ସୌଭାଗ୍ୟ ଯୋଜନା ବାଟବନା: ବିଦ୍ୟୁତ୍‌ ସଂଯୋଗରୁ ବଁଚିତ୍‌ ସିର୍ଲିଗୁଡ଼ାବାସୀ

କୋକସରା, ୨୬।୧୨(ଡି.ଏନ୍‌.ଏ.)-
କଳାହାଣ୍ଡି ଜିଲା କୋକସରା ବ୍ଲକ ଫୁଫଗାଁ ପଁଚେତ୍‌ ସିର୍ଲିଗୁଡ଼ା ଗାଁବାସୀକୁ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍‌ ସଂଯୋଗ ଯୁଗେଇ ଦେବାର ଲାଗି କାମ୍‌ ମୂଲ ହେଇଛେ। ହେଲେ କାମ୍‌ ମୂଲ ହେବାର ଅନେକ ବଛର ବିତିଯାଇଥିଲେ ବି ଗାଁବାସୀ ବିଦ୍ୟୁତ୍‌ ସଂଯୋଗ ପାଏବାରୁ ବଁଚିତ୍‌ ହେଇଥିବାର ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ ସିର୍ଲିଗୁଡ଼ା ଗଁାର ପାଖାପାଖି ୩୦ ବିପିଏଲ୍‌ ପରିବାରକେ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍‌ ସଂଯୋଗ ଯୁଗେଇ ଦେବାକେ ୪ ବଛର ତଲେ କାମ୍‌ ମୂଲ ହେଇଥିଲା। ଗାଁରେ ବିଦ୍ୟୁତ୍‌ ଖୁଁଟା ତୁପା ଯାଇ ତାର ଟନା ଯାଇଛେ। ହିତାଧିକାରୀମାନକର ଘରମାନକୁ ବିଦ୍ୟୁତ୍‌ ସାମାନ ଖଁଜା ଯାଇଛେ। ହେଲେ ବିଭାଗୀୟ ଅଧ୍‌କାରୀକଁର ଅବହେଲା ଆର ଖାମ୍‌ଖିଆଲି ମନଭାବ ଲାଗି ଗଁାବାସୀ ବିଦ୍ୟୁତ୍‌ ସେବା ପାଏବାରୁ ବଁଚିତ୍‌ ଥିବାର ଅଭିଯୋଗ କରିଛନ୍‌। ଏନ୍‌ତାଥି ହିତାଧିକାରୀମାନେ ଅନେକ ସମିଆରେ ବିଭାଗୀୟ ଅଧ୍‌କାରୀ, ନେତା ମନ୍ତ୍ରୀକୁଁ ଗୁହାରି କରି ନିରାଶ ହେଇଥିବାର କହିଛନ୍‌। ଶେଷେ ଉପେ ଶୂଇନ୍‌ ହିତାଧିକାରୀ ହଲଧର ଶବର, ବଲରାମ ଶବର, ରୁପଧର ବେମାଲ, ମୋହନ ଶବର, ଦିବାକର ଜାଲ, ହରି ଶବର, ଧନବାଲ ଶବର, ଦୈତାରି ପୂଜାରୀ, ରତନ ଶବର, ରତ୍ନାକର ଶବର ଖଗପତି ଶବର, ରିଙ୍କୁ ଶବର ପରମୁଖ୍‌ ଏକ୍‌ଯୋଟ ହେଇ ଧର୍ମଗଡ଼ ଉପଜିଲାପାଳକୁଁ ବିଦ୍ୟୁତ୍‌ ସଂଯୋଗ ଲାଗି ଲିଖିତ ଅଭିଯୋଗ କରିଛନ୍‌। ପରଶାସନ କି ବିଭାଗୀୟ ଅଧ୍‌କାରୀ ସମସିଆର ସମାଧାନ ଦିଗେ ପଦକ୍ଷେପ ନାଇଁ ନେଲେ ଗାଁବାସୀ ଆଏବାର ଦିନେ ଆଂଦୋଲନ ଲାଗି ରାଜ୍‌ ରାସ୍‌ତାକେ ଉତିରମୁ ବଲି ଚେତାବନୀ ଦେଇଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଓମ୍‌ସାର ଆନ୍ଦୋଳନ ଆଜି ବି ଜାରି: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ଛତ୍ରପୁର,୨୭ା୧୨(ଦିଲ୍ଲୀପ ସାମଲ): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ଓଡ଼ିଶା ଆସି ଓଡ଼ିଆରେ କହିଲେ ନିର୍ବାଚନ କମିଶନର, ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କରି…

ପୁରୀ,୨୭ା୧୨: ଓଡ଼ିଶାରେ ଆସି ପହଞ୍ଚିଛନ୍ତି ଭାରତୀୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର। ୩ ଦିନିଆ ଓଡ଼ିଶା ଗସ୍ତରେ ସପରିବାର ଆସିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ...

ପାଖେଇ ଆସୁଛି ନୂଆବର୍ଷ, ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ନେଲା ବଡ଼ ନିଷ୍ପତ୍ତି

ପୁରୀ,୨୭।୧୨: ଡିସେମ୍ବର ମାସର ଶେଷ ଦିନଗୁଡ଼ିକରେ ପୁରୀ ଜଗନ୍ନାଥ ଧାମରେ ଭକ୍ତଙ୍କ ସଂଖ୍ୟାରେ ତୀବ୍ର ବୃଦ୍ଧି ପରିଲକ୍ଷିତ ହୋଇଛି। ଅଧିକାରୀଙ୍କ ଅନୁଯାୟୀ, ଏହି ବର୍ଦ୍ଧିତ ଭିଡ଼...

ଶ୍ରୀମନ୍ଦିରରେ ମୁଖ୍ୟ ନିର୍ବାଚନ କମିଶନର: ପରିବାର ସହ ମହାପ୍ରଭୁଙ୍କୁ କଲେ ଦର୍ଶନ

ପୁରୀ,୨୭।୧୨: ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର ଶନିବାର ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହିତ ଆର୍ଶୀବାଦ ଲାଭ କରିଛନ୍ତି । ମୁଖ୍ୟ...

ଡାକ୍ତରଙ୍କ ଆନ୍ଦୋଳନ: ଲାଇନ୍‌ରେ ଛିଡ଼ା ହୋଇଛନ୍ତି ରୋଗୀ

ଧର୍ମଶାଳା,୨୭।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରମାନେ ବିଭିନ୍ନ ଦାବି ନେଇ ୧ ଘଣ୍ଟିଆ ଆନ୍ଦୋଳନ ଆରମ୍ଭ କରିଛନ୍ତି। ରାଜ୍ୟରେ ମଞ୍ଜୁରୀପ୍ରାପ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri