତଲା ଦେଇଛନ୍ତି। ଏପରିକି ଆଶ୍ରମରେ ବହୁ ଅନୈତିକ କାର୍ଯ୍ୟ ହେଉଥିବା ବେଳେ ତାଙ୍କ ପାଖରେ ଏନେଇ ସବୁ ପ୍ରମାଣ ଥିବା ସେ ଦାବି କରିଛନ୍ତି। ଅଭିଯୋଗ ଆଣିଥିବା ବ୍ୟକ୍ତିଜଣକ ହେଲେ କେନ୍ଦୁଝର ଅଞ୍ଚଳର ଜିତେନ ଗିରି (୩୮)। ପୋଲିସ ତାଙ୍କ ଏତଲା ଆଧାରରେ ଏକ ଷ୍ଟେଶନ ଡଏରୀ ପଞ୍ଜୀକୃତ କରି ତଦନ୍ତ କରୁଛି।
ଏତଲା ଅନୁଯାୟୀ, ଜିତେନ୍‌ଙ୍କର ୨୦୧୪ରେ ବିବାହ ହୋଇଥିଲା। ସେ ତାଙ୍କ ସ୍ତ୍ରୀଙ୍କ ସହ ଭୁବନେଶ୍ୱରରେ ରହୁଥିଲେ। ତେବେ ପରବର୍ତ୍ତୀ ସମୟରେ ସ୍ତ୍ରୀ ଏମ୍‌ଫିଲ୍‌ ପାଇଁ ଆଚାର୍ଯ୍ୟ ବିହାରରେ ଓ ଜିତେନ ବ୍ୟବସାୟ ପାଇଁ ମୟୂରଭଞ୍ଜରେ ରହିଥିଲେ। କରୋନା ପରେ ତାଙ୍କ ସ୍ତ୍ରୀ ଶିବାନୀ ନାମ୍ନୀ ଯୁବତୀଙ୍କ ସଂସ୍ପର୍ଶରେ ଆସି ଉକ୍ତ ଆଶ୍ରମକୁ ଯାଇଥିଲେ। ଏହାପରଠାରୁ ତାଙ୍କ ସ୍ତ୍ରୀ ଘର ଛାଡ଼ି ଉକ୍ତ ଆଶ୍ରମରେ ରହିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏପରିକି ସ୍ତ୍ରୀଙ୍କୁ ଆଣିବାକୁ ଆଶ୍ରମ ଯାଇଥିଲେ ମଧ୍ୟ ସେ ଆସିବାକୁ ରାଜି ହୋଇ ନ ଥିଲେ। ସେହିପରି ଜିତେନ୍‌ ଆହୁରି ଅଭିଯୋଗ କରିଛନ୍ତି ଯେ, ଆଶ୍ରମର ବାବା କାଶୀନାଥଙ୍କ ପୁଅଙ୍କ ସହ ତାଙ୍କ ସ୍ତ୍ରୀ ଅଶ୍ୱଚାଳନା ଶିଖିବାକୁ ଯାଆନ୍ତି। ଏଥିସହ ବିଦେଶୀ ଲୋକଙ୍କ ସହ କଥାବାର୍ତ୍ତା କରନ୍ତି। ସେଠାକୁ ଆସୁଥିବା ଧନୀ ଲୋକଙ୍କୁ ତାଙ୍କ ସ୍ତ୍ରୀ ଟ୍ରାପ୍‌ କରି ଆଶ୍ରମକୁ ଆଣନ୍ତି। ତେବେ ଏନେଇ କାଶୀନାଥଙ୍କ ସହ ସେ କଥା ହୋଇଥିଲେ ମଧ୍ୟ ସେ କିଛି ଶୁଣି ନ ଥିଲେ। ତେବେ ସ୍ତ୍ରୀଙ୍କୁ ଫେରାଇ ଆଣିବାକୁ ଆଶ୍ରମରେ ଥିବା କ୍ରିଷ୍ଣା ନାମକ ଜଣେ ଯୁବକଙ୍କ ସହ କଥା ହେବା ପରେ ସେ ୨ ଲକ୍ଷ ଟଙ୍କା ଦାବି କରିଥିଲେ। ସେ ୫୦ ହଜାର ଟଙ୍କା ଦେଇଥିଲେ ମଧ୍ୟ ଆଶ୍ରମ କର୍ତ୍ତୃପକ୍ଷ ସ୍ତ୍ରୀଙ୍କୁ ଛାଡ଼ି ନ ଥିଲେ। ସେ ଗତ ୮ ମାସ ହେବ ତାଙ୍କୁ ଖୋଜୁଥିବା ଏତଲାରେ ଉଲ୍ଲେଖ କରିଛନ୍ତି। ତେବେ ଆଶ୍ରମ ନାଁରେ ଖବର ପଢ଼ି ସେ ଥାନାକୁ ଆସିଥିବା ଏତଲାରେ କହିଛନ୍ତି। ଏପରିକି ଆଶ୍ରମରେ ଥିବା ଏକାଧିକ ବ୍ୟକ୍ତିଙ୍କ ନାଁରେ ସେ ଏଭଳି ଅଭିଯୋଗ କରିଛନ୍ତି। ତେବେ ସ୍ତ୍ରୀ ଆଶ୍ରମରେ ଥିବା କହିବାରୁ ପୋଲିସ ଟିମ୍‌ ଜତିନଙ୍କୁ ନେଇ ଆଶ୍ରମ ଯାଇଥିଲା। ହେଲେ ଆଶ୍ରମରେ ତାଙ୍କ ସ୍ତ୍ରୀ ନ ଥିବା ଜଣାପଡ଼ିଥିଲ। ଏନେଇ ଅଧିକ ତଦନ୍ତ ଚାଲିଥିବା ଥାନାଧିକାରୀ ଦିଲୀପ କୁମାର କହିଛନ୍ତି। ଅନ୍ୟପକ୍ଷରେ ଅଭିଯୋଗ ନେଇ ଆଶ୍ରମ କର୍ତ୍ତୃପକ୍ଷ କିମ୍ବା ପଣ୍ଡିତ କାଶୀନାଥଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ମିଳିବ ଖୁସି ଖବର, ଏତିକି % ବଢ଼ିବ DA!

ଲକ୍ଷ୍ନୌ,୪।୧୦: ଦୀପାବଳି ପୂର୍ବରୁ ଉତ୍ତରପ୍ରଦେଶର ସରକାରୀ କର୍ମଚାରୀ ଓ ପେନ୍‌ସନର୍‌ଙ୍କୁ ମିଳିପାରେ ଖୁସି ଖବର। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟ କର୍ମଚାରୀଙ୍କ ପାଇଁ ବର୍ଦ୍ଧିତ ମହଙ୍ଗା ଭତ୍ତା…

ଗୋବିନ୍ଦା-କୋମଲଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଝିଅ ଟିନା, କେବଳ କଥା….

ମୁମ୍ବାଇ,୪।୧୦: ବଲିଉଡ୍ ଅଭିନେତା ଗୋବିନ୍ଦା ଏବେ ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କ ସହ କଥିତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଗୋବିନ୍ଦା ଓ ତାଙ୍କ ପତ୍ନୀ…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?