ସ୍କୁଟର ସିଟ ତଳୁ ନାଗ ଉଦ୍ଧାର

ବାରିପଦା ଅଫିସ,୪।୬- ବାରିପଦା ସହର ତକତପୁର ୱାର୍ଡ ନଂ ୨୭ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ସ୍କୁଟର ସିଟ ତଳୁ ଏକ ନାଗ ସାପ ଉଦ୍ଧାର କରାଯାଇଛି। ବିବେକାନନ୍ଦ ଶିକ୍ଷାକେନ୍ଦ୍ର ନିକଟରେ ରହୁଥିବା ସହକାରୀ କୃଷି ଅଧିକାରୀ ଜୟକୃଷ୍ଣ ନାୟକଙ୍କ ସ୍କୁଟର ସିଟ ତଳେ ସାପ ଥିବା ନାୟକଙ୍କ ସ୍ତ୍ରୀ ଦେଖିଥିଲେ। ପରେ ପ୍ରାଣୀ ଉଦ୍ଧାରକାରୀ କୃଷ୍ଣଚନ୍ଦ୍ର ଗୋଚ୍ଛାୟତ ଆସି ସାପଟିକୁ ଉଦ୍ଧାର କରିଥିଲେ। ସାପଟିର ଲମ୍ବ ୩ ଫୁଟ ହେବ ବୋଲି ଜଣାପଡିଛି।