ସୋସିଆଲ ମିଡିଆ ପ୍ରଭାବ: ଲତାଙ୍କ ଗୀତ ଗାଇ ଚର୍ଚ୍ଚାକୁ ଆସିଥିବା ରାନୁଙ୍କ ଭାଗ୍ୟ ବଦଳିଲା, ମିଳୁଛି ଅନେକ ଶୋ’ର ଅଫର୍‌

ମୁମ୍ବାଇ: ଆଜିର ଅତ୍ୟାଧୁନିକ ସମାଜରେ ସୋସିଆଲ ମିଡିଆର ପ୍ରଭାବ ଅଧିକ।ଏଥିରେ କୌଣସି ଘଟଣା ଥରେ ଭାଇରାଲ ହେବା ପରେ ରାତାରାତି ଷ୍ଟାର ପାଲଟିଯାଆନ୍ତି ଅନେକେ। ଏପରି କିଛି ଘଟିଛି ପଶ୍ଚିମବଙ୍ଗର ରାନୁଙ୍କ କ୍ଷେତ୍ରରେ। ନିକଟରେ କୋକିଳ କଣ୍ଠି ଲତା ମଙ୍ଗେସକରଙ୍କ ଲୋକପ୍ରିୟ ଗୀତ ‘ଏକ ପ୍ୟାର କା ନଗମା ହେ’ ଗାଇ ରାନୁ ଚର୍ଚ୍ଚାକୁ ଆସିଥିଲେ। ଷ୍ଟେଶନରେ ବସିଥିବା ବେଳେ ସେ ଏହି ଗୀତକୁ ଗାଉଥିଲେ। ଏହି ସମୟରେ କେହି ତାଙ୍କର ଭିଡିଓ କରି ସୋସିଆଲ ମିଡିଆରେ ଛାଡ଼ିଥିଲେ। ଭିଡିଓଟି ଭାଇରାଲ ହେବା ପରେ ଏବେ ତାଙ୍କୁ ବିଭିନ୍ନ ଶୋ’ର ଅଫର ମିଳିବାରେ ଲାଗିଛି। ଏପରିକି ବମ୍ବେରେ ହେବାକୁ ଥିବା ଏକ ରିଆଲିଟି ଶୋ’ରେ କାମ କରିବା ଲାଗି ରାନୁଙ୍କ ମେକ୍‌ଓଭର କରାଯାଇଛି। ଏହାର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ତେବେ ଏହାକୁ କେହି ଦେଖିଲେ ଜୀବନ କେଉଁ ମୁହୁର୍ତ୍ତରେ ବି ବଦଳିଯାଇପାରେ ବୋଲି ବିଶ୍ୱାସ କରିବ। ଏବେ ରାନୁଙ୍କୁ ବମ୍ବେ ଅଣାଯିବ। ଫଳରେ ଖୁବ୍‌ଶୀଘ୍ର ତାଙ୍କୁ ନୂଆ ଅବତାରରେ ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି।

ବ୍ୟକ୍ତିଗତ ଜୀବନକୁ ଦେଖିଲେ ରାନୁ, ବବଲୁ ମଣ୍ଡଳଙ୍କୁ ବିବାହ କରିଥିଲେ। ମାତ୍ର ସ୍ବାମୀଙ୍କ ମୃତ୍ୟୁ ପରେ ସେ ଏକା ହୋଇଯିବା ହେତୁ ପଶ୍ଚିମବଙ୍ଗ ଚାଲିଆସିଥିଲେ। ଏଠାରେ ସେ ରାନାଘାଟ ଷ୍ଟେଶନରେ ଯାତ୍ରୀମାନଙ୍କ ସମ୍ମୁଖରେ ଗୀତ ବୋଲି ନିଜର ଗୁଜରାଣ ମେଣ୍ଟାଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ବିବାଦୀୟ ମନ୍ତବ୍ୟ ଦେବା ପରେ କ୍ଷମା ମାଗିଲେ ଖାର୍ଗେ, ଭାବନାକୁ ଆଘାତ ଦେବା…

ନୂଆଦିଲ୍ଲୀ,୮।୪: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁଜରାଟର ଲୋକଙ୍କ ସମ୍ପର୍କରେ ଦେଇଥିବା ବୟାନ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ ସେ ସବୁବେଳେ ଗୁଜରାଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri