Posted inଖେଳ

ସୌଭାଗ୍ୟଙ୍କୁ ଆଇରନ ମ୍ୟାନ ଟାଇଟଲ

କଟକ ଅଫିସ,୩୧ା୭-ଓଡ଼ିଶାର ସୌଭାଗ୍ୟ କୁମାର ରଥ ଆଇରନ ମ୍ୟାନ ଟାଇଟଲ ହାସଲ କରିଛନ୍ତି। ଜର୍ମାନୀର ହାମବର୍ଗଠାରେ ଅନୁଷ୍ଠିତ ଆଇରନ ମ୍ୟାନ ପ୍ରତିଯୋଗିତାର ସବୁ ରାଉଣ୍ଡକୁ ସଫଳତାର ସହ ଶେଷ କରି ସୌଭାଗ୍ୟ ଏହି କୃତୀତ୍ୱ ଅର୍ଜନ କରିଛନ୍ତି । ପୂର୍ବରୁ ସିଦ୍ଧାର୍ଥ ରାଉତରାୟ ଆଇରନ ମ୍ୟାନ ଟାଇଟଲ ହାସଲ କରିଥିଲେ।
ବିଶ୍ୱର ବଛାବଛା ୨୬୫୦ ପ୍ରତିଯୋଗୀଙ୍କୁ ନେଇ ହାମବର୍ଗରେ ଏହି ପ୍ରତିଯୋଗିତା ହୋଇଥିଲା। ୧୬ଜଣ ଭାରତୀୟ ପ୍ରତିଯୋଗୀଙ୍କ ମଧ୍ୟରୁ ସୌଭାଗ୍ୟ ଏକମାତ୍ର ଓଡ଼ିଆ ପ୍ରତିଯୋଗୀ ଥିଲେ। ଆଇରନ ମ୍ୟାନ ପ୍ରତିଯୋଗିତାରେ ଆଲଷ୍ଟର ନଦୀରେ ୩.୮କିମି ସନ୍ତରଣ, ୧୮୦କିମି ସାଇକେଲ ଚାଳନା ଓ ୪୨କିମି ଦୌଡ଼ ସାମିଲ ଥିଲା । ଉକ୍ତ ୩ଟି ଯାକ ଇଭେଣ୍ଟକୁ ୧୫ ଘଣ୍ଟା ୫୦ମିନିଟରେ ଶେଷ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଥିଲା। ସୌଭାଗ୍ୟ ୧୫ଘଣ୍ଟା ୨୭ମିନିଟ ୫୯ ସେକେଣ୍ଡରେ ଲକ୍ଷ୍ୟ ଅତିକ୍ରମ କରି ଉକ୍ତ ସଫଳତା ସାଉଁଟିଥିଲେ। ୧୬ ଭାରତୀୟ ପ୍ରତିଯୋଗୀଙ୍କ ମଧ୍ୟରୁ ୨ଜଣ ନିର୍ଦ୍ଧାରିତ ସମୟ ମଧ୍ୟରେ ଲକ୍ଷ୍ୟ ଅତିକ୍ରମ କରି ପାର ନ ଥିଲେ। ପୂର୍ବରୁ ଶ୍ରୀଲଙ୍କାରେ ଓ ଜର୍ମାନୀରେ ଆଇରନ ମ୍ୟାନ ପ୍ରତିଯୋଗିତାରେ ମଧ୍ୟ ସୌଭାଗ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ। ଏବେ ଲକ୍ଷ୍ୟ ପୂରଣ ହୋଇଥିବାରୁ ବିଭିନ୍ନ ବର୍ଗରୁ ସୌଭାଗ୍ୟଙ୍କୁ ଶୁଭେଚ୍ଛା ମିଳିବାରେ ଲାଗିଛି । ନିଜ ପ୍ରତିକ୍ରିୟାରେ ସୌଭାଗ୍ୟ କହିଛନ୍ତି ଯେ, ଶ୍ରୀଲଙ୍କାର କଲମ୍ବୋ ପ୍ରତିଯୋଗିତା ପରେ ଜର୍ମାନୀ ନିମନ୍ତେ ବହୁତ ପରିଶ୍ରମ କରିଥିଲି । ଶୁଭେଚ୍ଛୁଙ୍କ ଭଲ ପାଇବା ଓ ପିତାମାତା, ଭଗବାନଙ୍କ ଆଶୀର୍ବାଦ ମୋ ସହିତ ଥିଲା । ଜର୍ମାନୀରେ ଗ୍ରୀଷ୍ଣ ପ୍ରବାହ ଯୋୁଁ ପ୍ରତିଯୋଗିତା ବହୁ କଷ୍ଟ ଦାୟକ ଥିଲା। ମା’ ବାସନ୍ତୀ ରଥ ଓ ପିତା ସ୍ବର୍ଗତ ପଞ୍ଚାନନ ରଥଙ୍କ ପୁତ୍ର ସୌଭାଗ୍ୟଙ୍କ ଘର ନୟାଗଡ଼ ଜିଲାରେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ସ୍ବାମୀଙ୍କ ଆଗରେ ଚାଲିଗଲା ସାବିତ୍ରୀଙ୍କ ଜୀବନ: ନାତୁଣୀ ଜନ୍ମଦିନ ସାରି ଫେରୁଥିବାବେଳେ ଘଟିଲା…

ତାଳଚେର,୨୫।୮(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସ୍କୁଟିକୁ ଧକ୍କା ଦେଇଛି ଟ୍ରକ।…

ଚମକିଲେ ବୈଭବ ସୂର୍ଯ୍ୟବଂଶୀ; ଗୋଟିଏ ଓଭରରେ କଲେ ଏମିତି କାମ, ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୨୫।୮: ବେଙ୍ଗାଲୁରୁସ୍ଥିତ BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଚାଲିଥିବା ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଇଷ୍ଟ ଜୋନ୍ ପକ୍ଷରୁ ଦମଦାର ବୋଲିଂ କରିଛନ୍ତି ୧୫ ବର୍ଷୀୟ ବୈଭବ…

ଡଙ୍ଗା ଚଢୁଥିଲେ ପରେଶ୍ୱର,ଟାଣିନେଲା କୁମ୍ଭୀର: ଆଉ ତା’ପରେ ଘଟିଲା…

ରାଜକନିକା,୨୫।୮(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ତ୍ରୈଲୋକ୍ୟପୁର ପଞ୍ଚାୟତ ଗଙ୍ଗାଧର ପ୍ରସାଦ ଡିଆ ଗାଁ ସନ୍ନିକଟ ଖରସ୍ରୋତା ନଦୀର ଭରାନଦୀରେ ମଙ୍ଗଳବାର ସକାଳେ ସମୟରେ…

ଧ୍ରୁବ ଜୁରେଲଙ୍କ ‘ଟାଟୁ’ ପଛରେ କ’ଣ ଅଛି ଅର୍ଥ? ଜାଣିବା ପରେ ଆପଣ ମଧ୍ୟ ତାଙ୍କୁ…

ନୂଆଦିଲ୍ଲୀ,୨୫।୮: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଧ୍ରୁବ ଜୁରେଲ ଶତକ ପୂରଣ କରିବା ମାତ୍ରେ, ତାଙ୍କର ଉତ୍ସବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ପ୍ରଥମେ ଏକ…

ବିଧାୟକଙ୍କ ଉପସ୍ଥିତିରେ ଆପୋଷ ବୁଝାମଣାରେ ତୁଟିଲା ଉଠାଦୋକାନୀ ବିବାଦ

ଛତ୍ରପୁର,୨୫।୮(ଦିଲ୍ଲୀପ ସାମଲ): ଛତ୍ରପୁର ସହର ବାଳିକା ଉଚ୍ଚ ବିଦ୍ୟାଳୟ ନିକଟ ପରିବା ବଜାର ଉଠାଦୋକାନୀ ମଙ୍ଗଳବାର ବନ୍ଦ ଡାକରା ଦେଇଥିବା ବେଳେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ…

ଇମ୍ରାନଙ୍କୁ ନେଇ ଏମିତି କହିଲେ କପିଲ ଦେବ, ହେଉଛି ବଡ଼ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ କପିଲ ଦେବ ପୁଣି ଥରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଇମ୍ରାନ ଖାନଙ୍କ ସମର୍ଥନରେ ବାହାରିଛନ୍ତି। ସମ୍ପ୍ରତି, 21 ଜଣ…

ଅସରପା ଶବ୍ଦକୁ ନେଇ ଏବେବି ରହିଛି ବିବାଦ, ପୁଣି ଉଠିଲାଣି CJIଙ୍କ କଥା? ଅଭିଜିତ ଦୀପକେଙ୍କ ଆଶ୍ଚର୍ଯ୍ୟଜନକ ଦାବି

ନୂଆଦିଲ୍ଲୀ,୨୫।୮: ‘କକ୍ରୋଚ’ ଶବ୍ଦର ବ୍ୟବହାରକୁ ନେଇ ରାଜନୈତିକ ବିବାଦ ଜାରି ରହିଛି। ଏହା ମଧ୍ୟରେ, କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦାବି କରିଛନ୍ତି…

ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ, ଉପଜିଲାପାଳଙ୍କୁ ଦେଲେ ଦାବିପତ୍ର

ଗୁଣପୁର,୨୫।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଅଙ୍ଗନୱାଡି କର୍ମୀମାନେ ଅନଶନ ଆରମ୍ଭ କରିଛନ୍ତି । ବିଭିନ୍ନ ଦାବି ନେଇ ମଙ୍ଗଳବାର ଠାରୁ ଏହି ବିକ୍ଷୋଭ ଆରମ୍ଭ କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri