ସେବା କ୍ଷେତ୍ରକୁ ମାନ୍ଦାବସ୍ଥା ମାଡ; ପିଏମ୍‌ଆଇ ୫୨.୪ ପଏଣ୍ଟକୁ ହ୍ରାସ

ନୂଆଦିଲ୍ଲୀ,୫।୯: ଦେଶର ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥା ପ୍ରଭାବ ଗୋଟିଏ ପରେ ଗୋଟିଏ ସେକ୍ଟରକୁ ମାଡି ଚାଲିଛି। ସର୍ଭିସ ସେକ୍ଟର ବା ସେବା କ୍ଷେତ୍ର ସେଥିରୁ ବାଦ ପଡ଼ିନି। ଏକ ମାସିକ ସର୍ଭେ ଅନୁଯାୟୀ ଦେଶରେ ନୂଆ କାରବାର ବୃଦ୍ଧି ହାର, ନିଯୁକ୍ତି ସୃଷ୍ଟି ଧିମା ହେବା ଏବଂ ଉତ୍ପାଦନ ମଧ୍ୟମ ହାରରେ ବଢ଼ୁଥିବା କାରଣରୁ ଦେଶର ସେବା କ୍ଷେତ୍ରର ଗତିବିଧି ଅଗଷ୍ଟରେ ହ୍ରାସ ପାଇଛି। ଆଇଏଚ୍‌ଏସ୍‌ ମାର୍କିଟର ଇଣ୍ଡିଆ ସର୍ଭିସେସ୍‌ ବିଜନେସ ଆକ୍ଟିଭିଟି ସୂଚକାଙ୍କ ବା ପରଚେଜିଂ ମ୍ୟାନେଜର୍ସ ଇଣ୍ଡେକ୍ସ(ପିଏମ୍‌ଆଇ) ଅଗଷ୍ଟରେ ୫୨.୪ ପଏଣ୍ଟକୁ ହ୍ରାସ ପାଇଛି, ଯାହା କି ଜୁଲାଇରେ ୫୩.୮ ରହିଥିଲା। ତେବେ ଏହା ୫୦ ପଏଣ୍ଟ ସ୍ତର ଉପରେ ରହିବା ବିଶେଷଜ୍ଞଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତି ଆଣିଛି। କାରଣ ଏହାଠାରୁ କମ୍‌ ରହିଲେ ସେବା କ୍ଷେତ୍ର ଅତ୍ୟନ୍ତ ଧିମା ବୋଲି ଧରାଯାଇଥାଏ। ରଏଟର ପକ୍ଷରୁ କରାଯାଇଥିବା ସର୍ଭେରେ ଅଗଷ୍ଟରେ ପିଏମ୍‌ଆଇ ୫୧.୯ ପଏଣ୍ଟ ରହିବ ବୋଲି ଅନୁମାନ କରାଯାଇଥିଲା। ବିନିର୍ମାଣ କ୍ଷେତ୍ରର ଅଭିବୃଦ୍ଧି ୧୫ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚତ୍ଥିବାରୁ କମ୍ପୋଜିଟ୍‌ ଆଉଟ୍‌ପୁଟ ସୂଚକାଙ୍କ ଅଗଷ୍ଟରେ ୫୨.୬ ପଏଣ୍ଟକୁ ହ୍ରାସ ପାଇଛି, ଯାହା କି ଜୁଲାଇରେ ୫୩.୯ ରହିଥିଲା। ଏହି ସୂଚକାଙ୍କରେ ବିନିର୍ମାଣ ଏବଂ ସେବା କ୍ଷେତ୍ରକୁ ସାମିଲ କରାଯାଇଛି। ତେବେ ପିଏମ୍‌ଆଇ ଆଉଟପୁଟ ସୂଚକାଙ୍କରେ କ୍ରମାଗତ ୧୮ ମାସ ହେବ ବୃଦ୍ଧି ଦେଖିବାକୁ ମିଳିଛି। ଆଇଏଚ୍‌ଏସ୍‌ ମାର୍କିଟର ମୁଖ୍ୟ ଅର୍ଥନୀତିଜ୍ଞ ପି.ଡି.ଲିମା କହିଛନ୍ତି ଯେ, ଭାରତର ସେବା କ୍ଷେତ୍ରର ପିଏମ୍‌ଆଇ ବୃଦ୍ଧି ହାର ବିନିର୍ମାଣ କ୍ଷେତ୍ରର ଅଭିବୃଦ୍ଧି ଅନୁଯାୟୀ ଆଗେଇ ଚାଲିଛି। ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ, ଆର୍ଥିକ ବର୍ଷ ୨୦୧୯-୨୦ର ଦ୍ୱିତୀୟ ତ୍ରୈମାସରେ ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥା ଦୃଶ୍ୟପଟ ଆହୁରି ଶୋଚନୀୟ ହେବାକୁ ଯାଉଛି। ସେ କହିଛନ୍ତି ଯେ, ଜୁଲାଇ ତୁଳନାରେ ଅଗଷ୍ଟରେ ନୂଆ ଅର୍ଡର ଆସିବା କମିଛି। ଆଲୋଚ୍ୟ ମାସରେ ନୂଆ ନିଯୁକ୍ତି ଦେଖିବାକୁ ମିଳିଛି, କିନ୍ତୁ ଏହାର ଗତି ଅତ୍ୟନ୍ତ ଧିମା ରହିଛି। ତେବେ ଧିମା ଗତି ସତ୍ତ୍ୱେ ଆଗାମୀ ୧୨ରୁ ୧୫ ମାସ ମଧ୍ୟରେ କାରବାର ଗତିବିଧି ବଢ଼ିବ ବୋଲି ସେବାପ୍ରଦାନକାରୀ କମ୍ପାନୀଗୁଡ଼ିକ ଆଶାବ୍ୟକ୍ତ କରିଥିବା ସର୍ଭେରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ନବ ଦାସ ହତ୍ୟା ମାମଲା: PSO ମିତ୍ରଭାନୁ ଦେଓଙ୍କ ସାକ୍ଷ୍ୟ ଗ୍ରହଣ, କ’ଣ କହିଲେ କୋର୍ଟରେ…

ଝାରସୁଗୁଡ଼ା, ୨୧ା୨(ଆଶିଷ ରଞ୍ଜନ ଦାଶ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତାଙ୍କର ତତ୍କାଳୀନ ପିଏସ୍‌ଓ ମିତ୍ରଭାନୁ ଦେଓ ଶନିବାର ଝାରସୁଗୁଡ଼ା ଅତିରିକ୍ତ ଜିଲାଜଜ୍‌ କୋର୍ଟରେ…

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର

ଦେବଗଡ଼,୨୧ା୨(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଥାନା ଅଞ୍ଚଳର ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ…

ପଶ୍ଚିମବଙ୍ଗ ପାଇଁ BJPର ମାଷ୍ଟରଷ୍ଟ୍ରୋକ୍‌! ସାରା ରାଜ୍ୟରେ ବାହାରିବ…ମୋଦି କରିବେ… 

କୋଲକାତା,୨୧।୨: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି। ମମତା ବାନାର୍ଜୀଙ୍କ ସରକାରକୁ କ୍ଷମତାରୁ ହଟାଇବା…

ନୂଆପଡ଼ାରୁ ଧରାପଡ଼ିଲେ ୬ ସାଇବର ଅପରାଧୀ

ନୂଆପଡ଼ା,୨୧ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସ ୬ଜଣ ସାଇବର ଠକଙ୍କୁ ଗିରଫ କରି ସେମାନଙ୍କଠାରୁ ୬ଟି ମୋବାଇଲ, ୩ ଆକାଉଣ୍ଟ୍ସ ଡିଟେଲ୍‌ ପାଇଛି। ସେଥିରେ ୨…

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ନିଜ ଡ୍ରେସରେ ନିଆଁ ଲଗାଇଦେବା ପରେ…

ଭଦ୍ରକ, ୨୧।୨(ସନାତନ ରାଉତ)- ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜଣେ ଯୁବତୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବତୀଜଣଙ୍କ…

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

ଅଭିଷେକଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ଅଧିନାୟକ ସୂର୍ଯ୍ୟକୁମାର

ଅହମଦାବାଦ,୨୧ା୨: ଭାରତୀୟ ଓପନର ଅଭିଷେକ ଶର୍ମା ୩ ମ୍ୟାଚ୍‌ରେ ୩ ଥର ଖାତା ଖୋଲିବାରେ ବିଫଳ ହେବା ସତ୍ତ୍ୱେ ତାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ…

ଧାଓ୍ବନଙ୍କ ନୂଆ ଇନିଂସ: ପ୍ରେମିକାଙ୍କ ସହ ଧୁମ୍‌ଧାମରେ ବିବାହ ଶେଷ; ବରଯାତ୍ରୀରେ ସାମିଲ ହେଲେ ଏହି କ୍ରିକେଟର; ଦେଖନ୍ତୁ Photos 

ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ଶିଖର ଧାଓ୍ବନ ନିଜ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଶନିବାର ୨୧ ଫେବୃଆରୀରେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri