ସୋନପୁର ବସ୍‌ଷ୍ଟାଣ୍ଡରେ ସର୍ବନିମ୍ନ ସୁବିଧା ନାହିଁ: ପ୍ରଚଣ୍ଡ ଖରାରେ ସିଝୁଛନ୍ତି ଯାତ୍ରୀ

ସୋନପୁର, ୨୯।୪(ନି.ପ୍ର.) ସୁବର୍ଣ୍ଣପୁର ଜିଲା ସଦର ମହକୁମାରେ ଥିବା ବସ୍‌ଷ୍ଟାଣ୍ଡରେ ଯାତ୍ରୀଙ୍କୁ ସର୍ବନିମ୍ନ ସୁବିଧା ମିଳୁନି। ଦୂରଦୂରାନ୍ତରୁ ଆସୁଥିବା ଓ ଏଠାରୁ ବିଭିନ୍ନ ସ୍ଥାନକୁ ବସ୍‌ ଯୋଗେ ଯାଉଥିବା ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି। ମନ୍ଦିରମାଳିନୀ ସୋନପୁରର କେନ୍ଦ୍ରସ୍ଥଳରେ ଥିବା ଏହି ବସ୍‌ଷ୍ଟାଣ୍ଡ ପ୍ରତି ପ୍ରଶାସନ କିମ୍ବା ପୌର କର୍ତ୍ତୃପକ୍ଷ ଦୃଷ୍ଟି ନଦେବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ନୂତନ ଜିଲା ଗଠନ ହେବା ପରେ ଏବଂ ମହାନଦୀରେ ସେତୁ ନିର୍ମାଣ ପରେ ସହରର ଜନବସତି ବୃଦ୍ଧି ପାଇବା ସହିତ ଉଭୟ ପଶ୍ଚିମ ଓଡିଶା ଓ ପୂର୍ବ ଓଡିଶାକୁ ଗମନାଗମନର ସୁବିଧା ହୋଇପାରିଛି।ଭୌଗୋଳିକ ଦୃଷ୍ଟିକୋଣରୁ ଦେଖିଲେ ରେଳପଥର ସୁବିଧା ନଥିଲେ ବି ଏହି ଅଞ୍ଚଳରୁ ସମସ୍ତ ଅଞ୍ଚଳକୁ ଗମନାଗମନ ବସ ଯୋଗେ ଅଧିକ ସହଜ ହୋଇପାରିଛି। ଗୋଟିଏ ପଟେ ବିଭିନ୍ନ ଅଞ୍ଚଳର ଯାତ୍ରୀଙ୍କ ସହିତ ପର୍ଯ୍ୟଟକଙ୍କ ଯାତାୟାତ ମଧ୍ୟ ବୃଦ୍ଧି ପାଇଛି। କିନ୍ତୁ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ବସ୍‌ଷ୍ଟାଣ୍ଡର ଯେଉଁଭଳି ଉନ୍ନତି ହେବା କଥା ଜିଲା ଗଠନର ୨୬ବର୍ଷ ପରେ ମଧ୍ୟ ହୋଇ ପାରିନାହିଁ। ବସ୍‌ଷ୍ଟାଣ୍ଡ ପରିସରରେ ଜବରଦଖଲ ବୃଦ୍ଧି ପାଇଥିବା ବେଳେ ପ୍ରାଇଭେଟ୍‌ ଟ୍ୟାକ୍ସିଗୁଡିକ ସେଠାରେ ପାର୍କିଂ କରୁଛନ୍ତି। ଏହା ଜଣେ ସାଧାରଣ ଯାତ୍ରୀ ଓ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ବ୍ୟଥିତ କରିଛି। ଜଣାଯାଇଛି ଯେ, ଯାତ୍ରୀମାନଙ୍କ ପାଇଁ ଏଠାରେ ଆଇଡିଏସଏମଟି ଯୋଜନାରେ ପ୍ରାୟ ୧୫ଲକ୍ଷ ଟଙ୍କା ବ୍ୟୟରେ ଏକ ବିଶ୍ରାମାଗାର ନିର୍ମାଣ କରାଯାଇଥିଲା। ତେବେ ଏହି ଯାତ୍ରୀ ବିଶ୍ରାମାଗାର  ବସ୍‌ ଛିଡା ହେଉଥିବା ସ୍ଥାନର ପଛପାର୍ଶ୍ୱରେ ନିର୍ମାଣ ହୋଇଥିବାରୁ ତାହା ଏବେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ତେଣୁ ଯାତ୍ରୀମାନେ ନିଜକୁ ନିରାପଦ ମଣୁ ନଥିବାରୁ ବିଶ୍ରାମଗାରରେ ବିଶ୍ରାମ ନେଉନାହାନ୍ତି। ବସ୍‌ଷ୍ଟାଣ୍ଡରେ ଖୋଲା ଆକାଶ ତଳେ ଛିଡା ହୋଇ ଯାତ୍ରୀମାନେ ପ୍ରଚଣ୍ଡ ଖରାରେ ସିଝୁଥିବା ଦେଖିବାକୁ ମିଳୁଛି। ଏଠାରେ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ପରିସ୍ରାଗାର ଓ ଶୌଚାଳୟଟିଏ ନାହିଁ। ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା ହୋଇପାରିନି। ସେହିଭଳି ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉନାହିଁ। ବୌଦ୍ଧ ଜିଲା ଆଡସିଂ ଅଞ୍ଚଳର ମହିଳା ଶୁକ୍ରୁ ମଲ୍ଲିକ କୁହନ୍ତି ଘରକୁ ଯିବା ପାଇଁ ସେ ବସ୍‌କୁ ଅପେକ୍ଷା କରିଛନ୍ତି। ଏଠାରେ ଯାତ୍ରୀଙ୍କ ପାଇଁ ବିଶ୍ରାମଗାର ନାହିଁ। ଫଳରେ ଖୋଲା ଆକାଶ ତଳେ ଖରାରେ ପିଲା ଛୁଆଙ୍କୁ ଧରି ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ଯାତ୍ରୀମାନେ ଦୋକାନ ଛାଇରେ ବିଶ୍ରମ ନେବାକୁ ଗଲାବେଳେ ସେମାନେ ବିରକ୍ତ ହେଉଥିବା କହିଥିଲେ। ଏ ସମ୍ପର୍କରେ ପୂର୍ବତନ ନଗରପାଳ କଇରୁ ସ୍ବାଇଁ କୁହନ୍ତି ପୂର୍ବରୁ ଯାତ୍ରୀ ବିଶ୍ରାମାଗାରରେ ଯାତ୍ରୀ ବିଶ୍ରାମ ନେଉଥିଲେ। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବ ଓ ନିୟମିତ ସଫେଇ ହେଉ ନଥିବାରୁ ସେଠାକୁ ଯାତ୍ରୀ ଯାଉନାହାନ୍ତି। ବସ୍‌ଷ୍ଟାଣ୍ଡ ପରିସରରେ ଏକ ନୂତନ ବିଶ୍ରାମାଗାର ନିର୍ମାଣ ପାଇଁ ୨୦ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଟେଣ୍ଡର ପ୍ରକ୍ରିୟା ସରି କାମ ଆରମ୍ଭ ହେବା ସମୟରେ ବିରୋଧ ହେବାରୁ କାମ ବନ୍ଦ ରହିଛି। ସେହିପରି ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ପାଇଁ ଦେଢ ବର୍ଷ ତଳୁ ୨ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ପ୍ରଶାସନିକ ଇଛାଶକ୍ତିର ଅଭାବ କାରଣରୁ ତାହା କାର୍ଯ୍ୟକାରୀ ହୋଇପାରୁନି ବୋଲି ସ୍ବାଇଁ କହିଛନ୍ତି। ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଜଗଦୀଶ ମହାନନ୍ଦ କହିଥିଲେ ମୁଁ କାର୍ଯ୍ୟରେ ନୂତନ ଭାବେ ଯୋଗ ଦେଇଛି। କାଉନସିଲ ବୈଠକରେ ପୂର୍ବରୁ ଏ ସମ୍ପର୍କରେ ଆଲୋଚନା ହୋଇଛି। ଅବ୍ୟବହୃତ ହୋଇ ପଡି ରହିଥିବା ବିଶ୍ରାମଗାରକୁ ପରିସ୍କାର ପରିଚ୍ଛନ୍ନ କରାଯିବ। ଯାତ୍ରୀଙ୍କ ସୁବିଧା ପାଇଁ ପରିଷଦ ପକ୍ଷରୁ ଚେଷ୍ଟା କରାଯିବ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭିସୁଟ୍‌ ଛାତ୍ରୀଙ୍କୁ ନିର୍ଯାତନା, ଛାତ୍ର ଅଟକ

ସମ୍ବଲପୁର,୪ା୧୨: ଭିସୁଟ୍‌ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ଜଣେ ଛାତ୍ର ଅଟକ ଅଛନ୍ତି। ଛାତ୍ରୀଙ୍କୁ ଛାତ୍ର ଜଣଙ୍କ ପ୍ରବଳ ମାଡ଼ ମାରିଥିବା ବୁର୍ଲା...

ମା’ର ମର୍ଡର ଦେଖିଦେବାରୁ ଆମ ଭାଣିଜୀକୁ ମାରିଦେଲେ, ଏମିତି ଅଭିଯୋଗ ଆଣି ମାମୁ-ମାଇଁ କହିଲେ…

ସମ୍ବଲପୁର,୪ା୧୨(ପ୍ରମୋଦ ବହିଦାର): ଅଇଁଠାପାଲି ଥାନା ଅନ୍ତର୍ଗତ ଶାନ୍ତିନଗର ଗଳିର ଏକ ନାଳରୁ ବୁଧବାର ସକାଳେ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସେ ହେଉଛନ୍ତି ଶାନ୍ତିନଗର...

ଧାନ ସଂଗ୍ରହରେ ଅଚଳାବସ୍ଥା ଜାରି: ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ସମ୍ବଲପୁର,୧।୧୨(ପ୍ରମୋଦ ବହିଦାର): ସମ୍ବଲପୁରରେ ଧାନ ସଂଗ୍ରହ ପକ୍ରିୟାରେ ଅଚଳାବସ୍ଥା ଜାରି ରହିଛି। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ଚାଷୀ...

ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟକୁ ମିଳିଲା ଗ୍ରେଡ୍‌ ‘ଏ’ ମାନ୍ୟତା

ସମ୍ବଲପୁର,୨୭ା୧୧: ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟକୁ ନାକ୍‌ ଗ୍ରେଡ ଏ’ ମାନ୍ୟତା ମିଳିଛି। ଏନେଇ ଡେପୁଟି ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି। ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ହେବା ପରେ...

ରୋଷେଇ ଛାଡି ଫୋନ୍‌ରେ ଅଧିକ କଥା ହେବାରୁ ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ଜମନକିରା,୨୭ା୧୧(ରବୀନ୍ଦ୍ର ପ୍ରସାଦ ଦାନୀ): ରୋଷେଇ ଛାଡ଼ି ମୋବାଇଲ ଫୋନ୍‌ରେ କଥା ହେଉଥିଲେ ସ୍ତ୍ରୀା ରୋଷେଇ କରିବାକୁ କହିବାରୁ ନ ଶୁଣି ଫୋନ୍‌ରେ ଗପିଚାଲିଥିଲେ। ଏଥିରେ ରାଗି...

ଟ୍ରକ୍‌ ପଛରେ ପିଟିହେଲା ଆମ୍ବୁଲାନ୍ସ: ଚାଲିଗଲା ଜଣଙ୍କ ଜୀବନ, ୫ ଗୁରୁତର

ସମ୍ବଲପୁର,୨୨ା୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ ଫୁଲଝରଣ ନିକଟରେ ଶନିବାର ଭୋର୍‌ରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାରେ ଜଣଙ୍କର ଜୀବନ ଯାଇଛି। ଅନ୍ୟ ୫...

ପୁଣି ବ୍ରାଉନସୁଗାର ଜବତ: ୩ ମହିଳାଙ୍କ ସହ ୫ ଅଟକ

ସମ୍ବଲପୁର,୧୮।୧୧(ପ୍ରମୋଦ ବହିଦାର): ସମ୍ବଲପୁରରେ ମଙ୍ଗଳବାର ପୁଣି ଜବତ ହୋଇଛି ବ୍ରାଉନସୁଗାର। ପୋଲିସ ସୁନାପାଲିର ମହମ୍ମଦ ସୋହେଲ ଓ ମହମ୍ମଦ ନୁମାଲଙ୍କ ଅଟକ ରଖି ପଚରାଉଚରା କରୁଛି।...

ଜଙ୍ଗଲରେ ପଡିଛି ଦନ୍ତା ହାତୀର ମୃତଦେହ

ରେଢ଼ାଖୋଲ,୧୮।୧୧: ସମ୍ବଲପୁର ଜିଲା ବଡ଼ବାହାଲ ରେଞ୍ଜ ବଡ଼କୁଡ଼ା ଜଙ୍ଗଲରୁ ମଙ୍ଗଳବାର ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି। ମୃତ ଦନ୍ତା ହାତୀର ବୟସ ୨୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri