ସୋସିଆଲ ମିଡିଆ ପ୍ରୋଫାଇଲକୁ ଆଧାର ସହ ଲିଙ୍କ୍‌: ଫେସ୍‌ବୁକ୍‌ର ଆବେଦନ,କେନ୍ଦ୍ରକୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ,୨୦-୮: ସୋସିଆଲ ମିଡିଆ ପ୍ରୋଫାଇଲକୁ ଆଧାର ସହ ସଂଯୋଗ(ଲିଙ୍କ୍‌) କରିବା ଲାଗି ଦାବି ହେଉଛି। ଏ ସଂକ୍ରାନ୍ତରେ ଏକାଧିକ ହାଇକୋର୍ଟରେ ମାମଲା ଚାଲୁଥିବା ବେଳେ ଗୋଟିଏ ମଞ୍ଚରେ ଶୁଣାଣି ଲାଗି ଫେସ୍‌ବୁକ୍‌ ଇଙ୍କ୍‌(ଇନକର୍ପୋରେଟେଡ) ପକ୍ଷରୁ ଏକ ମାମଲା ସୁପ୍ରିମକୋର୍ଟରେ ଦାଏର କରାଯାଇଛି। ଏହାକୁ ଗ୍ରହଣ କରି ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାର, ଗୁଗଲ, ଟୁଇଟର, ୟୁଟ୍ୟୁବ୍‌କୁ ନୋଟିସ ଜାରି କରିଛନ୍ତି। ନୋଟିସ ପାଇ ନ ଥିବା ପକ୍ଷଙ୍କୁ ଇ-ମେଲ୍‌ ଯୋଗେ ଏହା ପଠାଇବାକୁ ଜଷ୍ଟିସ ଦୀପକ ଗୁପ୍ତା ଓ ଜଷ୍ଟିସ ଅନିରୁଦ୍ଧ ବୋଷ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୧୩ ସୁଦ୍ଧା ନୋଟିସର ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଫେସ୍‌ବୁକ ପକ୍ଷରୁ ଆବେଦନରେ ଦର୍ଶାଯାଇଛି ଯେ, ସୋସିଆଲ ମିଡିଆ ପ୍ରୋଫାଇଲକୁ ଆଧାର ସହ ଯୋଡିବା ନେଇ ୪ ମାମଲା ବିଭିନ୍ନ ଅଦାଲତରେ ଦାଏର ହୋଇଛି। ସେଥିମଧ୍ୟରୁ ୨ ମାମଲା ମାଡ୍ରାସ ହାଇକୋର୍ଟ, ଗୋଟିଏ ବମ୍ବେ ହାଇକୋର୍ଟ ଓ ଗୋଟିଏ ମଧ୍ୟପ୍ରଦେଶ ହାଇକୋର୍ଟରେ ଦାଏର କରାଯାଇଛି। ସବୁ ଆବେଦନରେ ପ୍ରାର୍ଥନା ଗୋଟିଏ ପ୍ରକାରର ହୋଇଥିବାରୁ ଭିନ୍ନ ଭିନ୍ନ ଅଦାଲତରେ ଶୁଣାଣି କରିବା ଅପେକ୍ଷା ଗୋଟିଏ ମଞ୍ଚ ଅର୍ଥାତ ସୁପ୍ରିମକୋର୍ଟରେ ଶୁଣାଣି କରାଯାଉ। ଏହାଦ୍ୱାରା ଭିନ୍ନ ରାୟ ପ୍ରକାଶ ପାଇବାରୁ ଦୂରେଇ ହେବ। ଖଣ୍ଡପୀଠ ମାମଲାର ପ୍ରାରମ୍ଭିକ ଶୁଣାଣି କରି ସୋସିଆଲ ମିଡିଆର ପ୍ରୋଫାଇଲକୁ ୧୨ ସଂଖ୍ୟା ଥିବା ଆଧାର ସହ ଯୋଡିବା ନେଇ ମାଡ୍ରାସ ହାଇକୋର୍ଟରେ ଚାଲିଥିବା ଶୁଣାଣି ଜାରି ରଖିବାକୁ ନିର୍ଦ୍ଦେଶ ଦେବା ସହ ଚୂଡ଼ାନ୍ତ ରାୟ ପ୍ରକାଶ ନ କରିବାକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

୨୫ ବର୍ଷ ମଧ୍ୟରେ ଯାହା ହୋଇନଥିଲା ତାହା ଏବେ ଘଟୁଛି… କାହିଁକି ଦ୍ରୁତ ଗତିରେ ସୁନା ବିକ୍ରି କରୁଛି ରୁଷିଆ? ଜାଣିଲେ…

ନୂଆଦିଲ୍ଲୀ,୩୦।୩: ରୁଷିଆ ୨୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଏହାର କେନ୍ଦ୍ରୀୟ ବ୍ୟାଙ୍କ ଭଣ୍ଡାରରୁ ସୁନା ବିକ୍ରୟ ଆରମ୍ଭ କରିଛି। ବର୍ଲିନ ସ୍ଥିତ ଏକ ଖବର ସଂସ୍ଥାର…

କାରବାର ଆରମ୍ଭ ହେବା ମାତ୍ରେ ଖସିଲା ଶେୟାର ମାର୍କେଟ୍‌, ସେନ୍‌ସେକ୍ସ ହ୍ରାସ ପାଇ…

ନୂଆଦିଲ୍ଲୀ,୩୦ା୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ଭାରତୀୟ ଷ୍ଟକ୍‌ ବଜାର ହ୍ରାସ ପାଇଛି। ବିଏସ୍‌ଇର ୩୦-ଶେୟାର ସୂଚକାଙ୍କ, ସେନସେକ୍ସ ୧୦୧୮…

‘ଭଲ ଉତ୍ପାଦ ଏହାର ଗୁଣବତ୍ତା ଦ୍ୱାରା ଆଦୃତ ହୁଏ’

ଭୁବନେଶ୍ୱରସ୍ଥିତ ଜୟବାବା ଅଟୋମୋବାଇଲ୍ସର ମ୍ୟାନେଜିଂ ପାର୍ଟନର ହର୍ଷିତ ଲୋଧା ଜଣେ ସଫଳ ଉଦ୍ୟୋଗୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ୨୦୨୩ରେ ପ୍ରତିଷ୍ଠିତ ‘ଜୟବାବା ଟ୍ରାଇବ୍‌’ର ପ୍ରତିଷ୍ଠାତା…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: ଏପ୍ରିଲ ୧ରୁ ବଦଳୁଛି ଏହି ନିୟମ, ଜାଣନ୍ତୁ ନୂଆ…

ନୂଆଦିଲ୍ଲୀ,୨୯।୩: ଟ୍ରେନ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରନ୍ତି ଏବଂ ଟିକେଟ କ୍ୟାନସଲ କରିବାକୁ ପଡ଼େ, ତେବେ ଭାରତୀୟ ରେଳବାଇର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri